
କୋରୋନା ଭାଇରସ ଚୀନରୁ ଆରମ୍ଭ ହୋଇ ବର୍ତମାନ ଅନେକ ଦେଶର ଲୋକ ମାନଙ୍କୁ ଆକ୍ରାନ୍ତ କରୁଅଛି। ଏହି ରୋଗ ନେଇ ଅନେକ ଲୋକ ଅନେକ ପ୍ରକାର ଦାବି କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହି ମଧ୍ୟରୁ କେତୋଟି ସତ୍ୟ ଥିବା ସମୟରେ ଅନେକ ମିଥ୍ୟା ଖବର ମଧ୍ୟ ଭାଇରାଲ କରା ଯାଉଅଛି। ଏହି ବିଷୟ ନେଇ ଫେକ୍ଟ କୃସେଣ୍ଡୋ ଓଡ଼ିଆ କିଛି ଫେକ ପୋଷ୍ଟ ଗୁଡିକର ଖଣ୍ଡନ କରି କୋରୋନା ଭାଇରସ ବିଷୟରେ ସତ୍ୟ ଜଣାଇଛି। ଆଜି ଏପରି ଗୋଟିଏ ପୋଷ୍ଟ ବିଷୟରେ ଜଣାଇବୁ ଯେଉଁଟା ବର୍ତମାନ ସମୟରେ ଭାଇରାଲ ହେଉଛି।
2 ସପ୍ତାହ ପୂର୍ବରୁ ଫେସବୁକର ଗୋଟିଏ ଓଡ଼ିଆ ଏକାଉଣ୍ଟ “ଶ୍ରୀ ଗୋ ବିଜ୍ଞାନ ଓଡିଶା” ରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି। ଏହି ଇଡେଓରେ ଜଣେ ବାବା କହୁଛନ୍ତି ଯେ ବର୍ତମାନ କୋରୋନା ଭାଇରସ ଚାରି ଆଡେ ଚର୍ଚାରେ ଅଛି। ସାରା ଦୁନିଆ ଏହା କୁ ନେଇ ଦାରୁଛି ଏବଂ ହଇରାଣ ଅଛି। ବାବା କହୁଛନ୍ତି ଯେ ପ୍ରତ୍ଯେକ ଦିନ ଏହି ଭାଇରସକୁ ନେଇ ସମସ୍ତ ଖବର ଓ ମିଡିଆରେ ଏହା କୁହା ଯାଉଅଛି ଯେ ଏହି ରୋଗର କୌଣସି ଔଷଧ ବା ଟୀକା ନାହିଁ, କୌଣସି ଚିକିତ୍ସା ନାହିଁ। ଏହି ରୋଗରୁ ବଞ୍ଚିତ ରହିବା ହି ଏକ ମାତ୍ର ଉପାୟ ଅଟେ। ବାବା ଏହା ଦାବି କରିଛନ୍ତି ଯେ ଏହି ଯୁଗରେ କେବଳ ଗୌ ମାତା ଏହି ରୋଗରୁ ଉଧାର ଦେଇ ପାରିବେ। ଏହି ରୋଗ ପ୍ରକୃତି ଦ୍ଵାରା ନୁହେଁ, ମଣିଷ ଦ୍ଵାରା ବ୍ୟାପିଛି। ପ୍ରତ୍ଯେକ ୩ ବା ୪ ବର୍ଷକୁ ଥରେ ଗୋଟିଏ ନୂଆ ରୋଗ ବାହାରେ ଓ ଏହି ରୋଗ ବାହାରିବା ପୂର୍ବରୁ ଏହାର ଔଷଧ ମାର୍କେଟରେ ଆସି ଯାଇ ଥାଏ। ବାବାଙ୍କ କହିବା ଅନୁସାରେ ଏହି ରୋଗ ଲେବ୍ରାଟୋରି ରେ ତିଆରି କରା ଯାଏ। କୋରୋନା ଭାଇରସ ନେଇ ବାବା ଏହା କହିଛନ୍ତି ଯେ ଲୋକେ ଡଋ ମୂହରେ ମାସ୍କ ପିନ୍ଧି ବୁଲୁଛନ୍ତି ତ କେତେ ଲୋକ ଘରୁ ବାହାରୁ ନାହାନ୍ତି। ଏହି ରୋଗରୁ ମୁକ୍ତି ଦେବା ପାଇଁ ଗୌ ମାତା ବହୁତ ସରଲ ଉପାୟ ଦେଇଛନ୍ତି। ଗୌ ମୁତ୍ର ଦ୍ଵାରା ଏହି ରୋଗରୁ ମୁକ୍ତି ପାଇ ହେବ ବୋଲି ବାବା କିଛି ଉପାଏ କହିଛନ୍ତି। ଜାଣନ୍ତୁ କଣ ସେଇ ଉପାଏ:
- ଗଢେଇବା ସମୟରେ ଜଳରେ ଗଉମୁତ୍ର ପ୍ରୟୋଗ କରନ୍ତୁ। ଏହା ଫଳେ ଗୌ ମୁତ୍ର ଭାଇରସକୁ ନଷ୍ଟ କରି ଦେବ।
- ୨୦ ଲିଟର ପିବା ପାଣିରେ ୨ ଚାମୁଚ ଗୌ ମାତାଙ୍କ ଗୋବରର ପାଉଁଶ ପାକାଇ ଏହି ଜଳର ସେବନ କରନ୍ତୁ।
- ଘରୁ ବାହାରିବା ପୂର୍ବରୁ ହାତରେ ଗାଈ ଘିୟ ମଳି ସେଇଟା ନାକରେ ଲଗାଇ ଘରୁ ବାହାରନ୍ତୁ। ଭାଇରସ ନାକ ଦେଇ ଶରୀରରେ ପ୍ରବେଶ କରେ। ଏହି ଉପାଏ କରିଲେ ଭାଇରସ ଆଉ ଦେହରେ ପଶିବ ନାହିଁ।
- ଗୋଟେ ଗୋଟେ କରି ଗୌ ମୁତ୍ର ପିବା ଆରମ୍ଭ କରନ୍ତୁ।
ଏହି ସବୁ ଉପାଏ କରିଲେ କୋରୋନା ଭାଇରସର ଶରୀର ଉପରେ କୌଣସି ପ୍ରଭାବ ପଡିବ ନାହିଁ।
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:
୧୫ ଫେବ୍ରୁଆରି ରେ “ସେଣ୍ଟର ଫର ଡିଜିସ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ” ସାଇଟରେ ଛପି ଥିବା ଗୋଟିଏ ଅବୁଛେଦରେ ଏହା ଲେଖା ଯାଇଅଛି ଯେ ବର୍ତମାନ ସମୟ ପର୍ଯ୍ୟନ୍ତ କୋରୋନା ଭାଇରସ COVID-19 ରୋଗ ନେଇ କୌଣସି ମଧ୍ୟ ଔଷଧ ବାହାରି ନାହିଁ। ଏହି ରୋଗ ଠାରୁ କେବଳ ବଞ୍ଚିତ ରହିବା ପ୍ରଣାଳୀ ବାହାରି ଅଛି। ଯଦି କୌଣସି ଲୋକ କୁ କୋରୋନା ଆକ୍ରାନ୍ତ ହେବା ଆଶଙ୍କା ହେଉଛି ତ ସେ ହେଲ୍ଥ କେୟାର ରେ ସମ୍ପର୍କ କରି ପାରିବେ।
Centers for Disease Control and Prevention | Archive
ଏହି ବିଷୟରେ ବିସ୍ତାରରେ ଜାଣିବା ପାଇଁ ଆମେ ମିନିଷ୍ଟରୀ ଅଫ ହେଲ୍ଥ ଏଣ୍ଡ ଫେମିଲି ୱେଲଫେୟାର ର ହେଲ୍ପଲାଇନ ରେ ଫୋନ ଲଗାଇ କଥା ହେଳୁ। ଆମକୁ ଏହା ସୂଚନା ମିଳିଲା ଯେ ଏହି ରୋଗ ନେଇ ବର୍ତମାନ ସମୟ ଟକ କୌଣସି ଔଷଧ ବା ଚିକିତ୍ସା ବାହାରି ନାହିଁ। ଆମକୁ ଏହା ମଧ୍ୟ ସୂଚନା ଦିଆ ଗଲା କି ଯଦି କୌଣସି ଔଷଧ ବାହାରିବା ତ ଏହା ବିଷୟରେ ୱେବ୍ସାଇଟରେ ଅପଲୋଡ କରା ଜୀବ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) ଏହା କହିଅଛି ଯେ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ଲୋକଙ୍କ ପାଇଁ ବର୍ତମାନ ସୁଧା କୌଣସି ଔଷଧ ବାହାରି ନାହିଁ। ମିନିଷ୍ଟରୀ ଅଫ ହେଲ୍ଥ ଏଣ୍ଡ ଫେମିଲି ୱେଲଫେୟାର ମଧ୍ୟ ଏହି ବିଷୟର ପୁଷ୍ଟି କରିଛି। ସେଥିପାଇଁ ପୋଷ୍ଟ କରା ଯାଇଥିବା ଭିଡିଓରେ ଯାହା ଦାବି କରା ଯାଇଅଛି ସେଇଟା ସମ୍ପୂର୍ଣ ଭାବେ ମିଥ୍ୟା।

Title:କ’ଣ ଗୌ ମୁତ୍ର ସେବନ କରି କୋରୋନା ରୋଗ ଠାରୁ ମୁକ୍ତି ପାଇ ହେବ?
Fact Check By: Siddharth SahuResult: False