ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୋର ବୋଲି କହୁଛନ୍ତି ?

False Social

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଭିଡିଓର ଅଧା କ୍ଲିପ ପୋଷ୍ଟ କରି ବିଭ୍ରାନ୍ତିକର ଦାବି ପ୍ରସାରିତ ହେଉଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜକୁ ଚୋରି ବୋଲି କହୁଥିବାର ମନେ ହଉଛି। ମୂଳ ଭିଡିଓରୁ ଏହି ସର୍ଟ କ୍ଲିପ୍ ସୋସିଆଲ୍ ପ୍ଲାଟଫର୍ମରେ ସେୟାର କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି କହୁଥିବା ଏହି ଭ୍ରମ ବ୍ୟାପିବାରେ ଲାଗିଛି। ଏହି ସର୍ଟ କ୍ଲିପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି,, ଯଦି ମୁଁ ଛୋଟ ଚୋରି କରିବା ସମୟରେ ମୋ ମା ମୋତେ ଅଟକାଇଥାନ୍ତେ, ତେବେ ମୁଁ ଏତେ ବଡ ଲୁଟେରା ହୋଇନଥାନ୍ତି। 

9 ଜୁନରେ Suresh Chandra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ମୁଁ ଜେବେ ଛୋଟ ଛୋଟ ଚୋରି କରୁଥିଲି ସେତେବେଳେ ଯଦି ମାଆ ମତେ ଅଟକାଇଥାନ୍ତେ ତେବେ ଆଜି ମୁଁ ଏତେ ବଡ ଲୁଟେରା ହୋଇ ନଥାନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 111ଥର ସେୟାର କରାଯିବା ସହ ପୋଷ୍ଟକୁ 431ଥର ଲାଇକ ଏବଂ କମେଣ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ଭାଇରାଲ ଭିଡିଓରେ ନରେନ୍ଦ୍ର ମୋଦି ନିଜକୁ ଚୋର ବୋଲି କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Narendra modi  ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର ମୂଳ ଭିଡିଓ ଦେଖିବାକୁ ପାଇଲୁ। ଯାହାକି 10 ଏପ୍ରିଲ 2021ରେ ପୋଷ୍ଟ କରାଯାଇଥିଲା। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ପଶ୍ଚିମବଙ୍ଗର ସିଲିଗୁରି ଠାରେ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି (PM Modi addresses public meeting at Siliguri, West Bengal )। 

ଭିଡିଓର 39.00 ମିନିଟରୁ ଭାଇରାଲ ଭିଡିଓ କାଟି ଭାଇରାଲ କରାଯାଇଛି। ଭିଡିଓରେ ମୋଦି କହୁଛନ୍ତି, ଏଠାରେ କିଛି ଦିନ ପୂର୍ବରୁ ସିଲିଗୁରିରେ ଦିଦି କହିଥିଲେ ଯେ ତାଙ୍କ ଓଜନ କାରିମାନେ କେବଳ 100,200 କିମ୍ବା 500 ଟଙ୍କା ନେଇଥାଏ।  ମୋଦୀ କାହିଁକି ଏତେ ପାଟି କରୁଛନ୍ତି? ଭାଇ ଓ ଭଉଣୀମାନେ, ଯେତେବେଳେ ଆମେ ଛୋଟ ଥିଲୁ, ଆମେ କାହାଣୀ ଶୁଣିଥିଲୁ, ସେହି କାହାଣୀରେ ଜଣେ ବଡ଼ ଡକାୟତ ଡକାୟତ ଥିଲେ, ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତା’ପରେ ସରକାର ବ୍ୟବସ୍ଥା କଲେ ଯେ ଫାଶୀକୁ ଯିବା ପୂର୍ବରୁ ତାଙ୍କୁ ତାଙ୍କ ମା’ଙ୍କ ସହିତ ପରିଚିତ କରାଇବା ଉଚିତ୍। ଯେତେବେଳେ ସେ ତାଙ୍କ ମାଆଙ୍କୁ ପାଇଲେ, ସେ ମାଆକୁ ଚାପୁଡ଼ା ମାରିଲେ ଏବଂ ନାକ କାଟିଲେ। ତୁମ ମା’ଙ୍କ ନାକକୁ କାମୁଡ଼ିବା, ଫାଶୀକୁ ଯିବା ପୂର୍ବରୁ ଲୋକମାନେ ସେହି ଭାଇଙ୍କୁ ପଚାରିଲେ, ତୁମେ କେବଳ ତୁମ ମା’ଙ୍କୁ ଆକ୍ରମଣ କରିଥିଲ, ସେତେବେଳେ ସେ କହିଥିଲେ ଯେ ମୁଁ ଯେତେବେଳେ ଛୋଟ ଚୋରି କରିଥିଲି, ତା’ହେଲେ ଯଦି ମୋ ମା ବନ୍ଦ ହୋଇଥାନ୍ତେ। 

ଅଧିକ ସୂଚନା ପାଇଁ ତଳେ ୟୁଟ୍ୟୁବ ଭିଡିଓ ଦେଖନ୍ତୁ।

ଏହା ପରେ ଆମେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ମୂଳ ଭିଡିଓର ବିଶ୍ଲେଷଣ କରିଲୁ। ଯେଉଁଥିରେ ନରେନ୍ଦ୍ର ମୋଦି ତାଙ୍କ ନିଜକୁ ନୁହେଁ ବରଂ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।

ଶେଷକଥା

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ ନରେନ୍ଦ୍ର ମୋଦି ନିଜକୁ ଚୋର କହୁଥିବା ଦାବି ମିଥ୍ୟା ଅଟେ। ମୂଳ ଭିଡିଓକୁ କାଟି ଭ୍ରମ ସୃଷ୍ଟି କରାଯାଉଛି।

Avatar

Title:ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୋର ବୋଲି କହୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *