
25 ଡିସେମ୍ବରରେ ବିଜୁ ଜନତା ଦଳକୁ ପୂରିଲା ୨୫ ବର୍ଷ । ଏହି ପରୀପ୍ରେକ୍ଷୀରେ ବିଜେଡି ପୁରୀ ତାଳବଣିଆ ପଡ଼ିଆ ଠାରେ ବିଜେଡି ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକର ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ତାଙ୍କ ଦ୍ୱାରା ଦିଆ ଯାଇଥିବା ଭାଷଣରେ କୌଣସି ମହତ୍ୱ ନାହିଁ ଏବଂ ସେ କିଛି ବି ଭାଷଣ ଦେଉଛନ୍ତି ବୋଲି ଦାବି କରାଯାଉଛି।
ଏହାକୁ ନେଇ ତାଙ୍କର ସୋସିଆଲ ମିଡିଆରେ ପରିହାସ କରାଯାଉଛି।
ବିଭୁତି ପ୍ରଧାନ ସମର୍ଥକ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡିଶା ନଂ୧ ମୁଖ୍ଯମନ୍ତ୍ରୀ ଙ୍କ ବିଶ୍ବସ୍ତରୀୟ ଭାଷଣ
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓର ଫୋଟୋକୁ ରିଭର୍ସ ଇମେଜ କରିବାରୁ ଭିଡିଓ ଆମକୁ Kalinga TV ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀରେ ବିଜେଡିର 25 ବର୍ଷ ପାଳନ କରିବାକୁ ଏକତ୍ରିତ ହୋଇଥିବା ଜନତାଙ୍କୁ ସମ୍ବୋଧିତ କରିଛନ୍ତି।
ଭାଇରାଲ ଭିଡିଓ 0.58 ସେକେଣ୍ଡରୁ ଦେଖିପାରିବେ। ଯେଉଁଥିରେ ନବିନ ପଟ୍ଟନାୟକ ଲୋକଙ୍କୁ ଅନ୍ୟମାନଙ୍କ ପାଇଁ ଭଲକାମ କରିବା ନେଇ କହୁଛନ୍ତି।
ଭାଇରା୍ଲ ଭିଡିଓକୁ ଏଡ଼ିଟ କରି ଭିଡିଓର ଭଲ କାମକୁ ହଟାଇ କେବଳ କରନ୍ତୁ ଅଡ଼ିଓକୁ ରଖାଯାଇଛି।
ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓକୁ ଏଡ଼ିଟେ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ନିମ୍ନରେ ବିଶ୍ଲେଷଣ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଯଉଛି।

Title:ମିଥ୍ୟା ଦାବିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପାଦିତ ଭିଡିଓ ଭାଇରାଲ ହୋଇଛି
Fact Check By: Sarita SamalResult: False
