କ’ଣ 5ଜି ଟେଷ୍ଟିଙ୍ଗ ସମୟରେ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।

False Social

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି। 

ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ଏହି ସପ୍ତାହରେ ୫ଜି ସ୍ପେକ୍ତ୍ରମ୍ ବଣ୍ଟନ କରିବେ।  ଏହାର ଅର୍ଥ ହେଉଛି ରିଲାଏନ୍ସ ଜିଓ, ଭାରତୀୟ ଏୟାର୍ଟେଲ ଇତିୟାଦୀ ଟେଲିକମ୍ କମ୍ପାନୀ ସମଗ୍ର ଭାରତରେ ୫ଜି ନେଟୱାର୍କ ପରୀକ୍ଷା ପାଇଁ ଲାଇନରେ ରହି ପାରନ୍ତି।

ଏହା ନେଇ ସୋସିଆଲ ମିଡିଆରେ ଗୋଟିଏ ବାର୍ତ୍ତା ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଅଛି ଯେ 5ଜି ହେତୁ ପକ୍ଷୀ ମାନଙ୍କର ମୃତ୍ୟୁ ହେଉଛି। ଫେକ୍ଟ କୃସେଣ୍ଡୋ ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣିତ ହେଇଛି। 

କ’ଣ ଦାବି ଏହି ପୋଷ୍ଟର?

୩ ମେ ରେ ଜଣେ ଶେୟାର ଚ୍ୟାଟ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ୫ଜି ନେଟ୍ୱାର୍କ୍ ଟେଷ୍ଟରେ ଅନେକ ନିରୀହ ପକ୍ଷୀଙ୍କର ମୃତ୍ୟୁ ଘଟିଛି।

SC.jpg

ShareChat | Archive

ଆମ ଅନୁସନ୍ଧାନ:

ଆସନ୍ତୁ ଆମେ 5ଜି ସମ୍ବନ୍ଧିତ କିଛି ତଥ୍ୟ ଜାଣିବା:

5ଜି ବିକିରଣ ବା ବିକିରଣ କ’ଣ?

ବିକିରଣ ହେଉଛି ମହାକାଶ ମାଧ୍ୟମରେ କିମ୍ବା ଭୌତିକ ମାଧ୍ୟମ ମାଧ୍ୟମରେ ବିକିରଣ ଶକ୍ତି କିମ୍ବା ତରଙ୍ଗ କିମ୍ବା କାଣିକ ଆକାରରେ ଶକ୍ତି ବିସ୍ତାର କରିବା। 5ଜି ହେଉଛି ସର୍ବଶେଷ ବେତାର ମୋବାଇଲ ଫୋନ୍ ଟେକ୍ନୋଲୋଜି ଯାହା ସେଲୁଲାର ଫୋନ୍ କମ୍ପାନୀ ଗୁଡ଼ିକ ୨୦୧୯ ରେ ସାରା ବିଶ୍ଵରେ ନିଯୋଜନ ଆରମ୍ଭ କରିଛନ୍ତି। 

ଆଇ.ସି.ଏନ.ଆଇ.ଆର.ପି (ଆନ୍ତର୍ଜାତୀୟ ଆୟୋଗ ଅନ୍ ନନ୍ ଆୟୋନାଇଜିଙ୍ଗ ବିକିରଣ ସୁରକ୍ଷା) ଦ୍ଵାରା ପ୍ରକାଶିତ ଏକ ଅନୁଛେଦରେ ଆପଣ ଏହି ବିଷୟରେ ଅଧିକ ସୂଚନା ପଢୀ ପାରିବେ। ଏହି ଅନୁଛେଦରେ କୁହା ଯାଇଅଛି, “ଏହା ଧ୍ୟାନ ଦେବା ଜରୁରୀ ଯେ, ଏପରଜ୍ଯନ୍ତ ମାପାଯାଇଥିବା 5ଜି ସ୍ତର ଅନୁଯାୟୀ ଆଇ.ସି.ଏନ.ଆଇ.ଆର.ପି (୧୯୯୮) ନିର୍ଦେହାବଳୀ ମଧ୍ୟ ୫ଜି ଟେକ୍ନୋଲୋଜି ପାଇଁ ସୁରକ୍ଷା ଯୋଗାଇବ। ନୂତନ ଟେକ୍ନୋଲୋଜିରେ କିପରି ବିକାଶ ହେବ ତାହା ପୂର୍ବାନୁମାନ କଷ୍ଟସାଧ୍ୟ ହୋଇଥିବାରୁ ଆଇ.ସି.ଏନ.ଆଇ.ଆର.ପି (୨୦୨୦) ଅନେକ ପରିବର୍ତନ କରିଛି ଯେ ୫ଜି ଟେକ୍ନୋଲୋଜି ଆମକୁ କୌଣସି ଖ୍ଯାତି ପହଞ୍ଚେଇ ପାରିବ ନାହିଁ। 

ICNIRP.jpg

ICNIRP | Archive

କ’ଣ ୫ଜି ବିକିରଣ ପକ୍ଷୀ ମାନଙ୍କ ପାଇଁ କ୍ଷତିକାରକ?

ଏହି ବିଷୟରେ ଜାଣିବା ପାଇଁ ଆମେ ଡିଜିଟ ମ୍ୟାଗାଜିନର ସମ୍ପାଦକ ମିଥୁନ ମୋହନଦାସଙ୍କ ସହିତ ଯୋଗାଯୋଗ କରିଲୁ। ତାଙ୍କ କହିବା ଅନୁଯାୟୀ “5ଜି ବିକିରଣ ମଣିଷ, ପକ୍ଷୀ କିମ୍ବା ଅନ୍ୟ କୌଣସି ଜୀବକୁ କ୍ଷତି ପହଞ୍ଚାଏ ନାହିଁ। ଯଦି ତାହା ହୋଇଥାନ୍ତା 5ଜି ଟାୱାର ଅନୁମୋଦିତ ହୋଇନଥାନ୍ତା। ଅନେକ ଦେଶରେ 5ଜି ସ୍ଥାପନା ହେବାର ଅନେକ ବର୍ଷ ହେଇ ସାରିଛି କିନ୍ତୁ ସେଠାରୁ କାହାର ମଧ୍ୟ କ୍ଷତି ହେବାର ଖବର ଆସି ନାହିଁ। ଅପେକ୍ଷାକୃତ ନିକଟବର୍ତ୍ତୀ ସ୍ଥାନରେ ଲୋକମାନେ ଉତ୍ତାପ ହେତୁ କିଛି ସମସ୍ଯାର ସମ୍ମୁଖୀନ ହୋଇପାରନ୍ତି। ଏହା ନେଇ ଅନୁସନ୍ଧାନ ଚାଲୁ ଅଛି।”

ସ୍ନୋପ୍ସ ୱେବସାଇଟ ଡାଃ ଏରିକ ଭାନ ରୋଞ୍ଜେନଙ୍କ ସହିତ ଯୋଗାଯୋଗ କରିଲା ପରେ ସେ କହିଛନ୍ତି ଯେ ବିଦ୍ୟୁତ ଚୁମ୍ବକୀୟ ବିକିରଣର ସଂସ୍ପର୍ଶ ସ୍ତରଗୁଡ଼ିକ ସାଂପ୍ରତିକ 3ଜି ଏବଂ 4ଜି ନେଟୱାର୍କ ସହିତ ତୁଳନାତ୍ମକ ହେବ ଯାହାକି କ୍ଷତିକାରକ ବିକିରଣ ସୀମା ଠାରୁ ଯଥେଷ୍ଟ କମ। ବିଦ୍ୟୁତ ଚୁମ୍ବକୀୟ କ୍ଷେତ୍ରର ବିକିରଣ ଯୋଗୁ ପକ୍ଷୀ ମାନଙ୍କ ମୃତ୍ୟୁ ହେବାର ସମ୍ଭାବନା ତେବେ ରହିବ ଯେବେ ଏହି ବିକିରଣର ସ୍ତର ସୁରକ୍ଷା ସ୍ତରରୁ ବହୁତ ଉପରେ ଥିବା ଯେଉଁଥିରେ ଜ୍ୟାତେଷ୍ଠ ଉତ୍ତାପ ସୃଷ୍ଟି ହେଇଥିବ। କିନ୍ତୁ ମୋବାଇଲ ତେଲିକମ୍ ଏଣ୍ଟେନାରେ ବ୍ୟବହାର ହେଉଥିବା ତରଙ୍ଗ ଏହା ପାଇଁ ଜ୍ୟାଥେଷ୍ଟ ନୁହେଁ। ସମଗ୍ର ବିଶ୍ଵରେ ଲକ୍ଷ ଲକ୍ଷ ଏଣ୍ଟେନା ଅଛି କିନ୍ତୁ ଏହି ପ୍ରକାର ଘଟନା କେବେ ମଧ୍ୟ ଶୁଣିବାକୁ ମିଳି ନାହିଁ।  

snopes.jpg

Snopes | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ 5ଜି ବିକିରଣ ସଂସ୍ପର୍ଶ ସ୍ତରଗୁଡ଼ିକ ସାଂପ୍ରତିକ 3ଜି ଏବଂ 4ଜି ନେଟୱାର୍କ ସହିତ ତୁଳନାତ୍ମକ ହେବ ଯାହାକି କ୍ଷତିକାରକ ବିକିରଣ ସୀମା ଠାରୁ ଯଥେଷ୍ଟ କମ। ଏହା ଦ୍ଵାରା ପକ୍ଷୀ ମାନଙ୍କର ମୃତ୍ୟୁ ହେବା ସମ୍ଭାବନା ନାହିଁ। 

Avatar

Title:କ’ଣ 5ଜି ଟେଷ୍ଟିଙ୍ଗ ସମୟରେ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *