ଭିଡିଓରେ ଆଫ୍ରିକା କଳାକାର ଓଡ଼ିଆ ଗୀତ ଗାଉଛନ୍ତି କି ?

Altered Social

ଭାରତରେ ହେଉ କିମ୍ବା ବିଦେଶରେ ଓଡ଼ିଆ ସଂଙ୍ଗିତ ଚାର୍ଚ୍ଚା କରାଯାଏ। ଓଡ଼ିଶାର ଲୋର ପ୍ରିୟ ସଂଙ୍ଗିତ ରଙ୍ଗବତି ପରି ଅନେକ ଗିତ ଦେଶ ବିଷୟରେ ପସନ୍ଦ କରାଯାଉଛି। ସେହି ପରି ଏକ ଭିଡିଓ ଭାଇରାଲ ହେଇଛି। ଯେଉଁଥିରେ କିଛି ବିଦେଶି କଳାକାର ଓଡ଼ିଆ ଗୀତ ଗାଉଥିବାର ଦେଖା ଯାଉଛନ୍ତି। ଦାବି କରାଯାଉଛି ଯେ, ଆଫ୍ରିକା କଳାକାର ଓଡ଼ିଆ ଗିତ ଗାଉଛନ୍ତି। ଭିଡିଓରେ ଓଡ଼ିଆ ଗୀତ ଗାଉଥିବାର ଦେଖା ଯାଉଛି। 

ଅନୁସନ୍ଧାନରେ ଆମକୁ ଭାଇରାଲ ଦାବି ଭୁଲ ପ୍ରମାଣିତ ହେଲା। 

ଦୁଇ ସପ୍ତାହ ପୂର୍ବରୁ Baba Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆଫ୍ରିକା କଳାକାର ଓଡ଼ିଆ ଗିତ ଗାଇଲେ। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଆଫ୍ରିକା କଳାକାର ଓଡ଼ିଆ ଗୀତ ଗାଇଲେ , ସେସ ଜା ଦେଖନ୍ତୁ ଲଭ ରେ ଘକା ଖାଇଲା ପରେ ଓଡ଼ିଆ ଗୀତ ଗାଇଲେ ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ କରାଯିବା ସହ ପୋଷ୍ଟକୁ 54 ଲୋକ ଦେଖିସାରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଭିଡିଓରେ ଆଫ୍ରିକା କଳାକାର ଓଡ଼ିଆ ଗୀତ ଗାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Convida Convida ନାମକ ୟୁଟ୍ୟୁବ ଚ୍ୟାନେଲ ପାଇଲୁ। ୟୁଟ୍ୟୁବ ଚ୍ୟାନେଲରେ ପ୍ରକୃତ ଭିଡିଓ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓ ଠାରୁ ସମ୍ପୁର୍ଣ୍ଣ ଅଲଗା ଗୀତ ଶୁଣିବାକୁ ମିଳୁଛି। ପୋଷ୍ଟର ତଳେ ଲେଖା ଯାଇଛି (Culture Musical Club & Bi Kidude Muhogo wa Jang’ombe AFH188) ସଂସ୍କୃତି ମ୍ୟୁଜିକାଲ୍ କ୍ଲବ୍ ଏବଂ ବି କିଡୁଡେ ମୁହୋଗୋ ୱା ଜଙ୍ଗମ୍ବୋ AFH188। ଏହାର ଅର୍ଥ ଆମେ ଜାଣିପାରିଲୁ ନାହିଁ। କିନ୍ତୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ କଳାକାର ଜଣକ ଓଡ଼ିଆ ଗୀତ ଗାଉ ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ପରେ ଆମେ ଭିଡିଓରେଥିବା ବ୍ୟକ୍ତିକୁ ସର୍ଚ୍ଚ କରିଲୁ। ଗୁଗୁଲରେ ଆମେ Bi Kidude(ବି କିଡୁଡେ) ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ  wikipedia ଲିଙ୍କ ମିଳିଲା। ଯେଉଁଥିରେ ଆମକୁ Bi Kidudeଙ୍କ ସୂଚନା ମିଳିଲା। ଫାଟୁମା ବିଣ୍ଟି ବାରାକା (Fatuma binti Baraka)ଙ୍କୁ  ବି କିଡୁଡେ ନାମରେ ଜଣାଯାଏ।  ସେ ଜଣେ ତାଞ୍ଜାନିଆର ଦେଶର ଗାୟକ ଥିଲେ।  ତାଙ୍କୁ “ତାରାବ ଏବଂ ୟୁନିଆଗୋ (Taarab and Unyago )ସଂଗୀତର ରାଣୀ” କୁହାଯାଏ।  ତାଙ୍କର 2013ରେ ମୃତ୍ୟୁ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- wikipedia

ଭାରତଠାରୁ Tanzania କେତେ ବାଟ  ତାହା ଆମେ ୱିକିପିଡିଆରେ ଦିଖିଲୁ। ଏହା ଆଫ୍ରିକାରେ ଅଟେ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ପରେ ଆମକୁ africasacountry ନାମକ ଏକ ପେଜ ମିଳିଲା। ଯେଉଁଥିରେ  Bi Kidude(ବି କିଡୁଡେ) ଗାଇଥିବା ଗୀତ Muhogo Wa Jang’ombe ବିଷୟରେ ଜଣା ପଡ଼ିଲା। ଯାହାକି ତାଞ୍ଜାନିଆର ଗୀତ ଅଟେ। ବି କିଡୁଡେଙ୍କ ଦ୍ୱାରା ଗାଇଥିବା ଏହା ଏକ ଲୋକପ୍ରିୟ ଗୀତ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- africasacountryArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ଆଫ୍ରିକା କଳାକାର ଓଡ଼ିଆ ଗୀତ ଗାଉଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ତାଞ୍ଜାନିଆ ବି କିଡୁଡେ  ନାମକ ସଂଙ୍ଗୀତ କଳାକାର ମୁହୋଗୋ ୱା ଜାଙ୍ଗୋମ୍ବେ ନାମକ ଗୀତ ଗାଉଛନ୍ତି। 

Avatar

Title:ଭିଡିଓରେ ଆଫ୍ରିକା କଳାକାର ଓଡ଼ିଆ ଗୀତ ଗାଉଛନ୍ତି କି ?

Fact Check By: Saritadevi Samal 

Result: Altered

Leave a Reply

Your email address will not be published. Required fields are marked *