
ଦିଲ୍ଲୀର ସିଂଘୁ ବୋର୍ଡରେ କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ କୃଷି ଆଇନକୁ ସଂଯୋଗ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି। 0.17 ମିନିଟର ଭିଡିଓ ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୃଷି ଆଇନ ବିଷୟରେ କହୁଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ, ଏହି ବିଲରେ ତୁମର ଜମି ଯିବ ନାହିଁ, ତୁମର ବଜାର ଯିବ ନାହିଁ, ତୁମର MSP ଯିବ ନାହିଁ । ବର୍ତ୍ତମାନ କୃଷକ ଦେଶର ଯେକୌଣସି ସ୍ଥାନରେ ନିଜର ଫସଲ ପାଇପାରିବେ, ବର୍ତ୍ତମାନ ଚାଷୀଙ୍କୁ ଭଲ ମୂଲ୍ୟ ମିଳିବ, ସେ ଏହାକୁ ବଜାର ବାହାରେ ମଧ୍ୟ ବିକ୍ରି କରିପାରିବେ। ଦିଲୀପଜୀ, 70 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ଏହା ସବୁଠାରୁ ବଡ ବିପ୍ଳବିକ ପଦକ୍ଷେପ ହେବ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏଡିଟେଡ ପାଇଲୁ।
30 ଜାନୁଆରିରେ Krishna Nanda Dhal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିନଥିଲା କେଡରିୱାଲ ଠିକ୍ ଏହି କଥା କହୁଥିଲେ। କିନ୍ତୁ ବର୍ତ୍ତମାନ କୃଷି ବିଲ ଲାଗିଲାପରେ ଏହମାନଙ୍କୁ ପସନ୍ଦ ଆସୁନି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଦେଖରେ ଚାମଚା ଦେଖ ତୁମ କେଜେରୀ କୁ କାହିଁକି ଆମେ ପଲଟୁ ରାମ କହୁଛୁ।ଦିନ ଥିଲା ଇଲେକସନ ଜିତିବାକୁ ଠିକ୍ ଏହିକଥା କହୁଥିଲା । ଆଜି ମୋଦି କୃଷକ ବିଲ ରେ ଠିକ୍ ଏହିକଥା କରିବାରୁ ନୋଟଙ୍ଗି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାବି ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓରେ କେଜରିୱାଲ କୃଷି ବିଲକୁ ସମର୍ଥନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ Zee Panjab Haryana Himachal ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। କେଜରିୱାଲଙ୍କର ଏହି ଇଣ୍ଟରଭିୟୁ 15 ଜାନୁଆରି 2021ରେ ନିଆଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ମୂଳ ଭିଡିଓ ଏବଂ ଭାଇରାଲ ଭିଡିଓକୁ ବିଶ୍ଳେଷଣ କରିଲୁ। ମୂଳ ଭିଡିଓରେ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କୁହାଯାଇଥିବା ବିଭିନ୍ନ ବାକ୍ୟକୁ ଏଡିଟ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ବାସ୍ତବରେ ଅରବିନ୍ଦ କେଜ୍ରିୱାଲ ମୂଳ ଭିଡିଓରେ କହୁଛନ୍ତି, କୃଷକମାନେ କୃଷି ନିୟମରୁ ଉପକୃତ ହେବେ ନାହିଁ। ସରକାର ଏବଂ ବିଜେପିର ନେତା ସମସ୍ତଙ୍କୁ ବୁଝଉଛନ୍ତି ଯେ କୃଷି ଆଇନ ସମସ୍ତଙ୍କ ହିତରେ ଅଛି ଏବଂ ସେମାନେ କହୁଛନ୍ତି ଯେ ଚାଷୀଙ୍କ ଜମି ଏହି ବିଲ୍ ଦେଇ ଯିବ ନାହିଁ, ସେମାନଙ୍କର ଏମଏସପି ଯିବ ନାହିଁ, ସେମାନଙ୍କ ବଜାର ଯିବ ନାହିଁ। ଏହି ସବୁ ସୁବିଧା କୃଷକମାନଙ୍କ ପାଖରେ ଅଛି ଏବଂ ସେମାନେ କୃଷି ନିୟମର ଲାଭ କ’ଣ ବୋଲି ପ୍ରଶ୍ନ ଉଠାଉଛନ୍ତି।
ନିମ୍ନରେ ଦିଆଯାଇଥିବା ତୁଳନାତ୍ମକ ଭିଡିଓରେ, ଆପଣ ଏଡ଼ିଟ୍ ହୋଇଥିବା ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖିପାରିବେ।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଏଡିଟେଡ ଅଟେ। କେଜରିୱାଲ ବିଜେପି ସରକାର କୃଷି ଆଇନକୁ ସମର୍ଥନ କରିଥିବା ଦାବି ମିଥ୍ୟା ଅଟେ।

Title:କ’ଣ କେଜରିବାଲ କୃଷି ବିଲକୁ ସମର୍ଥନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False