
23 ଜାନୁଆରିରେ ଅର୍ପନ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମୁସ୍ଲିମ ପ୍ରଦର୍ଶନକାରି ମହିଳା ଆରୋପ ଲଗାଉଥିବାର ଦେଖା ଯାଉଛନ୍ତି ଯେ, କେବଳ 500 ଟଙ୍କା ଦେଇ ଆମକୁ ପ୍ରଦର୍ଶନ କରିବା ପାଇଁ ଡାକି ଦିଆ ଯାଉଛି । ଆମେ ନିଜ ଘର ଦ୍ୱାର ଛାଡ଼ି ,ପଠପଢ଼ା ଛାଡ଼ି , ନିଜ ପରିବାର ଛାଡ଼ି ପ୍ରଦର୍ଶନରେ ଆସୁଛୁ ଆମକୁ କିନ୍ତୁ କେବଳ 500 ଟଙ୍କା ଏବଂ ବିରିଆନି ଦେଇ ଠକି ଦିଆ ଯାଉଛି। ମହିଳା ଜାଣକ ରିପୋର୍ଟର ଜଣଙ୍କୁ ପ୍ରଶ୍ନ ମଧ୍ୟ କରୁଛନ୍ତି ଯେ, ଆପଣ କୁହନ୍ତୁ 500 ଟଙ୍କାରେ ଆଜିକାଲି କ’ଣ ହେଉଛି। ଏହା ଛଡ଼ା ଭିଡିଓରେ ଲେଖା ଯାଉଛି ଯେ, କେବଳ 500 ଟଙ୍କାରେ କ’ଣ ହବ , ପ୍ରଦର୍ଶନ ପାଇଁ ଅଧିକ ପଇସା ଦରକାର । ଏହି ପ୍ରଦର୍ଶନ ଭିଡିଓ ଲଖନଊର ଘଣ୍ଟାଘରେ ହେଉଥିବା ବିରୋଧ ପ୍ରଦର୍ଶନର ଅଟେ। ପୋଷ୍ଟରେ ଦାବି କରାଯାଇଛି ଯେ,ବିରୋଧ ପ୍ରଦର୍ଶନ କରୁଥିବା ମହିଳା ଅଧିକ ପ୍ରଦର୍ଶନ ଜାରି ରଖିବା ପାଇଁ ଅଧିକ ପଇସାର ଦାବି କରୁଛନ୍ତି। ତଳେ ଭିଡିଓର ଲିଙ୍କ ଦେଖନ୍ତୁ।
ତେବେ ପୋଷ୍ଟ ପଛର ସତ୍ୟତା କ’ଣ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କ’ଣ ପ୍ରଦର୍ଶନ କାରି ପ୍ରଦର୍ଶନ ଜାରି ରଖିବା ପାଇଁ ଅଧିକ ପାଇସାର ଦାବି କରୁଛନ୍ତି। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନଭିଡରେ ପକାଇ ଇମେଜରେ ଭାଙ୍ଗିଲୁ । ଏହା ପରେ ଭାଙ୍ଗିଥିବା ଫୋଟୋରୁ ଗୋଟେ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ ଭାଇରାଲ ଭିଡିଓର ଲିଙ୍କ Lucknow live ଫେସବୁକ ପେଜରେ ପାଇଲୁ। ଜାହାକି 19 ଜାନୁଆରି 2020ରେ ପୋଷ୍ଟ କରାଯାଇଥିଲା। ଏହା ଛଡ଼ା ଏହି ଭିଡିଓ You tubeରେ ମଧ୍ୟ ପାଇଲୁ। ତେଳେ ଭାଇରାଲ ଭିଡିଓର ପୁରା ଭିଡିଓ ଦେଖନ୍ତୁ।
ପ୍ରକୃତ ଭିଡିଓର କିଛି ଅଂସ ଫେସବୁକରେ ଭାଇରାଲ କରାଯଆଇଛି। ଭିଡିଓର ପ୍ରଥମରେ ରିପୋର୍ଟର ଜଣକ ଏକ ପ୍ରଦର୍ଶନକାରି କୁ ପାଚାରିଲେ ଯେ, ୱାସିମ ରିଜୱି (Waseem Rizvi) କହିଛନ୍ତି ଯେ, ଲଖନଊ ଘଣ୍ଟାଘରେ ପ୍ରଦର୍ଶନ କରି ଆସୁଥିବା ପ୍ରଦର୍ଶନକାରିମାନଙ୍କୁ 500 ଟଙ୍କା ଦିଆ ଯାଉଛି ଏହା ସହିତ ସେମାନଙ୍କୁ ବିରିୟାନି ମଧ୍ୟ ଦିଆ ଯାଉଛି। ପ୍ରଦର୍ଶନକାରିମାନେ ସିଫ୍ଟ ହିସାବରେ ଆସି ପ୍ରଦର୍ଶନ କରୁଛନ୍ତି। ଏହି ଆରୋପର ଉତ୍ତରରେ ପ୍ରଦର୍ଶନ କାରି ମହିଳାଜଣକ କହୁଛନ୍ତି ଯେ, ମହିଳାମାନେ ତାଙ୍କ ଘର, ଛୁଆ, ତାଙ୍କ ସ୍ୱାମି,ପିରବାର,ପାଠପଢ଼ା ଛାଡ଼ି 500 ଟଙ୍କା ପାଇଁ କାହିଁକି ପ୍ରଦର୍ଶନ କରି ଆସିବେ। 500 ଟଙ୍କାରେତ ଜଣେ ମୁସ୍ଲିମ ମହିଳା ଜକାତ (Zakat) ଦେଇଥାଏ। ଆମକୁ 500 ଟଙ୍କାର ଲୋଭ ନାହିଁ ଆମେ ଲକ୍ଷେ ଟଙ୍କାର ଜକାତ ଦେଇ ଦଉ। ଆମେ 500 ଟଙ୍କା ଏବଂ ବିରିଆନି ପାଇଁ କାହିଁକି ଆସିବୁ। ଆମେ ଆମ ଦାବି ପୁରଣ ପାଇଁ ପ୍ରଦର୍ଶନ କରୁଛୁ କୌଣସି ପଇସା ପାଇଁ ଅଥବା ବିରିଆନି ପାଇଁ ନୁହେଁ।
ଏହା ଛଡ଼ା ୱାସିମ ରିଜୱି (Waseem Rizvi) ପ୍ରଦର୍ଶନକାରି ମହିଳାଙ୍କ ଉପରେ ଲଗାଇଥିବା ଆରୋପର ଭିଡିଓ ମଧ୍ୟ ପାଇଲୁ। ତଳେ ଭିଡିଓ ଦେଖନ୍ତୁ। ଏହି ଆରୋପକୁ ନେଇ ପ୍ରଦର୍ଶନକାରି ମହିଳା ଜଣକ ନିଜ ମତ ଦେଇଛନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଲଖନଊ ଘଣ୍ଟାଘର ମହିଳା ପ୍ରଦର୍ଶନକାରି ପ୍ରଦର୍ଶନ ଜାରି ରଖିବା ପାଇଁ 500 ଟଙ୍କାରୁ ଅଧିକ ପାଇସା ମାଗୁଥିବା ଦାବି ମଥ୍ୟା ଅଟେ। ପ୍ରକୃତ ଭିଡିଓର କିଛି ଅଂସକୁ ଭାଇରାଲ କରାଯାଇଛି। ପ୍ରକୃତରେ ମହିଳା ଜଣକ ୱାସିମ ରିଜୱି (Waseem Rizvi) ଲଖନଊ ଘଣ୍ଟାଘର ମହିଳା ପ୍ରଦର୍ଶନକାରିଙ୍କ ଉପରେ ଲଗାଇଥିବା ଆରୋପର ଉତ୍ତର ଦେଉଥିଲେ।

Title:କ’ଣ ଭାଇରାଲ ଭିଡିଓରେ ପ୍ରଦର୍ଶନକାରି ପ୍ରଦର୍ଶନ ପାଇଁ ଅଧିକ ପଇସାର ଦାବି କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False