କ’ଣ ଭାଇରାଲ ଫୋଟୋ ଦୁତୀ ଚନ୍ଦଙ୍କ ନିର୍ବନ୍ଧର ଫୋଟୋ ଅଟେ? ଯାନନତୁ ସତ୍ୟ।

False Social

ଦୁତୀ ଚନ୍ଦ ସମଲିଙ୍ଗି ହୋଇଥବା ନେଇ ସୋସିଆଲ ମିଡିଆରେ ସମୟ-ସମୟରୀ ଚର୍ଚ୍ଚା ଲାଗି ରହି ଥାଏ। ନିକଟରେ ଦୁତୀ ଚନ୍ଦ ନିଜ ପ୍ରେମିକା ମୋନାଲିସାଙ୍କ ସହ ଏକ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। 

ଏହି ଫୋଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଦୁତୀ ଚନ୍ଦ ତାଙ୍କ ପ୍ରେମିକାଙ୍କ ସହ ନିଜ ନିର୍ବନ୍ଧର ଫୋଟୋ ପୋଷ୍ଟ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଦୁତୀ ଚନ୍ଦଙ୍କ ନିର୍ବନ୍ଧର ନୁହେଁ ବରଂ ତାଙ୍କ ଭଉଣୀର ବିବାହ ସମୟର ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସହିତ ଦାବି କରା ଯାଇଛି ଯେ “ଦୂତି ଚାନ୍ଦ୍ ଙ୍କର ଆଜି ଅଧା ବାହାଘର ହେଈଗଲା ମାନେ Ring ଲଗାଲଗି ହେଲେ”

Facebook | Archive

ଆମ ଅନୁସନ୍ଧାନ: 

ସୋସିଆଲ ମିଡିଆରେ ଏହି ଗୁଜବ ସେତେବେଳେ ସୃଷ୍ଟି ହେଲା ଯେତେବେଳେ ଦୁତୀ ଚନ୍ଦ ନିଜ ପ୍ରେମିକାଙ୍କ ସହ ଗୋଟିଏ ଫୋଟୋ ଟୁଇଟରରେ ସେୟାର କରି ଲେଖିଥିଲେ, “କାଲୀ ତୁମକୁ ପ୍ରେମ କରୁଥିଲି, ବର୍ତ୍ତମାନ ମଧ୍ୟ ପ୍ରେମ କରେ, ସଦାବେଳେ କରି ଆସିଛି ଏବଂ ସଦାବେଳେ କରିବି।”

କିନ୍ତୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁତୀ ଚନ୍ଦଙ୍କ ଏକାଉଣ୍ଟରେ ଯାଇ ଫୋଟୋ ସର୍ଚ୍ଚ କରିଲୁ। ତାଙ୍କ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ସେ ୨ ଡିସେମ୍ବରରେ କିଛି ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଏବଂ ତାଙ୍କ ପ୍ରେମିକା ମୋନାଲିସା ନଜର ଆସିଛନ୍ତି। 

ଫୋଟୋ ସେୟାର କରି ସେ ଉଲ୍ଲେଖ କରିଛନ୍ତି ଯେ ଫୋଟୋ ଗୁଡ଼ିକ ତାଙ୍କ ଭଉଣୀ ଅଞ୍ଜନା ଚନ୍ଦଙ୍କ ବିବାହ ଅବସରର ଅଟେ। ଇଂଷ୍ଟାଗ୍ରାମରେ ପୋଷ୍ଟ ହେଇଥିବା ଫୋଟୋରେ ଦୁତୀ ଚନ୍ଦ ଏବଂ ତାଙ୍କ ପ୍ରେମିକା ମୋନାଲିସା ସମାନ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ଦୁତୀ ଚନ୍ଦଙ୍କ ନିର୍ବନ୍ଧ କିମ୍ବା ବିବାହର ଫୋଟୋ ନୁହେଁ। ନିମ୍ନଏ ଆପଣ ମାନେ ତାଙ୍କ ପୋଷ୍ଟ ଦେଖି ପାରିବେ। 

ଟୁଇଟରରେ ପୋଷ୍ଟ ହେଇଥିବା ଫୋଟୋର କମେଣ୍ଟରେ ଜଣେ PTI ସାମ୍ବାଦିକ କୁଶନ ସରକାର ୩ ଡିସେମ୍ବରରେ କହିଛନ୍ତି ଯେ ଏହା ଦୁତୀ ଚନ୍ଦଙ୍କ ବିବାହର ଫୋଟୋ ନୁହେଁ ବରଂ ତାଙ୍କ ଭଉଣୀନ ବିବାହର ଫୋଟୋ ଅଟେ। 

୨ ଡିସେମ୍ବରର ଏବିପି ଲାଇଭ୍ ରିପୋର୍ଟ ଅନୁଯାୟୀ ଦୁତୀ ଚନ୍ଦ ବିବାହ କରି ନାହାଁନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋ ତାଙ୍କ ଭଉଣୀଙ୍କ ବିବାହ ସମୟର ଅଟେ ଯେତେବେଳେ ସେ ନିଜ ପ୍ରେମିକାଙ୍କ ସହ ଫୋଟୋ ନେଇଥିଲେ। ଏହି ଫୋଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଲୋକେ ଭୟକ ହୋଇ ଅନୁମାନ କରିଛନ୍ତି ଯେ ଦୁତୀ ଚନ୍ଦ ବିବାହ କରିଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଫୋଟ ଦୁତୀ ଚନ୍ଦଙ୍କ ଭଉଣୀଙ୍କ ବିବାହ ସମୟର ଅଟେ। ସେ ନିଜ ପ୍ରେମିକାଙ୍କ ସହ ନିର୍ବନ୍ଧ କିମ୍ବା ବିବାହ କରିଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଭାଇରାଲ ଫୋଟୋ ଦୁତୀ ଚନ୍ଦଙ୍କ ନିର୍ବନ୍ଧର ଫୋଟୋ ଅଟେ? ଯାନନତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *