
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମୁସ୍ଲିମ ମହିଳା ଏକ ପୋଷ୍ଟର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୁସଲମାନମାନେ ଆଜି ପର୍ଯ୍ୟନ୍ତ “ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।
13 ଅକ୍ଟୋବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକଥର ସେୟରା କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୁସ୍ଲିମ ମହାଳା ପୋଷ୍ଟରେ କହୁଛନ୍ତି ଯେ,- ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 21 ମେ 2012ରେ The Beauty of Islam ପେଜରେ ପ୍ରକାଶିତ ହେଇଥିବା ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଭାଇରାଲ ଫଟୋ ଏଡିଟ୍ ହୋଇଥିବା ପରି ଦେଖାଯାଉଛି। ଖବର ଅନୁସାରେ ଏହା ଭେଦଭାବ ବିରୋଧୀ ଅଭିଯାନର ଏକ ଅଂଶ ଥିଲା; ଭର୍ଜିନିଆର ମେରି ୱାଶିଂଟନ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଷ୍ଟେରିଓଟାଇପ୍ ବିରୁଦ୍ଧରେ ଏହି ଅଭିଯାନ ‘ଇସଲାମର ସୌନ୍ଦର୍ଯ୍ୟ’ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଡକ୍ୟୁମେଣ୍ଟ୍ ହୋଇଛି। ବ୍ଲଗ୍ ପୋଷ୍ଟରରେ କୁହାଯାଇଛି ଯେ ମାର୍ଚ୍ଚରେ ମେରି ୟୁନିଭରସିଟିର ଇସଲାମିକ୍ ଷ୍ଟୁଡେଣ୍ଟ୍ ଆସୋସିଏସନ୍, ମେରି ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ଷ୍ଟେରିଓଟାଇପ୍ ଏବଂ ନ୍ୟାୟ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା। ମୂଳ ପ୍ଲାକାର୍ଡରେ ଲେଖାଯାଇଛି “ମୁଁ ମୁସଲମାନ କିନ୍ତୁ ମୁଁ ଆରବ ନୁହେଁ” “ମୋତେ ଷ୍ଟେରିଓଟାଇପ୍ କର ନାହିଁ । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- The Beauty of Islam
ଏହାପରେ ଆମେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋକୁ ବିଶ୍ଲେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟହେଲା ଯେ, ଭାଇରାଲ ଫଟୋରେ ମୁସ୍ଲିମ ମହିଳା ଧରିଥିବା ପୋଷ୍ଟରକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ହାତରେ ପ୍ଲାକାର୍ଡ ଧରିଥିବା ମୁସ୍ଲିମ ମହିଳାର ଫଟୋକୁ ଏଡିଟକରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
