କ’ଣ ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଛନ୍ତି ?

False Political Social

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରିହାସ କରିବା ପାଇଁ ତାଙ୍କ ଭାଷଣରୁ କିଛି କ୍ଲିପ ଭାଇରାଲ କରାଯାଇଥାଏ।  ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ 20 ସେକେଣ୍ଡର  ଭିଡିଓ କ୍ଲିପ ଭାଇରାଲ୍ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ ଏକ ଷ୍ଟାଡିୟମରେ ଭାଷଣ ଦେବାବେଳେ ରାହୁଲ ଗାନ୍ଧୀ ନିଜକୁ ଲୋକଙ୍କ ଆଗରେ ଦୁନିଆର ସବୁଠୁ ବଡ ମୂର୍ଖ ବୋଲି କହିଛନ୍ତି ଏବଂ ଏଥିସହ କହିଛନ୍ତି ସେ ସାଂସଦ ହେଲେ ମଧଅୟ  ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ  ଲୋକସଭାରେ କାହାକୁ କହିବାକୁ ଦିଅନ୍ତି ନାହିଁ।

ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଭୁଲ ପ୍ରମାଣିତ ହେଲା।

12 ଅକ୍ଟୋବରରେ Chauhan Singh Nipi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ମୁର୍ଖ ବୋଲି କହୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗିଲୁ ପରେ ଆମେ ଏହାକୁ ଗୁଗୁଲର ରିଭର୍ସ ଇମେଜ କରି ଭାଇରାଲ ଭିଡିଓର ପ୍ରକୃତ ଭିଡିଓ ପାଇଲୁ।  Rahul Gandhi ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର ସମ୍ପୁର୍ଣ୍ଣ ଭିଡିଓ ମିଳିଲା। ଯାହାକି 11 ଜୁନ 2018ରେ ପ୍ରକାଶିତ ହୋଇଥିଲା। 24 ମିନିଟର ଏହି ଲମ୍ବା ଭିଡିଓରେ, 15 ମିନିଟ୍ 10 ସେକେଣ୍ଡ୍ ସମୟରେ, ଭାଇରାଲ୍ ଭିଡିଓର କ୍ଲିପ ରହିଛି। ସେ କହିଛନ୍ତି ଯେ “ ସଂସଦ ଗୃହ ବାହାରେ ବାଥରୁମ ପାଖରେ ଜଣେ ସାଂସଦ ସହ ସାକ୍ଷାତ ହୋଇଥିଲା, ସେ ମୋତେ ଅଟକାଇଥିଲେ। ମୁଁ ତାଙ୍କ ନାମ ପ୍ରକାଶ କରିପାରିବି ନାହିଁ, ଯଦି ମୁଁ ତାଙ୍କ ନାମ ପ୍ରକାଶ କରେ, ତେବେ ମୋଦୀ ତାଙ୍କୁ ବାହାର କରିଦେବେ। ସେମାନେ ଚାରି ରୁ ପାଞ୍ଚ ଜଣ ଥିଲେ। ତେଣୁ, ମୁଁ ଥଟ୍ଟା କରି ତାଙ୍କୁ ପଚାରିଲି, କଣ ହେଉଛି, ଏବଂ ସେମାନଙ୍କ ମଧ୍ୟରୁ ଜଣେ ମୋ ହାତ ଧରି କହିଲା, ଏହି ଦେଶରେ ମୋ ଭଳି ମୁର୍ଖ ନାହାନ୍ତି।  ମୁଁ ତାଙ୍କୁ ଆଣିଥିଲି, ମୁଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବନାଇଲି ଏବଂ ଆଜି ମୁଁ ଲୋକସଭା ସାଂସଦ, ନରେନ୍ଦ୍ର ମୋଦୀ ମୋତେ କିନ୍ତୁ ସାଂସଦରେ କଥା କହିବାକୁ ଦିଅନ୍ତି ନାହିଁ। ମୁଁ ସେମାନଙ୍କୁ ଏହା ମଧ୍ୟ କହିପାରିବି ନାହିଁ।  ଏବଂ  ଏହା ମୁଁ ଏକୁଟିଆ କହୁ ନାହିଁ, ଅନ୍ୟ ସମସ୍ତ ସାଂସଦ ମଧ୍ୟ ଡରୁଛନ୍ତି। କେହି ଆମ କଥା ଶୁଣନ୍ତି ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ନିମ୍ନରେ ଆପଣ ଭାଇରାଲ ହେଉଥିବା ଭିଡିଓ ଏବଂ ମୂଳ ଭିଡିଓର ଏକ ତୁଳନାତ୍ମକ ବିଶ୍ଳେଷଣ ଦେଖିପାରିବେ, ଯାହା ସ୍ପଷ୍ଟ କରେ ଯେ ଭାଇରାଲ୍ ଭିଡିଓ ମୂଳ ଭିଡିଓରୁ କ୍ଲିପ୍ ହୋଇ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ସେ ଲୋକସଭାରେ ଜଣେ ସାଂସଦ ତାଙ୍କୁ କହିଥିବା ଶବ୍ଦ କାଟି ଦିଆଯାଇଛି।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ, ଆମେ ଉପରୋକ୍ତ ପୋଷ୍ଟକୁ ବିଭ୍ରାନ୍ତିକରି ଭାଇରାଲ କରାଯାଉଛି।  ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ମୂଳ ଭିଡିଓରୁ ଏଡ଼ିଟ କରି ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:କ’ଣ ରାହୁଲ ଗାନ୍ଧୀ ନିଜକୁ ମୂର୍ଖ ବୋଲି କହୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *