ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ମୋଦି ହାଏ ହାଏ ନାରା ଲଗାଉଥିବାର ଦେଖାଯାଉଛନ୍ତି। ନବୀକରଣ ହୋଇଥିବା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାରାଣାସୀରେ ଆସିଥିଲେ। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ସହ ରାସ୍ତାରେ ଯିବାବେଳେ ଲୋକମାନେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। 25 ସେକେଣ୍ଡର ଭିଡିଓରେ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓ ସହିତ ହିନ୍ଦୀ କ୍ୟାପସନ୍ ଅନୁବାଦ ହୋଇଛି, “ବିକ୍ରି ହୋଇଥିବା ମିଡିଆ ଏହି ଖବର ଦେଖାଇବ ନାହିଁ।” ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

24 ଡିସେମ୍ବରରେ  Alex Kartik ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଉତରପ୍ରଦେଶ ରେ ନରେନ୍ଦ୍ର ମଦି ଆଉ ୟୋଗି ଅଦିତ୍ୟନାଥ ରୋ ସ୍ୱାଗତ , …। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓରେ ଉତରପ୍ରଦେଶ ରେ ନରେନ୍ଦ୍ର ମଦି ଆଉ ୟୋଗି ଅଦିତ୍ୟନାଥ ଗ୍ରସ୍ତ ସମୟରେ ମୋଦି ବିରୋଧି ନାରା ଲଗାଉଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ANI ପେଜରେ ଭାଇରାଲ ଭିଡିଓ ପାଇଲୁ। ଡିସେମ୍ବର 13 ରେ, ମେଗା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ ଯୋଗୀ ହଠାତ୍ ରାତିର ଯାଞ୍ଚ ପାଇଁ ଯାଇଥିଲେ। ମୂଳ ଭିଡିଓରେ ମୋଦି ହାଏ ହାଏ କହିଥିବାର କୌଣସି ନାରା ଶୁଣା ଯାଉ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ Ajtak ପେଜରେ ଏହାର ଏକ ଭିଡିଓ ପାଇଲୁ। ଭିଡିଓରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିଲେ। ଏହି ଭିଡିଓରେ ମୋଦୀଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଶୁଣାଯାଏ ନାହିଁ। ‘ମୋଦୀ ହାଏ’ ଏବଂ ‘ମୋଦୀ ସାର୍କ ଚୋର ହେ ଭଳି କୌଣସି ସ୍ଲୋଗାନ ଶୁଣାଯାଏ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ସାମ୍ବାଦିକ ରୋହନ ଦୁଆ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀ ରାସ୍ତାରେ ବୁଲିବାକୁ ବାହାରିଛନ୍ତି। ରାସ୍ତାରେ ଯାଉଥିବା ଲୋକମାନେ ପ୍ରତ୍ୟେକ କୋଣରୁ ସେଲଫି ନେଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଭାଇରାଲ ଭିଡିଓ ଏବଂ ଆମକୁ ମିଲିଥିବା ଭିଡିଓକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ହାଏ ହାଏ ମୋଦି ନାରା ଏଡ଼ିଟ୍ କରି ଆଡ କରାଯାଇଥିବାର ଦେଖାଯାଉଛି। ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ଏହା ସ୍ପଷ୍ଟ ହେଲା ଯେ, ଭିଡିଓ ଭାଇରାଲ ହେବା ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ।  ଏହି ଭିଡିଓକୁ ଡିଜିଟାଲ୍ ଏଡିଟ୍ କରାଯାଇଛି ଏବଂ ଏଥିରେ ମୋଦୀ ବିରୋଧୀ ସ୍ଲୋଗାନର ସ୍ୱର ଭର୍ତ୍ତି କରାଯାଇଛି। ବାସ୍ତବରେ ଭିଡିଓରେ ସେପରି କୌଣସି ସ୍ଲୋଗାନ ନାହିଁ।

Avatar

Title:ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

Fact Check By: Saritadevi Samal 

Result: Altered