
୨୨ ଜୁନ ୨୦୨୦ ରେ ଓଡ଼ିଆ ନ୍ୟୁଜ ଫେସବୁକ ପେଜରେ ଗୋଟିଏ ପୋଷ୍ଟ ରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା କଙ୍କାଳ କୌଣସି ଫିଲିମ ସୁଟିଙ୍ଗର ଦୃଶ୍ୟ ନୁହେଁ। ଏହି କଙ୍କାଳ କାର୍ଗିଲ ଯୁଧ୍ୟରେ ଶହିଦ ହେଇ ଥିବା ଭାରତ ଜବାନ ହେମ ସିଂହ ଯାଦବଙ୍କ କଙ୍କାଳ ଅଟେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସେ ସେଶ ପର୍ଯ୍ୟନ୍ତ ଶତ୍ରୁ ସହିତ ଲଢି ନିଜ ଜୀବନ ହରାଇଥିଲେ। ଏହି ପୋଷ୍ଟ କୁ ବିଗତ ୨ ଦିନରେ ୪୦୬ ଲାଇକ୍ସ ଏବଂ ୧୯ ଥର ଶେୟାର କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ ରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ୨୮ ଡିସେମ୍ବର ୨୦୧୭ ମସିହାରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଓଷ୍ଟରର୍ବିକ ଷ୍ଟଗ ଏଣ୍ଡ ମିସିଙ୍ଗ ଇନ ଏକ୍ସନ ନାମକ ମିଲିଟାରୀ ମଡେଲିଙ୍ଗ ମେଗାଜିନ ପାଇଁ ଏହି ମଡେଲ ତିଆରି କରା ଯାଇଥିଲା।
ଏହା ପରେ ଆମେ ଏହି ବିଷୟ ନେଇ ଆହୁରି ଅନୁସନ୍ଧାନ କରିଲା ପରେ ଆମକୁ ୮ ସେପ୍ଟେମ୍ବର ୨୦୧୮ ମସିହାରେ ତେୟିତ ନାମକ ୱେବସାଇଟରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ସୋସିଆଲ ମିଡିଆ ରେ ଏହି ଫୋଟୋ ଭାଇରାଲ ହେଇଛି ଯେଉଥିରେ ଏହା ଦାବି କରା ଯାଇଅଛି ଯେ ଏହି କଙ୍କାଳ ସାଇପ୍ରସ ପିସ ଅପେରେସନ ଯୁଧ୍ୟ ସମୟରେ ତୁର୍କୀ ଦେଶର ଜଣେ ସୈନ୍ୟଙ୍କର କଙ୍କାଳ ଅଟେ। ଏହି ଅନୁଛେଦରେ କୁହା ଯାଇଅଛି ଯେ ଏହି କଙ୍କାଳ ତୁର୍କୀ ଦେଶର ସୈନ୍ୟର ଥିବା କଥା ମିଥ୍ୟା ଅଟେ। ଏହି ମଡେଲ ୨୦୧୭ ମସିହାରେ ଦିଲୀପ ସରକାର ନାମକ ବ୍ୟକ୍ତି ନିର୍ମାଣ କରିଥିଲେ।
ଏହା ପରେ ଆମେ ଏହି ମିଲିଟାରୀ ମେଗାଜିନ କୁ ଖୋଜି ବାହାର କରିଲୁ। ଏହି ମେଗାଜିନର ୧୬ ରୁ ୨୧ ପ୍ରୁଷ୍ଠା ରେ ଏହି ମଡେଲ ନିର୍ମାଣର ବିବରଣ ଦିଆ ଯାଇଅଛି। ଏହି ମଡେଲର ଉପସଂହାର ରେ ଲେଖା ଯାଇଅଛି ଯେ ଏହା କୁ ମଡେଲ କୁହା ଜୀବ କି କଳା? ଏହା ଗୋଟିଏ ଅନନ୍ୟ ଏବଂ ଆଶ୍ଚର୍ଯ୍ୟ ଜଣକ କାର୍ଯ୍ୟ ଅଟେ। ଏହି କଳା ପଛରେ ଗୋଟିଏ ଗମ୍ଭୀର ବାର୍ତ୍ତା ଲୁଚି ରହିଛି ଯେ ଯୁଧ୍ୟ ଏବଂ ମିଲିଟାରୀ ଜନ୍ତ୍ର ଦ୍ଵାରା ପ୍ରକୃତରେ କଣ ଖ୍ଯାତି କରି ପାରିବ।
ଶେଷକଥା:
ଆମ ଅନୁସନ୍ଧାରୁ ଜଣା ପଡ଼ିଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି କଙ୍କାଳ କାର୍ଗିଲ ଯୁଧ୍ୟ ରେ ଶହୀଦ ହେଇଥିବା ଭାରତ ସେନା ଜବାନର କଙ୍କାଳ କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି କଙ୍କାଳ ଗୋଟିଏ ମଡେଲ ଅଟେ। ଏହା ବିଷୟରେ ମିଲିଟାରୀ ମେଗାଜିନ ବିଷୟରେ ମଧ୍ୟ ପ୍ରକାଶିତ ହେଇଛି।

Title:କ’ଣ ଫୋଟୋରେ ଥିବା କଙ୍କାଳ କାର୍ଗିଲ ଯୁଧ୍ୟ ଶହିଦ ଯବାନ ହେମ ସିଂହ ଯାଦବଙ୍କର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False