
ଗତ ମାସ ଓଡ଼ିଶାର ଜଣେ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଘୋଷିତ କରା ଯାଇଥିଲା। ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ନିଯୁକ୍ତି ହୋଇଛନ୍ତି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।
ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଡାଃ ବି.ଆର ଆମ୍ବେଦକର କହିଥିଲେ ଯେ ଯଦି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ପଦବୀରେ ନିଯୁକ୍ତି ହୁଅନ୍ତି ତେବେ ଦେଶରୁ ଅରକ୍ଷଣ ହଟାଇ ଦେବା ଉଚ୍ଚିତ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉପଲବ୍ଧ ତଥ୍ୟ ଯାଞ୍ଚ ପରେ ଆମକୁ ଡାଃ ଆମ୍ବେଦକରଙ୍କ ଦ୍ଵାରା ଏପରି କୌଣସି ଦାବି କରା ଯାଇ ଥିବା ମିଳିଲା ନାହିଁ।
କ’ଣ କୁହା ଯାଇଛି ପୋଷ୍ଟରେ?
ପୋଷ୍ଟ ସେୟାର କରି କୁହା ଯାଇଛି ଯେ “ଆମ୍ଵେଦକରଙ୍କ ଘୋଷଣା ଅନୁଯାୟୀ ଯେଉଁଦିନ ଭାରତର ରାଷ୍ଟ୍ରପତି ଜଣେ ମହିଳା ଆଦିବାସୀ ହେବେ, ତା ପରେ ହିଁ ଆରକ୍ଷଣ ହଟାଇବା ଦରକାର।”

ସମାନ ପୋଷ୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁଅନ୍ଧାନ:
ଗୁଗୁଲରେ ବିଭିନ୍ନ ଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଭାରତୀୟ ସଂସଦରେ ଆରକ୍ଷଣ, ସାମାଜିକ ଅର୍ଥନୀତି ଏବଂ ଦେଶରେ ମହିଳାଙ୍କ ପ୍ରଗତି ବିଷୟରେ ବିତର୍କ ବିଷୟରେ ଚର୍ଚ୍ଚାର ପ୍ରବନ୍ଧ ପ୍ରକାଶିତ ହେଇଥିବା ମିଳିଲା।
୨୪ ଅଗଷ୍ଟ ୧୯୪୯ ରେ ସଂସଦରେ ହେଇଥିବା ବିତର୍କରେ ଡାଃ ବି.ଆର ଆମ୍ବେଦକର ଆସାମ ରାଜ୍ୟରେ ଅନୁସୂଚିତ ଜାତି କ୍ଷେତ୍ରରେ ସଂରକ୍ଷଣ ନେଇ ନିଜ ମନ୍ତବ୍ୟ ଦେଇଥିଲେ। ବିତର୍କ ସମୟରେ ସେ କହିଥିଲେ ଯେ “ଆସାମରେ ଅନୁସୂଚିତ ଜାତି କ୍ଷେତ୍ରରେ ସଂରକ୍ଷଣ” ଶବ୍ଦ ଉପସ୍ଥାପିତ କରାଗଲା ତେବେ ଏହାର ଅର୍ଥ ହେଉଛି ଯେ ଆସାମର ଅନୁସୂଚିତ ଜାତିସଂଘକୁ ଯେଉଁ ପ୍ରତିନିଧିତ୍ଵର ଅଧିକାର ସଂସଦ ଦେବା ପାଇଁ ନିର୍ଣୟ ନେଇଛି ତାହା ସେମାନଙ୍କୁ ପ୍ରତିନିଧିତ୍ଵ କରିବାର ଅଧିକାରରୁ ବଞ୍ଚିତ କରିବ।
ସେ ଏହା ମଧ୍ୟ କହିଥିଲେ ଯେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅସଂରକ୍ଷିତ ସିଟ୍ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାର ଅଧିକାର ପାଇବେ। ଏହା ପରାମର୍ଶଦାତା କମିଟିର ରିପୋର୍ଟରେ ଅନ୍ତର୍ଭୁକ୍ତ ଯାହାକି ସଂସଦ ଦ୍ଵାରା ପୂର୍ବରୁ ଗ୍ରହଣ କରାଯାଇଛି।

୨୫ ଅଗଷ୍ଟ ୧୯୪୯ ରେ ସଂସଦ ବିତର୍କରେ ଡାଃ ଆମ୍ବେଦକର ଅନୂଚିତ ଜାତି ଲୋକଙ୍କ ଉପରେ ହେଉଟିବା ବ୍ୟବହାରକୁ ନେଇ କହିଥିଲେ। ସଂସଦରେ ଅନୁସୂଚିତ ଜାତିକୁ ୧୦ ବର୍ଷ କାର୍ଯ୍ୟକାଳ ପାଇଁ ସୀମିତ ରଖିବା ଉପରେ ଚର୍ଚ୍ଚା ହେଇଥିଲା। ଆମ୍ବେଦକର କହିଥିଲେ, “ଅନୁସୂଚିତ ଜାତିର କିଛି ସଦସ୍ୟଙ୍କ ମନ୍ତବ୍ୟ ଉପରେ ମୁଁ ଗୋଟିଏ କିମ୍ବା ଦୁଇଟି କଥା କହିବାକୁ ଚାହେଁ। ମୋତେ କହିବାକୁ ପଡିବଯେ ସେମାନଙ୍କର ଅଭିଯୋଗର କାଉନୟ କାରଣ ନାହିଁ, କାରଣ କାର୍ଯ୍ୟକାଳକୁ ୧୦ ବର୍ଷ ମଧ୍ୟରେ ସୀମିତ କରିବାର ନିଷ୍ପତ୍ତି ସେମାନଙ୍କ ସହମତିରେ ଦିଆ ଯାଇଛି। ମୁଁ ବ୍ୟକ୍ତିଗତ ଭାବରେ ଏକ ବୃହତ ସମୟ ପାଇଁ କାର୍ଯ୍ୟକାଳକୁ ବଢାଇବାକୁ ପ୍ରସ୍ତୁତ ଥିଲି, କାରଣ ମୁଁ ଅନୁଭବ କରିଛି ଯେ ଅନୁସୂଚିତ ଜାତିଗୁଡିକ ଲୋକଙ୍କୁ ସେହି ପ୍ରକାର ବ୍ୟବହାର ଏବଂ ସୁବିଧା ଉପଲବ୍ଧ ହୋଇନାହିଁ ଯେପରି ଅନ୍ୟ ସଂଖ୍ୟାଲଘୁ ଜାତି ମାନଙ୍କୁ ମିଳିଛି। ଅନୁସୂହିତ ଜନଜାତିଙ୍କ ପାଇଁ ମୁଁ ଅଧିକ ସମୟ ଦେବାକୁ ପ୍ରସ୍ତୁତ। କିନ୍ତୁ ଯେଉଁମାନେ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ସଂରକ୍ଷଣ ବିଷୟରେ କହିଛନ୍ତି ସେମାନେ କାର୍ଯ୍ୟକାଳକୁ କେବଳ ୧୦ ବର୍ଷରେ ସୀମିତ ରଖିବା ପାଇଁ କୌତୁହଳପ୍ରଦ ଅଟନ୍ତି। ”

୪ ଜାନୁଆରୀ ୧୯୪୯ ସାଂସଦ ସଭାରେ ବିତର୍କ ସମୟରେ ଡାଃ ଆମ୍ବେଦକର କହିଥିଲେ, “ଏଇ ଦେଶରେ ଦୀର୍ଘ ବର୍ଷ ଧରି ପ୍ରମୁଖ ଏବଂ ସଂଖ୍ୟାଲଘୁ ଲୋକେ ବିଭକ୍ତ ହୋଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେବେଳେ ଏହି ବିଧାନସଭା ବୈଠକ ହୋଇଥିଲା ଯେଉଁଥିରେ ଆଲୋଚନା ହୋଇଥିଲା ଯେ କେଉଁ ନୀତିଗୁଡିକ ଆଧାରରେ ଦେଶର ସମ୍ବିଧାନ ନିର୍ମାଣ ହେବା ଉଚିତ, ସେଥିରେ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପ୍ରତିନିଧିତା ପ୍ରଣାଳୀ ନେଇ ଏକ ଚୁକ୍ତିନାମା ହୋଇଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ, ଯେଉଁ ମାନେ ବିଧାନସଭାର ସେହି ବୈଠକ ପୂର୍ବରୁ ବ୍ୟବସ୍ଥା ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଥିଲେ, ବିଶ୍ଵାସ କରିଥିଲେ ଯେ କୌଣସି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ କୌଣସି ପ୍ରକାରର ସଂରକ୍ଷଣ କରିବା ଉଚିତ ନୁହେଁ। ସେମାନେ ସହମତ ହୋଇଥିଲେ ଯେ ସେମାନେ ପୃଥକ ହେବାକୁ ରାଜି ହେବେ ନାହିଁ। ସେମାନେ ସିଟ୍ ସଂରକ୍ଷଣ ସହିତ ମିଳିତ ଚୟଙ୍କରତ୍ତାଙ୍କ ଏକ ବ୍ୟବସ୍ଥାରେ ସହମତ ହେବେ। ଯଦି ଏହି ଗୃହରେ ପ୍ରତିନିଧିତ୍ ହୋଇଥିବା କୌଣସି ସଂଖ୍ୟାଲଘୁ କହିବେ ଯେ ସେମାନେ ସଙ୍ଘରକ୍ଷଣ ଚାହୁଁନାହାଁନ୍ତି , ତେବେ ଧାରା ୨୯୨ ର ନିଯମାବଳୀରୁ ସେହି ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁନାକ ନାମ ହଟାଇବା ଗୃହ ପାଇଁ ଖୋଲା ରହିବ।”

ଏହା ପରେ ଆମେ ଜାତିବାଦ ହଟାଇବା ନେଇ ଡାଃ ଆମ୍ବେଦକରଙ୍କ ମନ୍ତବ୍ୟ ବିଷୟରେ ସର୍ଚ୍ଚ କରିଲୁ କିନ୍ତୁ ଆମକୁ ସେପରି କୌଣସି ସୂଚନା ମିଳିଲା ନାହିଁ।
Annihilation of Caste – B.R.Ambedkar
ଏହା ବ୍ଯତୀତ ଆମ୍ବେଦକରଙ୍କ ଦ୍ଵାରା ଲିଖିତ ବିଭିନ୍ନ ମନ୍ତବ୍ୟ ଏବଂ ଭାଷଣକୁ ଏକ ଡକ୍ୟୁମେଣ୍ଟ୍ ଭାବରେ ସଂକଳନ କରାଯାଇଛି ଏବଂ କେନ୍ଦ୍ର ସରକାର ନିଜ ୱେବସାଇଟରେ ଆନୁଷ୍ଠାନିକ ଭାବରେ ପ୍ରକାଶ କରିଛନ୍ତି।
ସେହି ଡକ୍ୟୁମେଣ୍ଟ୍ ଗୁଡିକକୁ ଆପଣ ମାନେ ନିମ୍ନ ଲିଙ୍କରେ ପଢି ପାରିବେ। ଏହା ମଧ୍ୟରୁ କୌଣସି ସ୍ଥାନରେ ଆମ୍ବେଦକରଙ୍କ ଉଲ୍ଲେଖ ହୋଇନାହିଁ ଯେ ସେ କହିଥିଲେ କି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ହେବା ପରେ ଦେଶରୁ ଆରକ୍ଷଣ ହଟାଇ ଦେବା ଉଚିତ୍।
Dr.B.R.Ambedkar Writings and Speeches
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଆମ୍ବେଦକରଙ୍କ ଯଥେଷ୍ଟ ମନ୍ତବ୍ୟ ଏବଂ ଡକ୍ୟୁମେଣ୍ଟ୍ ଯାଞ୍ଚ ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ଆଦିବାସୀ ମହିଳାଙ୍କ ରାଷ୍ଟ୍ରପତି ହେବା ପରେ ଆରକ୍ଷଣ ହଟାଇବା ନେଇ କିଛି କହି ନାହାଁନ୍ତି।

Title:କ’ଣ ଡାଃ ବି.ଆର ଆମ୍ବେଦକର କହିଥିଲେ ଯେ ଯଦି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ପଦବୀରେ ନିଯୁକ୍ତି ହୁଅନ୍ତି ତେବେ ଦେଶରୁ ଅରକ୍ଷଣ ହଟାଇ ଦେବା ଉଚ୍ଚିତ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
