କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ଫଟୋକୁ ଏଡିଟ୍ କରି ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାରଗେଟ କରାଯାଉଛି।

Altered Political

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନାମରେ ଅନେକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ ହୋଇଛି। ଏବଂ ଆମେ ମିଥ୍ୟା ଦାବିରେ ଭାଇରାଲ ହେଉଥିବା ପୋଷ୍ଟର ସତ୍ୟତା ଜାଞ୍ଚ ମଧ୍ୟ କରିଛୁ। ଏହି ପରି ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି। ଫଟୋରେ ନବୀନ ପଟ୍ଟନାୟକ ଏବଂ ନିରଂଜନ ପଟ୍ଟନାୟକ ମୁଣ୍ଡରେ ମୁସଲମାନମାନଙ୍କ ଟୋପି ଲଗାଇଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର 4 କୋଟି ଲୋକ ଭରସା କରୁଛନ୍ତି ସେ କାଂଗ୍ରେସ ଦଳ ସହ ମିଶି ମୁସ୍ଲିମ ଧର୍ମ ସପକ୍ଷରେ। ଓଡ଼ିଶାରେ ହିନ୍ଧୁ ସୁରକ୍ଷିତ ତ। 

ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଫଟୋରେ ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ଓଡିଶା ପିସିସି ମୁଖ୍ୟ ଜୟଦେବ ଜେନା ଅଟନ୍ତି। 

କଣ ଅଛି ଭାଇରାଲ ପୋଷ୍ଟ-

9 ଡିସେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଚିନ୍ତା କରନ୍ତୁ ଓଡିଶା ର ଚାରିକୋଟି ହିନ୍ଦୁ,ଓଡିଶା ର ସନାତନୀ ହିନ୍ଦୁ ସୁରକ୍ଷିତ ତ ❓ଜାବାବ ଦିଅ ☝️କେବଳ ଗଣତାନ୍ତ୍ରିକ ଉପାୟରେ ଆଗକୁ ପଞ୍ଚାୟତ ନିର୍ବାଚନ ତୁମ ସୁରକ୍ଷା କେବଳ ତୁମ ଆଙ୍ଗୁଠି ଟିପ ରେ ☝️।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଭାଇରାଲ ଫଟୋରେ ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁସଲମାନ ଧର୍ମର ଟୋପି ପିନ୍ଧୀଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। sambadenglish ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 9 ଅଗଷ୍ଟ 2013ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫଟୋରେ ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ଓଡିଶା ପିସିସି ମୁଖ୍ୟ ଜୟଦେବ ଜେନା ଅଟନ୍ତି। ଖବର ଅନୁସାରେ କଂଗ୍ରେସ ଭବନରେ ଓଡିଶା ପିସିସି ମୁଖ୍ୟ ଜୟଦେବ ଜେନା ଏବଂ ତାଙ୍କ ପୂର୍ବ ନିରଂଜନ ପଟ୍ଟନାୟକଙ୍କ ବହୁ ପ୍ରତୀକ୍ଷିତ ମିଳିତ ସାମ୍ବାଦିକ ସମ୍ମିଳନୀର ଶେଷ ମୁହୂର୍ତ୍ତର ସ୍ଥଗିତାଦେଶ ଦୁଇ ନେତାଙ୍କ ମଧ୍ୟରେ ‘ପ୍ୟାଚ୍ ଅପ୍’କୁ ଅପେକ୍ଷା କରିଥିବା ଦଳୀୟ କର୍ମୀଙ୍କ ପାଇଁ ହତାଶ ହୋଇଛି।। 

ସ୍ଥଗିତାଦେଶର କାରଣ ବର୍ଣ୍ଣନା କରି ଜେନା ତାଙ୍କ ଏକକ ଶୋ’ରେ ଯୋଗ ଦେଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ୍ ଦୃଶ୍ୟ ଉପରେ ପ୍ରସ୍ତାବିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ମହାପାଲପଡା ର 14 ବର୍ଷର ଝିଅର ଦୁର୍ଭାଗ୍ୟଜନକ ମୃତ୍ୟୁ ପରେ ପରିସ୍ଥିତି ଉପୁଜିପାରିଲା ନାହିଁ। ଗତ ମାସରେ ଗଣଦୁଷ୍କର୍ମ ପରେ ନିଆଁ ଲାଗିଯାଇଥିଲା। ଗୁରୁବାର ରାତିରେ ରାଜଧାନୀ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ପରେ ସହରରେ କ୍ରୋଧିତ ବିରୋଧ ପ୍ରଦର୍ଶନ କରିବା ସହ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ତେବେ ଜେନା କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରିବାକୁ ମନୋନୀତ ହୋଇଥିବାବେଳେ ନିରଂଜନ ପଟ୍ଟନାୟକ ପୀଡିତାଙ୍କ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ମହାପାଲପଡା ଅଭିମୁଖେ ଯାତ୍ରା କରିଥିଲ। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ “ମୁଁ ଭାବୁଛି ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରି ପୂର୍ବତନ ପିସିସି ମୁଖ୍ୟଙ୍କ ସହ ମହାକଲପଡା ଯାଇଥାନ୍ତେ, ତେବେ ଲୋକମାନଙ୍କୁ ଏକ ଭଲ ବାର୍ତ୍ତା ପଠାଇଥାନ୍ତେ।

14 ମେ 2013ରେ dailypioneer ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 2013ରେ ନିରଂଜନ ପଟ୍ଟନାୟକଙ୍କ ସ୍ଥାନରେ ଜୟଦେବ ଜେନାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରିବା ପ୍ରସ୍ତାବକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି। ପୂର୍ବତନ ରାଜ୍ୟ ମନ୍ତ୍ରୀ ଜେନା ବର୍ତ୍ତମାନ AICC ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଆସାମ ଏବଂ ଉତ୍ତରପ୍ରଦେଶର ଦାୟିତ୍ୱରେ ଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ଭାଇରାଲ ଫଟୋ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ତଳେ ବିଶ୍ଲେଷଣ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଫଟୋରେ ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ଓଡିଶା ପିସିସି ମୁଖ୍ୟ ଜୟଦେବ ଜେନା ଅଟନ୍ତି। 

Avatar

Title:କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ଫଟୋକୁ ଏଡିଟ୍ କରି ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାରଗେଟ କରାଯାଉଛି।

Fact Check By: Saritadevi Samal 

Result: Altered

Leave a Reply

Your email address will not be published. Required fields are marked *