କ’ଣ ତିନି ବର୍ଷ ପୂର୍ବେ ପାରାଦୀପରୁ ମିଳିଥିଲା ଜଳପରୀ?

False Social

Archive

Archive

ତିନି ବର୍ଷ ପୂର୍ବରୁ ଏବେଜାଏଁ ପାରାଦୀପରୁ ଜଳପରୀ ମିଳିବାର ଏକ ଭିଡିଓ ୟୁଟ୍ୟୁବ, ଫେସବୁକରେ ଭାଇରଲ ହେଉଛି। ୟୁଟ୍ୟୁବରେ sk 8bp ନମର ଜଣେ ୟୁଜର ଆକାଉଣ୍ଟରୁ ଏହା ଭାଇରାଲ ହେଉଛି। ଭିଡିଓରେ ଏକ ମାଛର ହାତ ବାନ୍ଧି ଦିଆଯାଇଛି ଏବଂ ମାଛଟିକୁ ଏକ କାଠ ବାକ୍ସ ଉପରେ ରଖା ଯାଇଛି। ଏତିକି ନାହଁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭିଡିଓରେ ମାଛଟି ନିଶ୍ୱାସ ନେଉଥିବାର ଦେଖା ଯାଉଛି। ଏହି ପ୍ରାଣୀର ଦେହ ମଣିଷ ଭଳି ଏବଂ ମୁହଁ ଫିଲ୍ମରେ ଦେଖା ଯାଉଥିବା ଡ୍ରାଗନ ଭଳି ଦେଖା ଯାଉଥିବା ବେଳେ ଅଣ୍ଟାର ତଳକୁ ମାଛ ଭଳି ଦେଖା ଯାଉଛି।  ଭିଡିଓରେ ସ୍ପଷ୍ଟ ଦାବି କରାଯାଇଛି ଯେ, ୨୦୧୭ରେ ଏହି ଜଳପରୀ ପାରାଦୀପ ସମୁଦ୍ରରୁ ମିଳିଥିଲା।

ଆମେ ଭିଡିଓ କୁ ଅନୁସନ୍ଧାନ କରିବା ଯାଏଁ ଭିଡିଓଟିକୁ ୧୩,୬୨୬  ଲୋକ ଦେଖି ସାରିଛନ୍ତି। କେବଳ ଏତିକି ନୁହେଁ ଏହି ଗୁମର ଭିଡିଓକୁ ୟୁଟ୍ୟୁବରେ trending lifestream, advutaduniya, Channel mixଭଳି ୟୁଜର୍ସ ମାନେ ପୋଷ୍ଟ କରିଛନ୍ତି। ଏହା ଛଡ଼ା ଏହି ଗୁମର ବିଷୟରେ ଫେସବୁରେ ମଧ୍ୟ love is youନାମକ ଜଣେ ୟୁଜର ୨୦୧୭ରେ ପାରାଦୀପରୁ ଜଳପରୀ ବାହାରିଛି ଲେଖି ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Archive

ତେବେ ପାରାଦୀପରୁ ଜଳପରୀ ମିଳିଥିବାର ଗୁମର ସତ ନା ମିଛ, ତାହା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଯାଞ୍ଚର ପ୍ରରମ୍ଭରେ ଭିଡିଓ କୁ ଇନଭଏଡ ଆପ୍ଲିକସନରେ ପକାଇ ରିଭର୍ସ ଇମେଜ କଲୁ। ଏହା ପରେ ଏହି ଜଳପରୀର  କିଛି ଫୋଟୋ ଗୁଗୁଲ ପେଜରେ ମିଳିଲା। ଫୋଟୋ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଗୁଗୁଲରେ ପାରାଦୀପରେ ମିଳିଥିବା ଜଳପରି ମାରି ସର୍ଚ୍ଚ କଲୁ। ସର୍ଚ୍ଚରେ ଉପରୋକ୍ତ ଜଲପରୀର ଅନେକ ଭିଡିଓ ମିଳିଲା।ସେଥିରୁ କିଛି ଭିଡିଓରେ ଏହି ଜଳପରୀ ହାଇଦ୍ରାବାଦର ଭାଇଜାକରୁ ମିଳିଥିବା କୁହାଯାଇଛି ତ କିଛି ଭିଡିଓରେ ଏହି ଜଲପରୀ ଗାଙ୍ଗା ନଦୀରୁ ମିଳିଥିବା ଦାବି କରାଯାଇଛି।

ଏହା ପରେ ଆମେ ଭିଡିଓରେ ଥିବା ଅଦ୍ଭୁତ ମାଛ ବିଷୟରେ ଜାଣିବା ପାଇଁ ଗୁଗୁଲରେ ଅଧିକ ସର୍ଚ୍ଚ କଲୁ। ଆମକୁ ଜଳପରୀ ଦାବି କରା ଯାଉଥିବା ମାଛକୁ ଏକ ଯୁବକ ରଙ୍ଗ ଦେଉଥିବା ଏକ ଫୋଟୋ ମିଳିଥିଲା।

ଏହି ମାଛ ବିଷୟରେ ଦି ଲଲନଟୋପ ନାମକ ନ୍ୟୁଜ ଚ୍ୟାନେଲରେ ବିସ୍ତାର ଭାବେ କୁହା ଯାଇଛି। ଦ ଲଲନଟୋପ ନ୍ୟୁଜ ଚ୍ୟାନେଲରେ ଏହି ମାଛଟିକୁ ମିଆଁମାରର ଜଣେ ଯୁବକ କାଠରେ ନିର୍ମାଣ କରିଥିବା କୁହାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ମିଆଁମାରର ଏକ ଏଗ୍‌ଜିବସନରେ ଏହାକୁ ପ୍ରଦର୍ଶନ କରାଯାଇଥିଲା।

Archive

କେବଳ ସେତିକି ନୁହେଁ ଓଡ଼ିଶା ଇଂରାଜି ୱେବପୋର୍ଟାଲ ଓମକମରେ ମଧ୍ୟ ଏହି ନ୍ୟୁଜକୁ ମିଥ୍ୟା ବୋଲି କୁହାଯାଇଛି।

Archive

ଓମ୍‌କମ୍‌ର ଏହି ପୋଷ୍ଟରେ ଜଗତସିଂହପୁର ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି ଯେ, ପାରାଦୀପରୁ ମିଳିବା ଜଳପରୀ ଏକ ମିଥ୍ୟା ଘଟଣା।

ଶେଷକଥା:

ଯାଞ୍ଚ ପରେ ଆମକୁ ଜଣା ପଡ଼ିଲା ଯେ, ପାରାଦୀପରୁ ଜଳପରୀ ମିଳିଥିବା ଗୁମର ମିଥ୍ୟା ଅଟେ। ତିନି ବର୍ଷ ତଳେ ପାରାଦୀପରୁ କୌଣସି ଏଭଳି ମାଛ ମିଳିନାହଁ। ଆମ ଯାଞ୍ଚରୁ ଏହା ମଧ୍ୟ ସ୍ପଷ୍ଟ କାରାଯାଉଛି ଯେ, ଭାଇରାଲ ହେଉଥିବା ଜଲପରୀ ମାଛ ଫୋଟୋ କାଠରେ ନିର୍ମାଣ କରାଯାଇଛି। ଏହି ମାଛକୁ ମିଆଁମାରର ଏକ ଯୁବକ ନିର୍ମାଣ କରିଥିବା ଜଣାପଡ଼ିଛି।

Avatar

Title:କ’ଣ ତିନି ବର୍ଷ ପୂର୍ବେ ପାରାଦୀପରୁ ମିଳିଥିଲା ଜଳପରୀ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *