
କର୍ଣ୍ଣାଟକା ନିର୍ବାଚନ ନିକଟ ହେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରେଲି କରୁଛନ୍ତି। ଏହି ସମୟରେ ସେ ଅନେକ ରୋଡ୍ ଶୋ ମଧ୍ୟ କରିଛନ୍ତି। କର୍ଣ୍ଣାଟକର କୁଳବର୍ଗୀ ଜିଲ୍ଲାରେ ପ୍ରଧାନମନ୍ତି କିଛି ପିଲା ମାନଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ତାଙ୍କର ଏବଂ ପିଲା ମାନଙ୍କ ମଝିରେ ଏକ କଣ୍ଟା ତାର ର ବାଡ ରହିଥିଲା। ବିପକ୍ଷ ଏହା ନେଇ ମୋଦୀଙ୍କୁ ନିନ୍ଦା କରୁଛନ୍ତି।
ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ମୋଦୀଙ୍କ ତୁଳନା ହିଟଲରଙ୍କ ସହିତ କରା ଯାଉଛି। ଭାଇରାଲ ଫୋଟୋରେ ହିଟଲର ମଧ୍ୟ କିଛି ପିଲାଙ୍କ ନିକଟରେ ଛିଡା ହୋଇଛନ୍ତି ଏବଂ ତାଙ୍କ ମଝିରେ ମଧ୍ୟ ତାର ବାଡ ରହିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ହିଟଲରଙ୍କ ଫୋଟୋ ଯୋଡା ଯାଇଛି। ଅସଲି ଫୋଟୋରେ ହିଟଲର ପିଲା ମାନଙ୍କ ସହିତ ଛିଡା ହୋଇ ନାହାଁନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ପିଲାଙ୍କୁ କଣ୍ଟା ତାର ଜାଲି ପାଖରେ ଛିଡା କରାଯାଇ ଆତ୍ମପ୍ରଚାର ଚାଲିଛି .. ଅବଶ୍ୟ ଇତିହାସ ପୃଷ୍ଠା ଲେଉଟାଇଲେ ଏମିତି ଆଊ ଏକ ଫୋଟୋ ମଧ୍ୟ ଦେଖିବାକୁ ମିଳୁଛି ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ହିଟଲରର ପିଲା ମାନଙ୍କ ସହିତ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୭ ଜାନୁଆରୀ ୨୦୨୦ ରେ ଦି ସନ୍ ୱେବସାଇଟରେ ପ୍ରକାଶିତ ହେଇଥିବା ପାଇଲୁ। ରିପୋର୍ଟ ଅନୁଯାୟୀ ଏହି ଫୋଟୋଟି ଦ୍ଵିତୀୟ ବିଶ୍ଵ ଯୁଧ୍ୟ ସମୟରେ ହିଟଲରଙ୍କର ନିଷ୍ଠୁରତା ଦର୍ଶାଉଛି ଯେଉଁଥିରେ ସେ ହୋଲୋକୋଷ୍ଟ ରେ ଅନେକ ଲୋକଙ୍କ ହତ୍ୟା କରିଥିଲେ। ଫୋଟୋ ସହିତ ସୂଚନା ଦିଆ ଯାଇଛି ଯେ ହୋଲୋକୋଷ୍ଟରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ଶିଶୁ ଥିଲେ। ୧୯୪୦ ରୁ ୧୯୪୫ ମସିହା ମଧ୍ୟରେ ହୋଲୋକୋଷ୍ଟ ଶିବିରରେ ୨୩,୦୦୦ ପିଲା ମାନଙ୍କୁ ନିହତ କରା ଯାଇଥିଲା।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ସମାନ ଫୋଟୋକୁ ଆଲମୀ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ପାଇଲୁ। ସୂଚନା ଦିଆ ଯାଇଛି ଯେ ଏହି ଫୋଟୋ ରୁଷି ସୈନ୍ୟ ମାନଙ୍କ ଦ୍ଵାରା ନିଆ ଯାଇଛି ଯେତେବେଳେ ସେମାନେ 1945 ମସିହାରେ ହୋଲୋକୋଷ୍ଟ ଶିବିରରୁ ପିଲା ମାନଙ୍କୁ ଉଦ୍ଧାର କରିଥିଲେ।

ସମାନ ଫୋଟୋ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ।
ଉପରୋକ୍ତ ତିନୋଟି ୱେବସାଇଟରେ ପ୍ରକାଶିତ ହେଇଥିବା ଫୋଟୋ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋରେ ହିଟଲର ପିଲା ମାନଙ୍କ ସହିତ ଛିଡା ହୋଇ ନାହାଁନ୍ତି। ଏହା ଦ୍ଵାରା ଭାଇରାଲ ଫୋଟୋ ଏଡିଟ୍ ହୋଇଥିବାର ଆମେ ସନ୍ଦେହ କରିଲୁ।
ଫୋଟୋରୁ କେବଳ ହିଟଲରଙ୍କର ପ୍ରତିଛବି କ୍ରପ୍ କରି ସର୍ଚ୍ଚ କରିଲା ପରେ ଆମକୁ ଆଲାମି ୱେବସାଇଟରେ ଏକ ଫୋଟୋ ମିଳିଲା ଯେଉଁଥିରେ ହିଟଲର ସମାନ ଭେଷ ଏବଂ ସ୍ଥିତିରେ ଛିଡା ହୋଇଛନ୍ତି। କିନ୍ତୁ ଏହି ଫୋଟୋରେ କୌଣସି ଶିଶୁ ଛିଡା ହୋଇଥିବା ଦେଖିବାକୁ ମିଳି ନାହିଁ। ନିମ୍ନରେ ଆପଣ ମାନେ ଏହି ଫୋଟୋ ଦେଖି ପାରିବେ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଅସଲି ଫୋଟୋରେ ହିଟଲର ହୋଲୋକୋଷ୍ଟରେ ନିହତ ହେଇଥିବା ପିଲା ମାନଙ୍କ ସହିତ ଛିଡା ହୋଇ ନାହାଁନ୍ତି। ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରଙ୍କର ଫୋଟୋକୁ ଯୋଡା ଯାଇଛି।
କ’ଣ ଏହା ପ୍ରଥମ ଥର ମୋଦୀଙ୍କ ତୁଳନା ହିଟଲରଙ୍କ ସହିତ କରା ଯାଇଛି?
ଆମକୁ ୨୦୧୮ ମସିହାର ଏକ ଟୁଇଟ ମିଳିଲା ଯେଉଁଥିରେ ହିଟଲର ଏବଂ ମୋଦୀ ଶିଶୁର କାନ ଧରି ଛିଡା ହେଇଥିବା ଫୋଟୋ ମିଳିଲା। ଏହି ଫୋଟୋରେ ମଧ୍ୟ ମୋଦୀ ଏବଂ ହିଟଲରର ତୁଳନା କରି କୁହା ଯାଇଛି ଯେ ଦୁଇଟି ଫୋଟୋ ମଧ୍ୟରେ ପାର୍ଥକ୍ୟ ଖୋଜ।
କିନ୍ତୁ ଆମେ ଜାଣିବାକୁ ପାଇଛୁ ଯେ ଏହି ଫୋଟୋ ମଧ୍ୟ ଏଡିଟ୍ କରା ଯାଇଛି। ଅସଲି ଫୋଟୋରେ ହିଟଲର ଶିଶୁର କାନ ନୁହେଁ ତାହାର କାନ୍ଧରେ ହାତ ରଖିଛନ୍ତି। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

୨୦୧୯ ରେ ମୋଦୀଙ୍କ ଏକ ଭାଷଣ ନେଇ ଦାବି କରା ଯାଇଥିଲା ଯେ ମୋଦୀ, ହିଟଲରର ଭାଷଣରୁ ନିଜ ଭାଷଣ ପାଇଁ ପ୍ରେରଣା ନେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଇଂରାଜୀ ଦଳ ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା। ଏଠାରେ ଆପଣ ମାନେ ଆମର ଫ୍ୟାକ୍ଟ ଚେକ୍ ପଢି ପାରିବେ।
୨୦୨୦ ରେ ଅନ୍ୟ ଏକ ପୋଷ୍ଟରେ ହିଟଲରଙ୍କ ତୁଳନା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହିତ ମଧ୍ୟ କରା ଯାଇଥିଲା। ଦାବି କରା ଯାଇଥିଲା ଯେ ଡୋନାଲ୍ଡ ଟ୍ରମ୍ଫ ସେହି ପ୍ରକାର ହାତରେ ବାଇବେଲ୍ ଧରିଛନ୍ତି ଯେପରି ହିଟଲର ଧରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ହିନ୍ଦୀ ଦଳ ଏହି ଦାବିକୁ ନିତ୍ୟା ବୋଲି ପ୍ରମାଣ କରିଥିଲା। ଅସଲି ଫୋଟୋକୁ ଏଡିଟ୍ କରି ହିଟଲର ହାତରେ ବାଇବେଲ୍ ଯୋଡା ଯାଇଥିଲା। ଏହି ଲିଙ୍କରେ ଆପଣ ମାନେ ଆମ ଫ୍ୟାକ୍ଟ ଚେକ୍ ପଢୀ ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସମୟ-ସମୟ ଧରି ହିଟଲରର ତୁଳନା ଅନେକ ରାଜନେତାଙ୍କ ସହିତ କରା ଯାଇଛି। ଯଦିଓ ଭାଇରାଲ ଫୋଟୋରେ ପିଲାମାନଙ୍କୁ ହିଟଲର ହୋଲୋକୋଷ୍ଟରେ ବନ୍ଦ କରି ରଖୀ ଥିଲେ କିନ୍ତୁ ଅସଲି ଫୋଟୋକୁ ଏଡିଟ୍ କରି ତାଙ୍କ ଫୋଟୋକୁ ପିଲା ମାନଙ୍କ ସହିତ ଯୋଡା ଯାଇଛି ଏବଂ ମୋଦୀଙ୍କ ସମ୍ପ୍ରତ୍ତି ସମୟରେ କର୍ଣ୍ଣାଟକରେ ପିଲା ମାନଙ୍କ ସହିତ ଭେଟିବାର ଅବସର ସହିତ ତୁଳନା କରା ଯାଇଛି।

Title:ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରର ଫୋଟୋ ଯୋଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସହିତ ତୁଳନା କରା ଯାଉଛି।
Fact Check By: Siddharth SahuResult: Altered
