କ’ଣ ଭାରାତର ସମ୍ବିଧାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀର ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇ ନାହିଁ? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତର ସମ୍ବିଧାନର ଧାରା ୩୦ ଏବଂ ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଛି। ପୋଷ୍ଟରେ ଦୁଇଟି ଧାରା ମଧ୍ୟରେ ପାର୍ଥକ୍ୟ ଦେଖାଇ ପ୍ରମାଣ କରା ଯାଇଛି ଯେ କେଉଁ ପ୍ରକାରରେ ଆମ ସମ୍ବିଧାନରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ଧର୍ମଙ୍କ ମଧ୍ୟରେ ଦେଶରେ ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇଛି। 

ଦାବି ଅନୁଯାୟୀ ଧାରା ୩୦(କ) ଅନୁସାରେ ହିନ୍ଦୁ ମାନଙ୍କୁ ହିନ୍ଦୁ ଧର୍ମର ଶିକ୍ଷା ଦେବାର ଅନୁମତି ନାହିଁ। ତେଣୁ ହିନ୍ଦୁମାନେ ଘରୋଇ କଲେଜଗୁଡ଼ିକରେ ମଧ୍ୟ ହିନ୍ଦୁ ଧର୍ମ ଶିକ୍ଷା କରି ପାରିବେ ନାହିଁ। ହିନ୍ଦୁ ଧର୍ମ ଶିକ୍ଷା କରିବା ପାଇଁ ହିନ୍ଦୁ ବିଦ୍ୟାଳୟ ବି ନିଷିଦ୍ଧ ଏବଂ ସରକାରୀ କିମ୍ବା ମହାବିଦ୍ୟାଳୟରେ ହିନ୍ଦୁ ଧର୍ମର ଶିକ୍ଷା ଅଧିନିୟମ ୩୦(କ) ଅନୁଯାୟୀ ଅନୁମତି ପ୍ରାପ୍ତ ନୁହେଁ।

ଏହା ବିପରୀତ ଧାରା ୩୦ ଅନ୍ତର୍ଗତ ମୁସଲମାନ ମାନେ ତାଙ୍କ ଧାର୍ମିକ ଶିକ୍ଷା ପାଇଁ ଇସଲାମିକ ଧାର୍ମିକ ବିଦ୍ୟାଳୟ ଆରମ୍ଭ କରି ପାରିବେ। ମୁସଲମାନ ମାନଙ୍କୁ  ନିଜର ଧାର୍ମିକ ଶିକ୍ଷା ପାଇଁ ମଦ୍ରାସା ଆରମ୍ଭ କରିବାର ସଂପୂର୍ଣ୍ଣ ଅଧିକାର ଏବଂ ଅନୁମତି ଦିଆ ଯାଇଛି। ସେପରି ଏହି ଧାରା ଅନ୍ତର୍ଗତ କ୍ରିଷ୍ଟିୟାନ ମାନେ ମଧ୍ୟ ନିଜ ଶିକ୍ଷା ଅନୁଷ୍ଠାନରେ ଧାର୍ମିକ ଶିକ୍ଷା ପ୍ରଦାନ କରି ପାରିବେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାରତର ସମ୍ବିଧାନରେ ଧାରା ୩୦(କ) ବୋଲି କୌଣସି ନିୟମ ନାହିଁ। 

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଧାରା ୩୦ ଏବଂ ଧାରା ୩୦(କ) ରେ କ’ଣ କୁହା ଯାଇଛି।ଏହା  ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ୍ଚ କରି ଗୋଟିଏ ସରକାରୀ ୱେବସାଇଟରୁ ଧାରା ୩୦ ବିଷୟରେ ସୂଚନା ଏକତ୍ର କରିଲୁ। ଏହି ୱେବସାଇଟରେ ଭାରତର ପୂର୍ଣ୍ଣ ସମ୍ବିଧାନ ଦିଆ ଯାଇଅଛି। ଆମେ ଧାରା ୩୦ ପଢିଲା ପରେ ଜାଣିବାକୁ ପାଇଲୁ ଯେ “ଧର୍ମ ବା ଭାଷା ଉପରେ ପ୍ରତିଷ୍ଠିତ ସମସ୍ତ ସଂଖ୍ୟାଲଘୁଙ୍କର ନିଜ ରୁଚି ଅନୁସାରେ ଶିକ୍ଷା ଅନୁଷ୍ଠାନର ସ୍ଥାପନ ଓ ପ୍ରଶାସନ କରିବାର ଅଧିକାର ରହିବ।”

ଧାରା ୩୦(୧କ) ଖଣ୍ଡ(୧) ରେ ଉଲ୍ଲିଖିତ କୌଣସି ସଂଖ୍ୟାଲଘୁ ଦ୍ଵାରା ସ୍ଥାପିତ ଓ ପରିଚାଳିତ ଶିକ୍ଷାନୁଷ୍ଠାନର କୌଣସି ସମ୍ପତ୍ତିର ବାଧ୍ୟତାମୂଳକ ଅର୍ଚ୍ଚନ ନିମିତ୍ତ ବ୍ୟବସ୍ଥା କରି କୌଣସି ବିଧି ପ୍ରଣଯନ କଲେ ତହିଁରେ ରାଜ୍ୟ ଏହା ସୁନିଶ୍ଚିତ କରିବ ଯେ ଏପରି ସମ୍ପତ୍ତିର ଅର୍ଚ୍ଚନ ନିମିତ୍ତ ଯେଉଁ ପରିମାଣ ବିଧି ଦ୍ଵାରା ନିୟତ ହେବ ବା ତଦନୁଯାୟୀ ନିର୍ଣିତ  ହେବ ତାହା ଏପରି ହୋଇଥିବା ଯେପରିକି ସେହି ଖଣ୍ଡ ଅଧୀନରେ ପ୍ରତ୍ୟାଭୁତ୍ତ ଅଧିକାର ଦ୍ଵାରା ମିର୍ବନ୍ଧିତ ବା ନିରାକୃତ ହେଉନଥିବ। 

Constitution of India

ସମ୍ବିଧାନ ପଢିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାରତର ସମ୍ବିଧାନରେ କେଉଁଠାରେ ମଧ୍ୟ ଧାରା ୩୦କ ନାହିଁ। ଏହି ବିଷୟରେ ସ୍ପଷ୍ଟ ହେବା ପାଇଁ ଆମେ ଦିଲ୍ଲୀ ନ୍ୟାୟଳୟର ଓକିଲ ବିକାଶ କୁମାରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ କହିଛନ୍ତି “ଧାରା ୩୦ ଅନୁସାରେ ଯେତେ ଭାଷା ବା ଧର୍ମସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଧାର୍ମିକ ଶିକ୍ଷାନୁଷ୍ଠାନ ସ୍ଥାପନା କରି ପାରିବେ। ସଂଖ୍ୟାଲଘୁ ସମ୍ପ୍ରଦାୟରେ ମୁସଲମାନ ମଧ୍ୟ ଆସନ୍ତି କିନ୍ତୁ ଆମ ସମ୍ବିଧାନରେ ଏପରି କେବଳ ମୁସଲମାନ ମାନଙ୍କୁ ନେଇ କିଛି କୁହା ଯାଇ ନାହିଁ। ସଂଖ୍ୟାଲଘୁ ସମ୍ପ୍ରଦାୟରେ ମୁସଲମାନ, କ୍ରିଷ୍ଟିଆନ୍ସ, ବୁଦ୍ଧିଷ୍ଟ, ଜୈନ, ପାରଶୀ ଇତିୟାଦୀଙ୍କ ଗଣନା ହୁଏ। ଭାଷା ସଂଖ୍ୟାଲଘୁ ଯେପରି ଲିଙ୍ଗାୟତ, ଉର୍ଦୁ ଇତିୟାଦୀ ଶିକ୍ଷାନୁଷ୍ଠାନ ଖୋଲି ପାରିବେ। କିନ୍ତୁ ଦାବିରେ ଯେଉଁ ଧାରା ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଛି, ସେହିପରି ଧାରା ସମ୍ବିଧାନରେ ନାହିଁ। ୩୦(କ) ବୋଲି କିଛି ଧାରା ନାହିଁ। ୩୧(କ) ଅଛି କିନ୍ତୁ ୩୦(କ) ନାହିଁ।

ଭାରତରେ ସଂଖ୍ୟାଲଘୁ କାହାକୁ କୁହା ଯାଏ?

ଭାରତ ସରକାର ୱେବସାଇଟ ଶିକ୍ଷା ମନ୍ତ୍ରାଳୟ ୱେବସାଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ସମସ୍ତ ସଂଖ୍ୟାଲଘୁଙ୍କୁ ଧାରା 30(1) ଅନ୍ତର୍ଗତ ନିଜସ୍ୱ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା ଏବଂ ପରିଚାଳନା କରିବାର ଅଧିକାର ଦିଆ ଯାଇଛି। ସଂଖ୍ୟାଲଘୁ ଧର୍ମ କିମ୍ବା ଜାତି ବା ପଚାଡ଼ୁଆ ବର୍ଗ ଲୋକଙ୍କ ମଧ୍ୟରେ ଶିକ୍ଷାରେ ସୁଧାର କରିବା ପାଇଁ ସରକାର ପ୍ରତିବନ୍ଧ ନେଇଛି। 

୨୦୦୧ ମସିହା ଗଣନା ଅନୁଯାୟୀ ସଂଖ୍ୟାଲଘୁ ଧର୍ମରେ ମୁସଲିମ, କ୍ରିଷ୍ଟିୟାନ, ଶିଖ୍, ବୌଦ୍ଧ ଏବଂ ପାରସୀ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ବୋଲି କୁହା ଯାଇଛି। 

ସମ୍ବିଧାନର ଧାରା ୪୬ ରେ କୁହା ଯାଇଛି ଯେ ପ୍ରତ୍ୟେକ ରାଜ୍ୟ ଏସସି, ଏସଟି ଏବଂ ବିଭିନ୍ନ ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ଶିକ୍ଷା କିମ୍ବା ଅର୍ଥନୈତିକ ଆବଶ୍ୟକତାକୁ ବିଶେଷ ଭାବରେ ପ୍ରୋତ୍ସାହିତ କରିବ ଏବଂ ସେମାନଙ୍କୁ ସାମାଜିକ ଅନ୍ୟାୟ ଏବଂ ଶୋଷଣରୁ ରକ୍ଷା କରିବ। ଧାରା ୩୩୦, ୩୩୨, ୩୩୫, ୩୩୮ ରୁ ୩୪୨ ଏବଂ ସମ୍ବିଧାନର ସମଗ୍ର ପଞ୍ଚମ ଏବଂ ଷଷ୍ଠ କାର୍ଯ୍ୟସୂଚୀ ଧାରା ୪୬ ରେ ଧାର୍ଯ୍ୟ କରା ଯାଇଥିବା ଉଦ୍ଦେଶ୍ୟଗୁଡ଼ିକର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରେ। 

ସେହିପରି, ଧାରା ୩୦(୧) ସଂଖ୍ୟାଲଘୁ ମାନଙ୍କର ନିଜ ପସନ୍ଦର ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା ତଥା ପରିଚାଳନା ପାଇଁ ଅଧିକାର ପ୍ରଦାନ କରେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାରତର ସମ୍ବିଧାନରେ ୩୦(କ) ବୋଲି କୌଣସି ଧାରା ଉପଲବ୍ଧ ନାହିଁ। ଧାରା ୩୦ (କ) ଅନ୍ତର୍ଗତ ହିନ୍ଦୁ ଧର୍ମକୁ ଶିକ୍ଷା ଅନୁଷ୍ଠାନରେ ଧାର୍ମିକ ଶିକ୍ଷା ଦେବା ବିରୁଦ୍ଧରେ ସମ୍ବିଧାନରେ କୌଣସି ସ୍ଥାନରେ ଉଲ୍ଲେଖ କରା ଯାଇ ନାହିଁ।

Avatar

Title:କ’ଣ ଭାରାତର ସମ୍ବିଧାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀର ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇ ନାହିଁ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *