
Photo Credit: India Today
୧୪ ଫେବ୍ରୁଆରିକୁ ବିଶ୍ଵରେ ଅନେକ ଦେଶରେ ଭାଳେଣ୍ଟାଇନ ଦିବସ ଭାବରେ ମାନ୍ୟତା ଦିଆ ଯାଇଅଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଥିରେ ଦାବି କରା ଯାଇଅଛି ଯେ ୧୪ ଫେବ୍ରୁଆରିକୁ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଇଂରାଜୀ ସରକାର ଫାଶୀ ଦେଇଥିଲା। ସେଥିପାଇଁ ଏହି ପୋଷ୍ଟରେ ଲୋକଙ୍କୁ ଭାଳେଣ୍ଟାଇନ ଡେ ପାଳନ ନକରିବା ପାଇଁ ଅନୁରୋଧ କରା ଯାଇଅଛି।
ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ମୃତ୍ୟୁ ବିଷୟରେ ସର୍ଚ କାରିଲୁ। ସର୍ଚ କରିଲା ପରେ ଆମକୁ ଗୃହମନ୍ତରାଳୟ ଦ୍ଵାରା ପ୍ରକାଶିତ ଗୋଟିଏ ଅନୁଛେଦ ସରକାରୀ ୱେବସାଇଟରେ ଦେଖିବାକୁ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ୨୩ ମାର୍ଚ ୧୯୩୧ ମସିହାରେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଦିଆ ଯାଇଥିଲା। ଲାହୋର ଷଡଯନ୍ତ୍ର ମାମଲାରେ ବ୍ରିଟିଶ ଗଭର୍ନର ଜେନେରାଲଙ୍କ ଆଦେଶରେ ଅଭିଯୁକ୍ତଙ୍କୁ ଅପିଲ କରିବାର ଅଧିକାରକୁ ପ୍ରତ୍ୟାଖ୍ୟାନକରା ଯାଇଥିଲା।

ଏହା ପରେ ଆମକୁ ୧୩ ଅଗଷ୍ଟ ୨୦୧୯ ମସିହାରେ ବାଇଓଗ୍ରାଫି ନାମକ ୱେବସାଇଟରେ ଭଗତ ସିଂହଙ୍କ ଜୀବନୀ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ଭଗତ ସିଂହଙ୍କ ଜନ୍ମ ୨୭ ସେପ୍ଟେମ୍ବର ୧୯୦୭ ମସିହାରେ ହେଇଥିଲା। ବର୍ତ୍ତମାନ ପାକିସ୍ତାନରେ ଥିବା ପଞ୍ଜାବ ଅଞ୍ଚଳରେ ଗୋଟିଏ ଶିଖ ପରିବାରରେ ସେ ଜନ୍ମ ନେଇଥିଲେ। ଭଗତ ସିଂହ ଏବଂ ତାଙ୍କ ସହ-ଷଡଯନ୍ତ୍ରକାରୀଙ୍କୁ କୋର୍ଟ ଚାଲାଣ କରା ଯାଇ ଫାଶୀ ଦଣ୍ଡ ଦିଆ ଯାଇଥିଲା। ୨୩ ମାର୍ଚ ୧୯୩୧ ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା। କୁହା ଯାଏ ଯେ ସେ ଫାଶୀ ବେକରେ ଲଗାଇବା ପୂର୍ବରୁ ତାକୁ ଚୁମ୍ବନ ଦେଇଥିଲେ।

ବ୍ରିଟାନିକା ୱେବସାଇଟରେ ମଧ୍ୟ ଭଗତ ସିଂହଙ୍କ ମୃତ୍ୟୁ ତାରିଖ ୨୩ ମାର୍ଚ ବୋଲି ଉଲ୍ଲେଖ କରା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ମୃତ୍ୟୁ ୧୪ ଫେବ୍ରୁଆରିରେ ହେଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ତଥ୍ୟ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ମୃତ୍ୟୁ ୨୩ ମାର୍ଚ ୧୯୩୧ ମସିହାରେ ହେଇଥିଲା।

Title:କ’ଣ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ୧୪ ଫେବ୍ରୁଆରିରେ ଫାଶୀଦିଆ ଯାଇଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False