ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଭାଇରାଲ ଫୋଟୋ ଡିଜିଟାଳି ଏଡିଟ୍ କରା ଯାଇଛି। 

Altered Political

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। 

ଫୋଟୋ ସେୟାର କରି ଜଣେ ଫକେବୂମ ଉପଭୋକ୍ତା ପରିହାସ କରି ଲେଖିଛନ୍ତି, “ଯେଉଁମାନେ ଚିହ୍ନିବେ ସେମାନଙ୍କୁ ଖଟା ଖଟ ଟକା ଟକ ସ୍କିମ୍ ରେ ୮୫୦୦ ଟଙ୍କା ମିଳିବ।”

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ୍ ଫୋଟୋକୁ ଅତି ନିକଟରୁ ଦେଖିବା ଦ୍ୱାରା ଆମେ ଜାଣିଲୁ ଯେ ଏହାର ବାମ ନିମ୍ନ କୋଣରେ ରିମେକର୍ ଲେଖାଯାଇଛି। ରିମେକର୍ ହେଉଛି ଏକ ଏଡିଟିଂ ଟୁଲ୍ ଯାହା ଚିତ୍ର ଏବଂ ଭିଡିଓରେ ଫେସ୍ ସ୍ଵାପ୍ ଭଳି ବିଭିନ୍ନ କାର୍ଯ୍ୟ କରିବା ପାଇଁ AI ବ୍ୟବହାର କରେ। ଏହି ଫେସ୍ ସ୍ଵାପ୍  ଟୁଲ୍ ସହିତ, ଆମେ ଏକ ଚିତ୍ରରେ ଜଣେ ବ୍ୟକ୍ତିଙ୍କ ଚେହେରାକୁ ଅନ୍ୟ ଜଣଙ୍କର ଚେହେରା ସହିତ ବଦଳାଇ ପାରିବା।  ଏହି ଉପକରଣ ବ୍ୟବହାର କରି ଏହି ଛବିରେ ସୋନିଆ ଗାନ୍ଧୀଙ୍କ ଚେହେରା ଏଡିଟ୍ କରା ଯାଇଛି।

ଭାଇରାଲ ଫୋଟୋର ରିଭର୍ସ ଇମେଜ୍ର ସର୍ଚ୍ଚ କରିବା ପରେ ଆମକୁ ଫଳାଫଳରେ ମୂଳ ଫୋଟୋ ପିଣ୍ଟ୍ରେଷ୍ଟ ୱେବସାଇଟରେ ପୋଷ୍ଟ ହେଇଥିବା ମିଳିଲା। ମୂଳ ଫୋଟୋ ଇରାନ ଦେଶର ଜଣେ ମହିଳାଙ୍କର ଅଟେ। ଇରାନର ଜଣେ ଫୋଟୋଗ୍ରାଫର ୨୦୧୨ ରେ ଏହି ଫୋଟୋ ନେଇଥିଲେ। 

Pinterest | Archive

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ AI ଟୁଲ୍ ବ୍ୟବହାର କରି ଏଡିଟ୍ କରା ଯାଇଛି। ୨୦୧୨ ମସିହାରେ ଜଣେ ଫୋଟୋଗ୍ରାଫର ଦ୍ଵାରା ଇରାନର ଜଣେ ମହିଳାଙ୍କ ନିଆ ଯାଇଥିବା ଫୋଟୋକୁ ଏଡିଟ୍ କରି ସୋନିଆ ଗାନ୍ଧୀଙ୍କ ଚେହେରା ଲଗା ଯାଇଛି। 

Avatar

Title:ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଭାଇରାଲ ଫୋଟୋ ଡିଜିଟାଳି ଏଡିଟ୍ କରା ଯାଇଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *