କ’ଣ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି?

False Social

ଗୁରୁବାର ଦିନ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନିଜ ହାତକୁ ନେଇଛନ୍ତି। ଏହା ପରେ ସେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀଙ୍କୁ ବରଖାସ୍ତ କରିଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତେଜନା ଆରମ୍ଭ ହୋଇଛି ଯେ ମସ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଏହା ମଧ୍ୟ ଦାବି କରା ଯାଉଛି ଯେ ଟ୍ରମ୍ପ ନିଜେ ଏହି ସୂଚନା ଟୁଇଟ କରି ଜଣାଇଛନ୍ତି। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଟ୍ରମ୍ପଙ୍କ ଟୁଇଟର ଏକାଉଣ୍ଟ ଉପରେ ହୋଇଥିବା ପ୍ରତିବନ୍ଧକକୁ ଟ୍ୱିଟର ଏପର୍ଯ୍ୟନ୍ତ ହଟାଇ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଟ୍ରମ୍ପ ନିଜେ ଏହି ସୂଚନା ଟୁଇଟ ମାଧ୍ୟମରେ ଦେଇଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓରେ ଆମକୁ ଟ୍ରମ୍ପଙ୍କର ଟୁଇଟ ପ୍ରସାରିତ ହେଇଥିବା ମିଳିଲା। ଟ୍ରମ୍ପଙ୍କ ନାମରେ ଏହି ଟୁଇଟରେ ଏଲୋନ୍ ମସ୍କଙ୍କୁ ଧନ୍ୟବାଦ ଜଣାଇ କୁହା ଯାଇଛି ଯେ ଟୁଇଟରରେ ଫେରି ଆସିଥିବାରୁ ବହୁତ ଭଲ ଲାଗୁଛି। 

ତେବେ କ’ଣ ଟ୍ରମ୍ପ ଏହି ଟୁଇଟ କରିଛନ୍ତି?

ଏହା ଜାଣିବା ପାଇଁ ଆମେ ଟୁଇଟରରେ ସମାନ ଏକାଉଣ୍ଟ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହା ଟ୍ରମ୍ପଙ୍କ ଏକାଉଣ୍ଟ ନୁହେଁ ବରଂ ତାଙ୍କ ନାମରେ ସୃଷ୍ଟି କରା ଯାଇଥିବା ଏକ ନକଲି ଟୁଇଟର ଏକାଉଣ୍ଟ ଅଟେ। 

Archive

କ’ଣ ଟ୍ରମ୍ପଙ୍କ ଟୁଇଟର ଏକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇ ଦିଆ ଯାଇଛି? 

ଏଘି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ କୌଣସି ମିଡିଆ ୱେବସାଇଟରେ ସେପରି ସରକାରୀ ଖବର ପ୍ରକାଶିତ ହୋଇନାହିଁ। ଯଦି ବାସ୍ତବରେ ଟ୍ୱିଟର ଏପରି ନିଷ୍ପତ୍ତି ନେଇଥାନ୍ତା, ତେବେ ଏହା ଏକ ବଡ ଖବର ହୋଇଥାନ୍ତା। 

ଅଧିକ ଅନୁସନ୍ଧାନ କରିବା ପରେ ଆମେ ଟ୍ରମ୍ପଙ୍କ ପୂର୍ବତନ ଅଭିଯାନ ପରିଚାଳକ ବ୍ରାଡ ପାର୍ସକେଲଙ୍କ ଦ୍ଵାରା ଏକ ଟୁଇଟ ପାଇଲୁ। ଏଥିରେ ସେ ଭାଇରାଲ ଖବରକୁ ମିଥ୍ୟା ବୋଲି କହିଛନ୍ତି।

ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ସକ୍ରିୟ କରାଯିବ କି ନାହିଁ ସେନେଇ ଟ୍ୱିଟର ମଧ୍ୟ କୌଣସି ନିଷ୍ପତ୍ତି ଘୋଷଣା କରି ନାହିଁ।

ଅନ୍ୟପକ୍ଷରେ, ପରାମର୍ଶଦାତା କମିଟି ଗଠନ ପରେ ନିଷିଦ୍ଧ ଆକାଉଣ୍ଟକୁ ପୁନଃ ସକ୍ରିୟ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ମସ୍କ ଟ୍ୱିଟରରେ ସୂଚନା ଦେଇଛନ୍ତି।

୬ ଜାନୁୟାରୀ ୨୦୨୧ ରେ ଟ୍ରମ୍ପ ସମର୍ଥକମାନେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବିରୋଧ କରିଥିଲେ ଏବଂ ୱାଶିଂଟନରେ କ୍ୟାପିଟାଲ ବିଲଡିଂରେ ଦଙ୍ଗା କରିଥିଲେ। ସମର୍ଥକଙ୍କୁ ଉତ୍ସାହିତ କରିବା ପାଇଁ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ କରିଥିଲା।

ମସ୍କ ଟ୍ୱିଟର କିଣିବାକୁ ଇଚ୍ଛା ପ୍ରକାଶ କରିବା ପରଠାରୁ ଟ୍ରମ୍ପଙ୍କ ଟ୍ୱିଟରକୁ ଫେରିବା କଳ୍ପନା କରାଯାଇଛି। ତେବେ ଏପର୍ଯ୍ୟନ୍ତ ଏହା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ନିକଟରେ ଟ୍ରମ୍ପ ଏକ ସାକ୍ଷାତକାରରେ ସୂଚାଇ ଦେଇଛନ୍ତି ଯେ ସେ ଟ୍ୱିଟରକୁ ଫେରିବେ ନାହିଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହିଛି ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଟ୍ରମ୍ପଙ୍କ ଟୁଇଟର ଏକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇବା ନେଇ କୌଣସି ନିଷ୍ପପତି ନିଆ ଯାଇ ନାହିଁ। ଟ୍ରମ୍ପଙ୍କ ନାମରେ ଭାଇରାଲ ହେଉଥିବା ଟୁଇଟ ମଧ୍ୟ ଏକ ନକଲି ଏକାଉଣ୍ଟରୁ ଆସିଛି।

Avatar

Title:କ’ଣ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *