
ସେପ୍ଟେମ୍ବର ୨୦୨୦ ରେ କୃଷି ସମ୍ବନ୍ଧୀୟ ତିନୋଟି ବିଲ୍ ଲୋକସଭା ଏବଂ ରାଜ୍ୟରଭାରେ ପାରିତ ହୋଇଥିଲା। ଏହି ବିଲ୍ ଗୁଡ଼ିକ ହେଲା “କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ଅଧିନିୟମ ୨୦୨୦, କୃଷି ଚୁକ୍ତିନାମା ମୂଲ୍ୟ ନିର୍ଧାରଣ ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ ୨୦୨୦।” ସେପ୍ଟେମ୍ବର ୨୮ ରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ବିଲ୍ କୁ ମଞ୍ଜୁରୀ ଦେଇ ଏହାକୁ ଆଇନ ଘୋଷଣା କରିଥିଲେ। ସେବେଠାରୁ କୃଷକ ମାନେ ଏହାକୁ କୃଷକ ବିରୋଧୀ କହି ଏହି ଆଇନକୁ ବିରୋଧ କରୁଛନ୍ତି। ଏହି ବିରୋଧ ବା ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି।
ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଆନ୍ଦୋଳନରେ କୃଷକ ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଟ୍ରାକ୍ଟର ବ୍ୟବହାର କରି ପୋଲିସ ବ୍ୟାରିକେଡ୍ ଉଲଂଘନ କରିବା ଚେଷ୍ଟା କରୁଛନ୍ତି। ପୋଲିସ ମଧ୍ୟ ତାଙ୍କ ଉପରେ ପାଣି ତୋପ ବ୍ୟବହାର କରିବା ଜଣା ପଡ଼ିଛି।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଦେଶରେ କୃଷକ ଆନ୍ଦୋଳନ ଚାଲୁଥିବା ସମୟରେ ୧୨ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “ଯେଉଁମାନେ କୃଷି ସଂଶୋଧନ ବିଲ କୁ ସମର୍ଥନ କରୁଛନ୍ତି, ସେମାନେ କେତେ ଥର ଚାଷ ଜମି କୁ ଯାଇ ଚାଷ କରିଛନ୍ତି. ପୁଞ୍ଜିପତି ର ଏଜେଣ୍ଟ ସାଜିଥିବା ସରକାର ଚାଷୀ ର ଫସଲ ର ମୂଲ୍ୟ ର ନିର୍ଣ୍ଣୟ ନେବ. ଫସଲ ଆମର, ଫସଲ ର ମୂଲ୍ୟ ବି ଆମେ ନିର୍ଣ୍ଣୟ ନେବୁ.”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ଘଟଣା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨ ଅକ୍ଟୋବର ୨୦୧୮ ମସିହାରେ ଏଏନଆଇ ନ୍ୟୁଜ ଦ୍ଵାରା ଏହି ଭିଡିଓ ଟୁଇଟରରେ ମିଳିଲା। ଏହି ଟୁଇଟରେ ଲେଖା ଯାଇଅଛି ଯେ ଏହା ୟୁ.ପି-ଦିଲ୍ଲୀ ସୀମାର ଦୃଶ୍ୟ ଅଟେ ଯେଉଁଠାରେ ‘କିଷାନ କରାନ୍ତି ପଦଯାତ୍ରା’ ସମୟରେ ତାଙ୍କୁ ଅଟକାଇ ଦିଆ ଯାଇଅଛି। ଆନ୍ଦୋଳନକାରୀ ମାନେ ପୋଲିସ ବ୍ୟାରିକେଡ୍ ବ୍ଭାଙ୍ଗିଲା ପରେ ପୋଲିସ ପାଣି ତୋପ ବ୍ୟବହାର କରିଥିଲା।
ଏହି ବିଷୟରେ ଅଧିକ ସୂଚନା ଆମକୁ ୩ ଅକ୍ଟୋବରରେ ଦି ହିନ୍ଦୁ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରୁ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଦିଲ୍ଲୀ-ୟୁ.ପି ରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ରାଜଧାନୀରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭାରତ କିସାନ୍ ଯୁନିଅନ ସହ ଜଡିତ ହଜାର-ହଜାର ସଂଖ୍ୟାର ଚାଷୀ ମାନଙ୍କୁ ଅଟକାଇବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗୋଳି ଚଳାଇଥିଲା। ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଜାରି କରା ଯାଇଥିଲା ଏବଂ ୨୩ ସେପ୍ଟେମ୍ବର ୨୦୧୮ ରେ ତ୍କାଇଟ ଘାଟିରୁ ଆରମ୍ଭ ହେଇଥିବା କୃଷକ ଆନ୍ଦୋଳନ ଯାତ୍ରାକୁ ଦିଲ୍ଲୀରେ ପ୍ରବେଶ କୁ ରୋକିବା ପାଇଁ ୩୦୦୦ ପୋଲିସ କର୍ମଚାରୀ ନିଯୋଜିତ ହେଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାର ଅଟେ। ଏହି ଭିଡିଓର ବର୍ତ୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଚାଷୀ ମାନଙ୍କର ଉପରେ ପାଣି ତୋପ ବ୍ୟବହାର କରୁଥିବା ଏହି ଭିଡିଓ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False