କ’ଣ ନିକଟରେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ପାକିସ୍ତାନରେ ଏକ ବିସ୍ଫୋରଣ କରିଛନ୍ତି? ଜାଣନ୍ତୁ ସତ୍ୟ। 

False International

ନିକଟରେ ପାକିସ୍ତାନର ଉତ୍ତର ସହର ସିୟାଲକୋଟ୍ ରେ ଅନେକ ବିସ୍ଫୋରଣ ହେଇଥିବା ଖବର ସାମନାକୁ ଆସିଛି। ପାକିସ୍ତାନ ସେନା ଦ୍ଵାରା ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ଗୁଳିଗୋଳା ଡିପୋରେ ଏହି ବିସ୍ଫୋରଣ ଘଟିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। 

ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ମାନେ ପାକିସ୍ତାନର ସିୟାଲକୋଟ ସହରରେ ବିରାଟ ବିସ୍ଫୋରଣ କରିଛନ୍ତି ଯାହା ଫଳରେ ୫୮ ରୁ ଊର୍ଦ୍ଧ୍ଵ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଛି। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସର୍ଟ ସର୍କିଟ ହେତୁ ଏହି ବିସ୍ଫୋରଣ ହେଇଛି ବୋଲି ପାକିସ୍ତାନ ସରକାର ସ୍ପଷ୍ଟ କରିଛି। 

Facebook | Archive

ସମାନ ଦାବି ସହିତ ଏହି ଘଟନା ବିଷୟରେ ଏକ ଟୁଇଟ ମଧ୍ୟ ଦେଖିବାକୁ ମିଳିଛି। ଆଭା ଖନ୍ନା ନାମକ ଟୁଇଟର ବ୍ୟବହାରକାରୀ ଟୁଇଟ ମାଧ୍ୟମ କହିଛନ୍ତି, “ପାକିସ୍ତାନର ସିଆଲକୋଟରେ ଥିବା ଏକ ଗୁଳିଗୋଳା ଡେପୋରେ ବ୍ୟାପକ ଏବଂ ଏକାଧିକ ବିସ୍ଫୋରଣ ଦେଖିବାକୁ ମିଳିଛି। କିଛି ରିପୋର୍ଟ ଅନୁଯାୟୀ ଏହି ଘଟଣା ପଛରେ ବାଲୋଚର ଷଡଯନ୍ତ୍ର ଥିବା ସୂଚନା ମିଳିଛି। ଇସଲାମାବାଦ ଏବଂ ରାୱାଲପିଣ୍ଡିରେ ଇଣ୍ଟର୍ନେଟ୍ ସେବାନିଲମ୍ବିତ କରା ଯାଇଛି।”

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ୍ଚ କରିଲୁ। ୨୦ ମାର୍ଚ୍ଚରେ ଦି ଟ୍ରାଇବ୍ୟୁନ୍ ୱେବସାଇଟ ଅନୁଯାୟୀ ପାକିସ୍ତାନର ସିଆଲକୋଟ୍ ରେ ସାମରିକ ଡିପୋରେ ଆକସ୍ମିକ ଅଗ୍ନିକାଣ୍ଡ ହେତୁ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ପାକିସ୍ତାନୀ ସେନାର ମିଡିଆ ବିଭାଗ ISPR ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଘଟଣା ସର୍ଟ ସର୍କିଟ କାରଣରୁ ହଠାତ ଅଗ୍ନିକାଣ୍ଡ ଘଟିଥିଲା ଯାହା ଦ୍ଵାରା ସିଆଲକୋଟ୍ ଗ୍ୟାରିସନ୍ ନିକଟରେ ଥିବା ଗୁଳିଗୋଳା ଡେପୋରେ ବିସ୍ଫୋରଣ ହୋଇଥିଲା। 

ଡନ୍ ପତ୍ରିକା ୱେବସାଇଟ ରିପୋର୍ଟ ଅନୁଯାୟୀ ISPR କହିଛି ଯେ ଏହି ଘଟଣା ସର୍ଟ ସର୍କିଟ କାରଣ ହେତୁ ଘଟିଥିଲା। ପ୍ରଭାବଶାଳୀ ଏବଂ ସମୟନୁବର୍ତ୍ତୀ ପ୍ରତିକ୍ରିୟା ହେତୁ ତୁରନ୍ତ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇଥିଲା। ଏହି ଘଟଣାରେ କୌଣସି କ୍ଷତି କିମ୍ବା କାହାର ଜୀବନ ନଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ କହିବା ଅନୁଯାୟୀ ବିସ୍ଫୋରଣରେ ଦୁଇଟି ଲୋକ ଆଘାତ ହୋଇଥିଲେ ଏବଂ ତାଙ୍କୁ ସିଆଲକୋଟ୍ ମିଲିଟାରୀ ହସ୍ପିଟାଲରେ ଦାଖଲ କରା ଯାଇଥିଲା। 

ବିବିସି ନ୍ୟୁଜ ଉର୍ଦୁ ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏହି ବିସ୍ଫୋରଣର ଭିଡିଓ ପ୍ରସାରିତ କରି କହିଛି ଯେ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସିଆଲକୋଟ୍ ରେ ସେନା ଗ୍ୟାରିସନ୍ ଗୁଳିଗୋଳା ଡିପୋରେ ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ହୋଇ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଦୁଇଟି ଲୋକଙ୍କ ଆଘାତ ହୋଇଥିବା ସୂଚନା ମଧ୍ୟ ମିଳିଛି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ସିଆଲକୋଟ୍ ବିସ୍ଫୋରଣରେ ବଲୋଚ ସ୍ଵାଧୀନତା ସଂଗ୍ରାମୀଙ୍କ ହାତ ଥିବା ଦାବି ମିଥ୍ୟା ଅଟେ। ଏହି ବିସ୍ଫୋରଣ ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ହେବା ପରେ ଘଟିଥିଲା। ଘଟଣାରେ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ହେବା ଦାବି ମଧ୍ୟ ମିଥ୍ୟା ଅଟେ।

Avatar

Title:କ’ଣ ନିକଟରେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ପାକିସ୍ତାନରେ ଏକ ବିସ୍ଫୋରଣ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *