
ରୁଷ ୟୁକ୍ରେନ୍ ଉପରେ ଏକ ବୃହତ ସାମରିକ ଆକ୍ରମଣ ଆରମ୍ଭ କରିବା ପରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଥିରେ ଏକ ଯୁଧ୍ୟ ବିମାନ ଆକାଶରେ ଉଡୁଥିବା ସମୟରେ ତାଙ୍କୁ ଧ୍ଵଂସ କରିବା ପ୍ରୟାସ କରା ଯାଉଛି। ଦାବି ଅନୁଯାୟୀ ୟୁକ୍ରେନ୍ ରୁଷର ଯୁଧ୍ୟ ବିମାନ ଉପରେ ଗୁଳିଚାଳନା କରୁଛି।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓ ଆରମା ୩ ନାମକ ଏକ ଭିଡିଓ ଗେମ୍ ର କ୍ଲିପ୍ ଅଟେ।
କ’ଣ ଦାବି କରା ଯାଇଛି?
୭ ମାର୍ଚ୍ଚରେ ରସମିତା ସେନାପତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, “ରୁଷର ଲଢୁଆ ଜାହାଜଗୁଡିକୁ ୟୁକ୍ରେନ୍ କିପରି ଧ୍ଵଂସ କରିଥିଲା ତାର ପ୍ରମାଣ ଚିତ୍ର।”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ପ୍ରଥମେ ଆମେ ଭିଡିଓଟିକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦ ଫେବୃଆରି ରେ କାକାରୋଟ ଗେମିଙ୍ଗ ନାମକ ଏକ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓର କ୍ୟାପସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଏହା ଆରମା ୩ ନାମକ ଏକ ଭିଡିଓ ଗେମ୍ ର ଭିଡିଓ ଅଟେ। ଏହି ଭିଡିଓର ୫.୫୦ ମିନିଟ ପରଠାରୁ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖି ପାରିବେ।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଆରମା ୩ ର ଅଫିସିଆଲ ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା। ୨୫ ଫେବୃଆରିର ଏହି ଟୁଇଟରେ ଲୋକଙ୍କୁ ସତର୍କ କରି କୁହା ଯାଇଛି ଯେ ନିକଟରେ ଆରମା ୩ ଗେମ୍ ର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ଏହା ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ। ଆମେ ଗଣମାଧ୍ୟମ ସହିତ ସମ୍ପର୍କ କରି ଏହି ଭିଡିଓ ଗୁଡିକର ଫ୍ୟାକ୍ଟ ଚେକ୍ କରିବାରେ ସାହାଯ୍ୟତା କରୁଛୁ।
ଶେଷକଥା:
ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ଆରମା ୩ ଭିଡିଓ ଗେମ୍ ର ଏକ କ୍ଲିପ୍ ଅଟେ। ଆରମା ୩ ଭିଡିଓ ଗେମ୍ କ୍ଲିପ୍ କୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:ଆରମା ୩ ଭିଡିଓ ଗେମ୍ କ୍ଲିପ୍ କୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
