
କିଛି ଦିନ ହବ ସୋସିଆଲ ମିଡିଆରେ ମଣିଷ ମୁହ ଥିବା ବିଲେଇ ଫୋଟୋ ଭାଇରାଲ ହୋଇଚାଲିଛି। ଏହି ଫୋଟୋ ଦେଖିବା ପରେ ଲୋକ ମାନଙ୍କ ହୋସ ଉଡିଯାଉଛି। ୨୩ ଡିସେମ୍ବରରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ମାଲେସିୟାରେ ଏପରି ଗୋଟିଏ ବିଲେଇ ଜନ୍ମ ନେଇଛି ଜାହାର ଗୋଟିଏ ମଣିଷ ଚେହେରା ଅଛି। ଏହି ବିଷୟ ନେଇ ଦେଶ ବିଦେଶରେ ଖୁବ ଆଲୋଚନା ଚାଲିଛି।

ଏହି ପୋଷ୍ଟଟି ଫେସବୁକର ଓଡ଼ିଆ ନ୍ୟୁଜ 24 ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କରିଲା ପରେ ଏହି ପୋଷ୍ଟ ସହିତ ଜଡିତ କିଛି ସତ୍ୟ ଆମ ସାମନାକୁ ଆସିଲା।
୧୮ ଅକ୍ଟୋବର ୨୦୧୮ ମସିହାରେ ମିରର ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ହେଇଛି ଯେ ଏହି ପୋଷ୍ଟରେ ଦେଖା ଯାଉଥିବା ଭିଡିଓଟି ମାଲେସିୟାର ପାହାଙ୍ଗ ସହରରେ ସୁଟ କରା ଯାଇଅଛି। ଏହି ଭିଡିଓରେ ଥିବା ଜିବର ୪ ଟି ଗୋଡ଼ ଅଛି ଓ ଏହାର ଚେହେରା ମଣିଷ ପରିକା ଏବଂ ଏହା ଦେଖିବାକୁ ଗୋଲାପି ରଙ୍ଗର। ଏହାର ପତଳା-ପତଳା ବାଳ ଅଛି ଓ ଦୁଇଟି ଧାରୁଆ ଦାନ୍ତ ଅଛି। ମାଲେସିୟା ପୁଲିସର କହିବା ଅନୁସାରେ ଏହି ଜିବର ଛବିଟି ଇଣ୍ଟର୍ନେଟ ମାଧ୍ୟମରୁ ଡାଉନ୍ଲୋଡ କରି ଭାଇରାଲ କାରା ଯାଇଛି। ପୁଲିସ ଏହା ମଧ୍ୟ କହିଛନ୍ତି ଯେ ଏପରି ଜୀବ କେଉଁଠି ମଧ୍ୟ ଦେଖିବାକୁ ମିଳି ନାହିଁ।

Etsy.com ନାମ ଅନ୍ଲାଇନ ସପିଙ୍ଗ ସାଇଟରେ ଏହି ଜିବକୁ ଦେଖିବାକୁ ମିଳିଲା ଓ ଏହାର ବିଷୟରେ ମଧ୍ୟ ଲେଖା ହେଇଛି। ଏହି ସାଇଟରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହା ସତ ଜିବ ନୁହେଁ, ଗୋଟିଏ ହାତ ତିଆରି ଜିନିଷ। ଏହା ୯ ସେ.ମି ଲାମ୍ବା, ୨୩ ସେ.ମି ଚଉଡା। ଏହାକୁ ଇଟାଲୀର ଲାଇରା ମାଗାନୁକୋ ନାମକ ଶିଳ୍ପକାରୀ ବନାଇଛନ୍ତି। ଏହା ସିଲିକନ ଧାତୁରେ ବଣା ହେଇଅଛି। ଏହାକୁ ଏପରି ଉପାୟରେ ବନା ହେଇଅଛି ଯେ ଏହି ଗୋଟିଏ ସତ ଜିବ ଭଳିଆ ଦିଶୁଚି। ଏହାର ନାମ “ୱେୟାରୱୂଲ୍ଫ ବେବି” ରକ୍ଷା ଯାଇଅଛି ଓ ଏହାର ଦାମ ୨,୫୭୫ ଦଲ୍ଲାର ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପ୍ରକୂତରରେ ଏପରି କୌଣସି ଜିବ ନାହିଁ। ଏହା ଇଟାଲୀର ଜଣେ ଶିଳ୍ପକାରୀ ଙ୍କ ଦ୍ଵାରା ବଣା ଯାଇଥିବା ଗୋଟିଏ ମଡେଲ ଓ ଏହାର ମାଲେସିୟାରେ ଦେଖା ଯାଇଥିବା ଗୋଟିଏ ମିଥ୍ୟା କଥା। ମାଲେସିୟା ପୁଲିସ ମଧ୍ୟ ଏହି କଥାର ପ୍ରମାଣ ଦେଇଛନ୍ତି।

Title:କ’ଣ ସତରେ ଏପରି ଗୋଟିଏ ଜିବ ଜନ୍ମ ନେଇଅଛି ଯାହାର ମୂହ ମଣିଷ ପରି ଆଉ ଦେହ ବିଲେଇ ପରି? କ’ଣ ମଣିଷ ଚେହେରା ନେଇ ଜନ୍ମ ନେଲା ବିଲେଇ? ଜାଣନ୍ତୁ ସତ।
Fact Check By: Siddharth SahuResult: False