
ସୀମିଳିପାଳ ଅଗ୍ନିକାଣ୍ଡ ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏହି ପରି ଗୋଟିଏ ପୋଷ୍ଟକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ପ୍ରମାଣ କରି ସାରିଛି। ୪ ମାର୍ଚରେ ଏହି ପୋଷ୍ଟରେ ୪ଟି ଫୋଟୋ ଭାଇରାଲ କରି ଦାବି କରା ଯାଇଅଛି ଯେ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ। ଗତ ୧୦ ଦିନରୁ ଅଧିକ ହେଲାଣି ଏହି ଅଗ୍ନିକାଣ୍ଡ ଲାଗି ରହିଛି।
ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ସିମିଳିପାଳର ହେଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ୪ଟି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପ୍ରତ୍ୟେକ ଫୋଟୋର ସତ୍ୟତା ଜଣା ପଡ଼ିଲା।
ଫୋଟୋ ୧:
ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୩ ଜୁନ ୨୦୨୦ ମସିହାରେ ଏହି ଫୋଟୋ କଲ୍ ମେଟର୍ସ ୱେବସାଇଟରେ ଦେଖିବାକୁ ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ଅଗଷ୍ଟରେ କାଲିଫୋର୍ନିୟାରେ ୭୨ ଘଣ୍ଟା ମଧ୍ୟରେ ୧୧,୦୦୦ ରୁ ଅଧିକ ବଜ୍ରପାତ ହୋଇଥିଲା। ପ୍ରତିବର୍ଷ ୯୫% ରୁ ଅଧିକ ବନ୍ୟ ଅଗ୍ନିକାଣ୍ଡ ମଣିଷଙ୍କ କାରଣରୁ ହୋଇଥାଏ।

ଫୋଟୋ ୨:
୨ ମେ ୨୦୧୯ ମସିହାରେ ସିଏନବିସି ୱେବସାଇଟରେ ଏହି ଫୋଟୋ ପୋଷ୍ଟ ହେଇଥିବା ମିଳିଛି। ଏହି ଫୋଟୋ ତଳେ କୁହା ଯାଇଅଛି ଯେ ଏହା ଆଲ୍ମୋଡ଼ା ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡର ଫୋଟୋ ଅଟେ। ଏହି ଫୋଟୋ ୨୦୧୯ ମସିହାରେ ପ୍ରକାଶିତ ହେଇଥିବାରୁ ଏହା ପ୍ରମାଣ ହେଉଛି ଯେ ଏହା ବର୍ତ୍ତମାନ ସିମିଳିପାଳରେ ହେଉଥିବା ଅଗ୍ନିକାଣ୍ଡର ଫୋଟୋ ହେବା ସମ୍ଭବ ନାହିଁ।

ଫୋଟୋ ୩:
୧୪ ମାର୍ଚ ୨୦୧୮ ମସିହାରେ ଗୋଟିଏ ୱେବସାଇଟରେ ଏହି ଫୋଟୋ ଦେଖିବାକୁ ମିଳିଛି। ଏହି ଅନୁଛେଦରେ ଅନୁଯାୟୀ ସିମିଳିପାଳ ଟାଇଗର ରିଜର୍ଭରେ ଗୋଟିଏ ବଡ଼ ଅଗ୍ନିକାଣ୍ଡ ଘଟିଥିଲା।ଅଗ୍ନିକାଣ୍ଡର ତୀବ୍ରତା ଏତେ ଅଧିକଥିଲା ଯେ ଏହାର ପାରିପାର୍ଶ୍ଵରେ ବ୍ୟାପୀ ଯାଇ ସୀମାରେ ଅବସ୍ଥିତ ଗ୍ରାମବାସୀଙ୍କ ପାଇଁ ଜୀବନ କଷ୍ଟସାଧ୍ୟ କରିଥିଲା।
ଯଦିଓ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ କିନ୍ତୁ ଏହା ଗୋଟିଏ ପୁରୁଣା ଘଟଣା ଅଟେ। ଏହି ଫୋଟୋର ସମ୍ପ୍ରତ୍ତି ସମୟର ଅଗ୍ନିକାଣ୍ଡର ଫୋଟୋ ନୁହେଁ।

ଫୋଟୋ ୪:
୧୪ ଫେବ୍ରୁଆରି ୨୦୨୧ ମସିହାରେ ଏଏନଆଇ ନ୍ୟୁଜ ୱେବସାଇଟ ଅନୁଯାୟୀ ଏହି ଘଟଣା ଅରୁଣାଚଳ ପ୍ରଦେଶର କୋୟଲାବାସ୍ତି ଅଞ୍ଚଳରେ ୧୧ ଫେବ୍ରୁଆରିରେ ଘଟିଥିଲା। ଏହି ଅଗ୍ନିକାଣ୍ଡ ଉପରେ ଜୟ ପାଇବା ପାଇଁ ସ୍ଥାନୀୟ ଅଧିକାରୀ ଏବଂ ସେନାକୁ ପ୍ରାୟ ୧୧ ଘଣ୍ଟା ଲାଗି ଯାଇଥିଲା।

ANI | Archive
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ବର୍ତ୍ତମାନ ସିମିଳିପାଳ ଅଗ୍ନିକାଣ୍ଡ ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମର ଫୋଟୋ କହି ଭାଇରାଲ କରା ଯାଇଅଛି।

Title:କ’ଣ ପୋଷ୍ଟ ହେଇଥିବା ଫୋଟୋ ବର୍ତ୍ତମାନ ସମୟରେ ସୀମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False