ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ?

False Social

21 ଅକ୍ଟୋବର 2021 ରେ, ସରକାର ଘୋଷଣା କରିଛନ୍ତି ଯେ COVID-19 ଟିକା ଭାରତ 100 କୋଟି (1 ବିଲିୟନ) ଡୋଜ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ।

ତ୍ରିପୁରାରେ ସମ୍ପ୍ରତି ସାମ୍ପ୍ରଦାୟିକ ହିଂସା ହେତୁ ପୁରୁଣା ତଥା ସମ୍ପର୍କ ନଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କୁ ପ୍ରଶଂସା କରୁଥିବାରଏକ ଫଟୋଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଅଶ୍ଳୀଳ ଇଙ୍ଗିତ କରୁଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ମୂଳ ଫଟୋରେ ମହିଳା ପ୍ରଧାନମନ୍ତ୍ରୀଙ୍କ ପ୍ରତି କୌଣସି ଅଶୋଧିତ ଅଙ୍ଗଭଙ୍ଗୀ ଦେଖାଉ ନାହାଁନ୍ତି। 

22 ଅକ୍ଟୋବରରେ Rahul Rock 2 ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦେଖାଯାଇଛି ଯେ, ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଅଶ୍ଳୀଳ ଇଙ୍ଗିତ କରୁଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଅନେକଥର ସେୟାର କରାଯିବା ସହ ଅନେକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରଲ ଫଟୋରେ ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଅଶ୍ଳୀଳ ଇଙ୍ଗିତ କରୁଥିବାର ଦେଖାଯାଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 21 ଅକ୍ଟୋବର 2021 ANI ଟ୍ୱିଟର ପେଜରେ ଭାଇରାଲ ଫଟୋର ମୂଳ ଫଟୋ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ  ପ୍ରଶଂସା କରିଥିଲେ ଯେହେତୁ ଭାରତ ଏକ ବିଲିୟନ COVID19 ଟୀକାକରଣ ଅତିକ୍ରମ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହି ଫଟୋକୁ  awazthevoice ପେଜରେ ମଧ୍ୟ ପାଇଲୁ । ଫଟୋରେ ଦେଖିବାକୁ ମିଳୁଛି ଯେ ମହିଳା ଜଣକ ଅଶୋଧିତ ଅଙ୍ଗଭଙ୍ଗୀ କରୁନାହାଁନ୍ତି ଏବଂ କେବଳ ହାତରେ ଗ୍ଲାସକୁ ସ୍ପର୍ଶ କରୁଛନ୍ତି। ଏହି ପେଜରେ ଭାଇରାଲ ଫଟୋ ସହ କାର୍ଯ୍ୟକ୍ରମର ଅନ୍ୟ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- awazthevoice

ଭାଇରାଲ୍ ଫଟୋ ଏବଂ ମୂଳ ଫଟୋ ତୁଳନା କରିବାବେଳେ, ଦେଖାଯାଉଛି ଯେ ମହିଳାର ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,  ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଅଶ୍ଳୀଳ ଇଙ୍ଗିତ କରୁଥିବା ଦାବିରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।

Avatar

Title:ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ?

Fact Check By: Saritadevi Samal 

Result: Altered

Leave a Reply

Your email address will not be published. Required fields are marked *