କ’ଣ ପଶ୍ଚିମ ବାଙ୍ଗାଲ ରେ ୯୦,୦୦୦ ଲୋକେ କୋରୋନା ଆକ୍ରାନ୍ତ ହେଇଛନ୍ତି? କ’ଣ ମମତା ବାନାର୍ଜୀ ନିଜ ରାଜ୍ୟର କୋରୋନା ଆକ୍ରାନ୍ତ ହେଇଥିବା ଲୋକଙ୍କ ପ୍ରକୃତର ସଂଖ୍ୟା ଗୁପ୍ତ ରାଖୀ ଥିଲେ? ଜାଣନ୍ତୁ ସତ୍ୟ।

Coronavirus False Social
image.jpg

୭ ଏପ୍ରିଲ ରେ ବ୍ରେକିଙ୍ଗ ନ୍ୟୁଜ ଓଡ଼ିଶା ନାମକ ସାଇଟରେ ପ୍ରକାଶିତ ହୋଇଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାନିଲେ ଯେ ରାଜ୍ୟରେ ପ୍ରାୟ ୯୦ ହଜାର କୋରୋନା ଆକ୍ରାନ୍ତ ଅଛନ୍ତି। ପ୍ରାୟ ୯୧, ୫୧୫ ଜଣ ଏବେ ଆକ୍ରାନ୍ତ ହୋଇଛନ୍ତି। ୮୭୨ ଜଣ ସାଙ୍ଘାତିକ ରହିଛନ୍ତି। ପ୍ରାୟ ୫ କୋଟି ୫୭ ଲକ୍ଷ ପରିବାର ଏହା ଭିତରେ ରହିଛନ୍ତି। ୩୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ଯଦି ଦେଖିବା ତେବେ ପ୍ରମୁଖ ୩ ଜିଲ୍ଲାର ସଂଖ୍ୟା ଅତି ସଙ୍ଗିନ ରହିଛି। 

BNO.jpg

Breaking News Odisha | Archive

ଏହି ଖବର ଫେସବୁକର ଯାଜପୁର ଓଡ଼ିଶା ନାମକ ପେଜର ମଧ୍ୟ ପୋଷ୍ଟ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ଗୁଗୁଲରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୫ ମେ ରେ ଏନ.ଡି.ଟି.ଭି ପତ୍ରିକାରେ ପ୍ରକାଶିତ ଗୋଟିଏ ଅନୁହେଡରେ ଏହା କୁହା ଯାଇଅଛି ଯେ ସୋମବାର ଦିନ ପଶ୍ଚିମବଙ୍ଗ ସରକାର ଏହା ସ୍ଵକାର କରିଛି ଯେ କୋରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଗଣିବାରେ ରାଜ୍ୟ ସରକାର ପକ୍ଷରୁ ଭୁଲ ହେଇଛି। ଗତ ୨୪ ଘଣ୍ଟାରେ ୧୧ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାରଙ୍କ ଗଣନା ଅନୁସାରେ ୬୧ ଲୋକଙ୍କ ମୃତ୍ୟୁ ହେଇ ସାରିଛି। ଯଦି ସଂକଳନ ଗଣନା ର ୭୨ ଲୋକଙ୍କ ମୃତ୍ୟୁ କୁ ଅନ୍ତର୍ଭୁକ୍ତ କର ଯାଏ, ତେବେ ପଶ୍ଚିମବଙ୍ଗରେ ମୃତ ସଂଖ୍ୟା ୧୩୩ ଛୁଇଁବ। ସୋମବାର ଦିନ ରାଜ୍ୟ ସରକାର ଘୋଷଣା କରିଛି ଯେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧ ନୂଆ କେସ୍ ସାମନାକୁ ଆସିଅଛି। ବର୍ତମାନ ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୯୦୮ ଅଟେ। 

ndtv.jpg

NDTV | Archive

୪ ମେ ରେ ଏ.ବି.ପି ନ୍ୟୁଜ ନିଜ ୟୁଟ୍ୟୁବ ଛେନାଲରେ ପ୍ରସାରିତ ହେଇଥିବା ଭିଡିଓରେ କହିଅଛି ଯେ ପଶ୍ଚିମବଙ୍ଗ ଏବଂ କେନ୍ଦ୍ର ସରକାର ମଧ୍ୟରେ ମାମଲା ଜୋର ଧରିଛି। କେନ୍ଦ୍ର ସରକାର ଦାବି କରୁଛି ଯେ ପଶ୍ଚିମବଙ୍ଗ ସରକାର କୋରୋନା ରୁ ମୃତ୍ୟୁ ହେଇଥିବା ଲୋକଙ୍କ ସଂଖ୍ୟା ଲୁଚାଉଛି। କେନ୍ଦ୍ର ସରକାର ଜୋର ପକାଇଲା ପରେ ରାଜ୍ୟ ସରକାର ନୂଆ ରିପୋର୍ଟ ପ୍ରଦାନ କରିଲା। କେନ୍ଦ୍ର ସରକାର ଏହାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟ ସଚିବଙ୍କ ଉପରେ ଗମ୍ଭୀର ଦୋଷ ଲଗାଇଛି। କେନ୍ଦ୍ର ସରକାର ଏହା ମଧ୍ୟ କହିଛି ଯେ ରାଜ୍ୟ ସରକାର ତାଙ୍କ ସହିତ ବିରୋଧୀ ପାର୍ଟି ପରି ବ୍ୟବହାର କରିଲେ ଏବଂ କୌଣସି ଉପାଏ ରେ ସାହାଜ୍ଯତା ଦିଆ ଗଲା ନାହିଁ। କେନ୍ଦ୍ର ତରଫରୁ ଯାଇ ଥିବା ଟିମ ର ରିପୋର୍ଟ ଅନୁଯାୟୀ ତାଙ୍କ ଏବଂ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରା ଯାଇଥିବା ରିପୋର୍ଟରେ ୧୮୭ ମୃତ ଲୋକଙ୍କ ସଂଖ୍ୟାରେ ଫରକ ଅଛି। ରାଜ୍ୟ ସରକାର ରିପୋର୍ଟ ରେ ୩୦ ଏପ୍ରିଲରେ କୋରୋନା ପୀଡ଼ିତ ଲୋକଙ୍କ ସଂଖ୍ୟା ୭୪୪ ଥିଲା। କିନ୍ତୁ ୩୦ ଏପ୍ରିଲ ରେ କେନ୍ଦ୍ର ସରକାର ରିପୋର୍ଟ ଅନୁଯାୟୀ ପ୍ରକୃତର ସଂଖ୍ୟା ୯୩୧ ଅଟେ। 

ଏହା ପରେ ଆମେ ଏହା ଖୋଜିଳି ଯେ ପୁରା ଭାରତରେ କେତେ ଲୋକ କୋରୋନା ଆକ୍ରାନ୍ତ ହେଇଛନ୍ତି। ଆମକୁ MOHFW ସାଇଟରେ ଏହାର ତଥ୍ୟ ମିଳିଲା। 

MOHFW.jpg

ଭାରତରେ ଆଜି ୭ ମେ ରେ ୩୫,୯୦୨ ଲୋକେ କୋରୋନା ଆକ୍ରାନ୍ତ ହେଇଥିବା ଜଣା ପଡ଼ିଲା। ୧୫୨୬୬ ଲୋକଙ୍କ ସୁସ୍ଥ ହେବାର ସୂଚନା ଅଛି ଏବଂ ୧୭୮୩ ଲୋକଙ୍କ ମୃତ୍ୟୁ ହେଇଥିବା କୁହା ଯାଇଅଛି। ଯେତେବେଳେ ଭାରତରେ କୋରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୩୫,୯୦୨ ଅଟେ ସେତେବେଳେ ପଶ୍ଚିମବଙ୍ଗରେ ଆକ୍ରାନ୍ତ ହେଇଥିବା ଲୋକନ ସଂଖ୍ୟା ୯୦,୦୦୦ ହେବା ଅସମ୍ଭବ। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୯୩୧ ଅଟେ। MOHFW ଅନୁଯାୟୀ ସାରା ଭାରତରେ କୋରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୩୫,୯୦୨ ଅଟେ।

Avatar

Title:କ’ଣ ପଶ୍ଚିମ ବାଙ୍ଗାଲ ରେ ୯୦,୦୦୦ ଲୋକେ କୋରୋନା ଆକ୍ରାନ୍ତ ହେଇଛନ୍ତି? କ’ଣ ମମତା ବାନାର୍ଜୀ ନିଜ ରାଜ୍ୟର କୋରୋନା ଆକ୍ରାନ୍ତ ହେଇଥିବା ଲୋକଙ୍କ ପ୍ରକୃତର ସଂଖ୍ୟା ଗୁପ୍ତ ରାଖୀ ଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *