
ଓଡ଼ିଶା ରାଜ୍ୟରେ ବିଜେଡି ସରକାରର ଯୋଜନା ଲାଗୁ ହୋଉଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ସୋସିଆଲ ମିଡିଆରେ ଲାଗି ରହିଥାଏ। ବିଜେଡ଼ି ଯାଜନା ଠାକ୍ ଭାବରେ ଚାଲୁଛି ନା ନହିଁ ଏହା ମଧ୍ୟ କେବେ କେବେ ପ୍ରଶ୍ନ ବାଚକ ହୋଇ ରହାଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ଜଣେ ସାମ୍ବାଦିକ ହିନ୍ଦିରେ ପ୍ରଶ୍ନ କରୁଛନ୍ତି ଯେ, (ବିଜୁ ସ୍ୱାସ୍ଥ୍ୟ ୟୋଜନା କେସେ ଚଲରହା ହେ )ବିଜୁ ସ୍ୱାସ୍ଥ୍ୟ ଯୋଜନା କିପରି ଚାଲୁଛି। ନବୀନ ପଟ୍ଟନାୟକ ଉତ୍ତରରେ କହୁଛନ୍ତି- ବଲକୁଲ ବକୱାସ। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଏଡିଟ୍ କରାଯାଇଛି।
6 ଡିସେମ୍ବରରେ ବିଜୟ ଭାଇ ଙ୍କ ମିଳିତ ମଞ୍ଚ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଖରେ ଗେଣ୍ଡାଳିଆ ପଲ ତୁମ ଝାମୁ କଣ ବିଜୁ ସ୍ଵାଥ୍ୟ କାର୍ଡ କୁ ଏମିତି କହିଲେଣି ବିଲ୍କୁଲ୍ , ବକବାସ୍ ଯୋଜନା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ହଜାରରୁ ଅଧିକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 4000ରୁ ଅଧିକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
https://www.facebook.com/WesupportBijayaKumarDalabehera/
ତେବେ କଣ ଭାଇରାଲ ଭିଡିଓରେ ଜଣେ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଷୟରେ ପଚାରିବାରୁ ସେ ବିଲକୁଲ ବକୱାସ ବୋଲି କହିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚରେ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 28 ଜାନୁଆରି 2019ରେ Kanak News ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓର 0.54 ମିନିଟରେ ସାମ୍ବାଦିକ ପଚାରୁଛନ୍ତି – ରାହଲ ଗାନ୍ଧୀ କହୁଛନ୍ତି ମୋଦି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କଣ୍ଟ୍ରୋଲ କରୁଛନ୍ତି। ଏହାକୁ ନେଇ ଆପଣ କହିବେ,…ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଲକୁଲ ବକୱାସ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଖବର ଅନୁସାରେ ନୂଆଦିଲ୍ଲୀରେ ଏକ ସରକାରୀ ବୈଠକ ଅବସରରେ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ବିଷୟରେ ପଚାରିଥିଲେ, ପଟ୍ଟନାୟକ ଏହାର ଉତ୍ତର କହିଛନ୍ତି ଯେ, ଏହା ‘ବିଲକୁଲ ବକୱାସ୍’ (ସଂପୂର୍ଣ୍ଣ ଅଳିଆ) ବୋଲି କହିଛନ୍ତି। 2019ରେ ଓଡ଼ିଶା ଗସ୍ତ ସମୟରେ ରାହୁଲ ଗାନ୍ଧୀ କହଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ରିମୋଟ ଓଡିଶା ସିଏମ ନିୟନ୍ତ୍ରଣ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଭିଡିଓ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ନବୀନ ପଟ୍ଟନାୟଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ବକୱାସ କହୁଥିବା ଭାଇରାଲ ଭିଡିଓ ଏଡିଟ୍ କରି ମିଥ୍ୟା ଦାବିରେ ସେୟାର କରାଯାଉଛି।

Title:ନବୀନ ପଟ୍ଟନାୟଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ବକୱାସ କହୁଥିବା ଭାଇରାଲ ଭିଡିଓ ଏଡିଟ୍ କରି ମିଥ୍ୟା ଦାବିରେ ସେୟାର କରାଯାଉଛି।
Fact Check By: Saritadevi SamalResult: False
