
ପୋଷ୍ଟ କରା ଯାଇଥିବା ଫୋଟୋରେ ଗୋଟିଏ ଭଙ୍ଗାରାସ୍ତା ଦେଖିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୯ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭଙ୍ଗା ରାସ୍ତାର ଫୋଟୋ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ “ମୋଦୀ ତାଙ୍କ ଗୋଟିଏ ସ୍ମାର୍ଟ ସିଟି ରୁ ଗୋଟିଏ ସ୍ମାର୍ଟ ସିଟିର ଚିତ୍ର , ହଇରେ ନାରଣ ଏଠି ଲୋକେ ରହି ଗଲେ କିନ୍ତୁ ସଡ଼କ ଚାଲି ଗଲା।“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସରଚି କରିଲା ପରେ ଆମକୁ ୧ ସେପ୍ଟେମ୍ବର ୨୦୧୯ ମସିହାରେ ଥାଇ ପୀବିଏସ ନାମକ ପତ୍ରିକାରେ ଏହି ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋରେ କୁହା ଯାଇଅଛି ଯେ ଭୀଷଣ ବର୍ଷା ହେବାରୁ ଆସିଥିବା ବନ୍ୟା ଯୋଗୁ ରାସ୍ତାର ଏପରି ଅବସ୍ତା ହେଇଛି। ତିନି ଚାରି ବର୍ଷ ଧରି ଏହି ରାସ୍ତା ବ୍ୟବହାରରେ ଥିଲା କିନ୍ତୁ ଏହି ରାସ୍ତା ପ୍ରବଳ ବନ୍ୟା ସହି ପାରିବା ସ୍ତରରେ ନିର୍ମାଣ କରା ଯାଇନଥିଲା। ଏହି ରାସ୍ତା ଥାଇଲାଣ୍ଡର ଚାନୁମାନ ଜିଲାରରେ ସ୍ଥିତ ଅଟେ।

ଏହା ପରେ ଆମେ ଏହି ପତ୍ରିକାରେ ଥିବା ଗାଡ଼ିର ନମ୍ବର ପ୍ଲେଟ୍ ର ତୁଳନା ଥାଇଲାଣ୍ଡର ଗାଡ଼ି ନମ୍ବର ପ୍ଲେଟ୍ ସହିତ କରିଲୁ। ଆମେ ଗୁଗୁଲ ରେ ଯାଇ ଥାଇଲାଣ୍ଡ ନମ୍ବର ପ୍ଲେଟ୍ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଦେଖିଲୁ ଯେ ଦୁଇଟି ନମ୍ବର ପ୍ଲେଟ୍ ପାଖା ପାଖି ସମାନ ଅଟନ୍ତି।

ଆମ ଅନୁସନ୍ଧାନ ନିଶୀଥ କରିବା ପାଇଁ ଆମେ ପତ୍ରିକାରେ ଦିଆ ଯାଇ ଥିବା ଚାନୁମାନ ଜିଲ୍ଲା ଗୁଗୁଲ ମ୍ୟାପରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଚାନୁମାନ ଜିଲ୍ଲା ଥାଇଲାଣ୍ଡ ଦେଶର ଗୋଟିଏ ଜିଲ୍ଲା ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲାଜେ ପୋଷ୍ଟ କରା ଯାଇଥିବା ଫୋଟୋ ଥାଇଲାଣ୍ଡ ଦେଶର ଚାଣୁମାନ ଜିଲ୍ଲାର ଫୋଟୋଅଟେ। ପ୍ରବଳ ବନ୍ୟା ହେଇଥିବାରୁ ରାସ୍ତାର ଏପରି ଅବସ୍ତା ଦେଖିବାକୁ ମିଳିଛି। ଏହି ଫୋଟୋ ଭାରତର ହେଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।
Title:କ’ଣ ଫୋଟୋରେ ଥିବା ଭଙ୍ଗା ରାସ୍ତାର ଦୃଶ୍ୟ ଭାରତର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
