
ବର୍ତ୍ତମାନ ପ୍ରସିଦ୍ଧ ଖେଳାଳି ଦୁତୀ ଚାନ୍ଦଙ୍କ ହଳଦିଆ ଶାଢୀ ଏବଂ ଲାମ୍ବା କେଶ ଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କ ଏହି ନୂଆ ରୂପକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଆମେ ଜଣାଇ ଦେବା ପାଇଁ ଚାହୁଞ୍ଚୁ ଯେ ଦୁତୀ ଚାନ୍ଦ ଅନେକ ବିଷ୍ୟ ନେଇ ନିକଟରେ ଚର୍ଚ୍ଚାରେ ରହି ଆସିଛନ୍ତି।
ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ ହଳଦିଆ ଶାଢୀ ପିନ୍ଧିଥିବା ଫୋଟୋଟି ହେଉଛି ଦୁତୀ ଚାନ୍ଦଙ୍କ ନୂଆ ଲୁକ୍।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ଏଡିଟେଡ୍ ଫୋଟୋ ଅଟେ। ଏହା ଦୁତୀ ଚାନ୍ଦଙ୍କ ଅସଲି ଫୋଟୋ ନୁହେଁ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ଏମଆଇଡ଼ିଆଇ ବ୍ୟବହାରକାରୀ କହିଛନ୍ତି, “ନୂଆ ରୂପରେ ଆଥଲେଟ୍ ଦୂତୀ ଚାନ୍ଦ….. ହଳଦିଆ ଶାଢ଼ି ପିନ୍ଧି ମନ ମୋହିଲେ ଆନ୍ତର୍ଜାତିକ ଆଥଲେଟ୍ …ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କଲେ ଫଟୋ“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅନ୍ୟ ଏକ ମହିଳାଙ୍କ ଫୋଟୋ ମିଳିଲା ଯିଏ ସମାନ ପୋଷାକ ଏବଂ ସ୍ଥିତିରେ ଛିଡା ହୋଇଛନ୍ତି। ଆମେ ଜାଣିବାକୁ ପାଇଲୁ ଯେ ସେ ଜଣେ ସାଉଥ୍ ସିନେମା ଅଭିନେତ୍ରୀ ପ୍ରଜ୍ଞା ନାଗରା। ଏହି ଫୋଟୋ ୨୦୨୨ ରେ ରିଲିଜ୍ ହେଇଥିବା ତାଙ୍କ ସିନେମା ଭାରାଳାରୁ ମୁକ୍କିୟାମ୍ ରୁ ନିଆ ଯାଇଛି।

ଅନ୍ୟ ଏକ ୱେବସାଇଟରେ ମଧ୍ୟ ଆମକୁ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହା ଭାରାଳାରୁ ମୁକ୍କିୟାମ୍ ସିନେମାର ଏକ ଫୋଟୋ।

ଏହା ପରେ ଆମେ ଦୁତୀ ଚାନ୍ଦଙ୍କ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ଯାଇ ତାଙ୍କ ଦ୍ଵାରା ପୋଷ୍ଟ ହେଇଥିବା ସମ୍ପ୍ରତ୍ତି ଫୋଟୋ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ସମସ୍ତ ନୂତନ ଫୋଟୋରେ ତାଙ୍କ କେଶ ଛୋଟ ଅଛି ଏବଂ ତାଙ୍କ ଲୁକ୍ ଭାଇରାଲ ହେଉଥିବା ଫୋଟୋତ ଲୁକ୍ ସହିତ ମେଳ ଖାଉ ନାହିଁ। ନିମ୍ନରେ ଆପଣ ମାନେ ତାଙ୍କର ଗୋଟିଏ ଫୋଟୋ ଦେଖି ପାରିବେ ଯାହା ସେ ଗୋଟିଏ ଦିନ ପୂର୍ବରୁ ନିଜ ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ କରିଛନ୍ତି।
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଦୁତୀ ଚାନ୍ଦଙ୍କ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଦୁତୀ ଚାନ୍ଦଙ୍କ ନୁହେଁ। ଅସଲି ଫୋଟୋ ହେଉଛି ଜଣେ ସାଉଥ୍ ସିନେମା ଅଭିନେତ୍ରୀ ପ୍ରଜ୍ଞା ନାଗରାଙ୍କର ଯାହା ତାଙ୍କ ସିନେମା ଭାରାଳାରୁ ମୁକ୍କିୟାମ୍ ରୁ ନିଆ ଯାଇଛି। ଅସଲି ଫୋଟୋକୁ ଏଡିଟ୍ କରି ଦୁତୀ ଚାନ୍ଦଙ୍କ ମୁଖ ଯୋଡା ଯାଇଛି।

Title:କ’ଣ ଏହା ଭାରତର ପ୍ରସିଦ୍ଧ ଆଥେଲେଟ୍ ଦୁତୀ ଚାନ୍ଦଙ୍କ ସାମ୍ପ୍ରତିକ ଲୁକ୍? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Altered
