କ’ଣ ଭାଇରାଲ ଫଟୋରେ ମୋଦି ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଛନ୍ତି ?

False Social

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଣେ ଶେଖ ଠିଆ ହୋଇଥିବାର ଦେଖା ଯାଉଛନ୍ତି। ଫଟୋରେ ସେ ହିନ୍ଦୁ ଧର୍ମର ଚାଦର ପିନ୍ଧିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜେ ଅନ୍ୟ କୌଣସି ଧର୍ମର ଟୋପି ପିନ୍ଧିବେନି କିନ୍ତୁ ଅନ୍ୟ ସମସ୍ତଙ୍କୁ ହିନ୍ଦୁ ଧର୍ମର ଚାଦର ପିନ୍ଧାଇ ଦେବେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡିଟେଡ୍ ବାହାରିଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ। 

11 ସେପ୍ଟେମ୍ବରରେ Manoj Chouhan ନାମକ ଜଣେ ଫେସବୁକ ୟୁଜର ଭାଇରାର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଯେ, ମୋଦି ନିଜେ ଟୋପି ପିନ୍ଧିଲେନି କିନ୍ତୁ ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଦେଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋରେ ମୋଦି ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋରେଥିବା ପୋଷ୍ଟର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Arabian Business ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଅଗଷ୍ଟ 2019 ର ନରେନ୍ଦ୍ର ମୋଦୀ ୟୁଏଇ ଗସ୍ତରେ ଯାଇଥିଲେ। ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ବିକାଶରେ ତାଙ୍କର ବିଶିଷ୍ଟ ନେତୃତ୍ୱକୁ ସମ୍ମାନ ଜଣାଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିଛନ୍ତି। ପ୍ରକାଶିତ ହୋଇଥିବା ଖବରରେ ଭାଇରାଲ ଫଟୋ ଅଛି। କିନ୍ତୁ ଫଟୋରେ ଶେଖ ବ୍ୟକ୍ତି ଜଣକ ଗେରୁଆ ନୁହଁ ଧଳା ଚାଦର ପିନ୍ଧିଥିବାର ଦେଖାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Arabian Business । Archive । india today। 

ଏହା ପରେ ମିଳିଥିବା ସୂଚନାକୁ ନେଇ ଗୁଗୁଲରେ ଅଧିକ ସର୍ଚ୍ଚ କରିଲୁ। UAE Embassy- New Delhi ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ମଧ୍ୟ ପାଇଲୁ। ଟ୍ୱିଟରେ ଲେଖାଯାଇଛି ଯେ, ବନ୍ଧୁତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଭୂମିକାକୁ ସମ୍ମାନ ଜଣାଇ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନ ଭାରତୀୟ ପ୍ରଧାନମନ୍ତ୍ରୀ  ନରେନ୍ଦ୍ରାମୋଦିଙ୍କୁ ଜୟଦ ପଦକ ପ୍ରଦାନ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

24 ଅଗଷ୍ଟ 2019ରେ Hindustan Times ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋର ଖବର ପ୍ରକାଶିତ ହୋଇଛି। ଭିଡିଓର ଶୀର୍ଷକ ରିପୋର୍ଟରେ ଲେଖାଯାଇଛି  “କ୍ରାଉନ୍ ପ୍ରିନ୍ସଙ୍କ ଦ୍ୱାରା UAE ର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଥିବା ପିଏମ ମୋଦୀ”। ଅଧିକ ସୀଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋକୁ ଆମେ ବିଶ୍ଲେଷଣ କରିଲୁ। ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଶେଖ ମହମ୍ମଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଡିଟ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Avatar

Title:କ’ଣ ଭାଇରାଲ ଫଟୋରେ ମୋଦି ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *