
ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ପରସ୍ପର ମଧ୍ୟରେ ସେନା ମାନଙ୍କ ଆକ୍ରମଣ ଖବର ବିଗତ କିଛି ମାସ ହେଲା ଦେଖିବାକୁ ମିଳିଛି। ଅନେକ ଗଣମାଧ୍ୟମରେ ଭାରତ ଏବଂ ଚୀନ ମଧ୍ୟରେ ସେମା ବିବାଦ ସମ୍ବାଦ ପ୍ରକାଶିତ ହେଇଥିବା ସମୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାରତ ସେନା ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବାର ଦାବି ସୋସିଆଲ ମିଡିଆରେ ଚର୍ଚାର ଅଛି।
ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୮ ନଭେମ୍ବର ରେ ପ୍ରେମୟ ପତ୍ରିକାରେ ପ୍ରକାଶିତ ହେଇଛି ଯେ ସୀମା ବିବାଦ ସମାଧାନ ବିଷୟରେ ଚର୍ଚା ଚାଲିଥିଲା ବେଳେ ଚୀନ ଭାରତ ଉପରେ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଛି। ଏହି ଘଟଣା ଲଦାଖର ପ୍ୟାଙ୍ଗଗଙ୍ଗ ହ୍ରଦ ନିକଟ ପାହାଡରେ ଘଟିଛି। ଏହି ସମ୍ବାଦରେ ଦାବି କରା ଯାଇଅଛି ଯେ ଅଗଷ୍ଟ ୧୮ ତାରିଖରେ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରିଥିଲା।

Facebook | Archive | Prameya News | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରୁ ପ୍ରଥମେ ଆମେ ଏହା ଖୋଜିଲୁ ଯେ ଏହି ସମ୍ବାଦର ଉତ୍ସ କଣ। ଏହି ବିଷୟରେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରିଲା ପରେ ଆମକୁ ୧୭ ନଭେମ୍ବର ଟାଇମ୍ସ ଅଫ ଇଣ୍ଡିଆ ଦ୍ଵାରା ପ୍ରସାରିତ ହେଇଥିବା ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଚୀନ ଦ୍ଵାରା ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଭାରତ ଉପରେ ଆକ୍ରମଣ କରି ଭାରତ ସେନାକୁ ପଚେଇବା ଖବର ମିଥ୍ୟା ଅଟେ। ଚୀନର ରେନମିନ ବିଶ୍ୱବିଦ୍ୟାଳୟର ଜଣେ ପ୍ରୋଫେସର ଜିନ କାନରୋଙ୍ଗ ଗଣମାଧ୍ୟମରେ କହିଥିଲେ ଯେ ୨୯ ଅଗଷ୍ଟରେ ଚୀନର ପିଏଲଏ ସେନା ଭାରତର ଦୁଇଟି ପର୍ବତକୁ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିଲେ। ସେ ଏହା ମଧ୍ୟ ଦାବି କରିଥିଲେ ଯେ ଏହି ପର୍ବତରେ ଥିବା ଭାରତୀୟ ସେନା ବାନ୍ତି କରିବାକୁ ଆରମ୍ଭ କରିଲେ ଓ ଏହା ପରେ ସେହି ପର୍ବତରୁ ପଛେଇ ଗଲେ।
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୭ ନଭେମ୍ବର ରେ ପିଆଇବି ଫେକ୍ଟ ଚେକ୍ ଟୁଇଟର ହେଣ୍ଡେଲରେ ଚୀନ ଦ୍ଵାରା ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରା ଯାଇଥିବା ଘଟଣା ବିଷୟରେତଥ୍ୟ ମିଳିଲା। ପିଆଇବି ତ୍ଵେତ କରି କହିଛି ଯେ କେତେକ ଆନ୍ତର୍ଜାତୀୟ ସମ୍ବାଦ ପୋର୍ଟାଲ ବିଭ୍ରାନ୍ତକର ସମ୍ବାଦ ପ୍ରକାଶ କରିଛି ଏବଂ ଲଦାଖରେ ଭାରତ-ଚୀନ ସୀମା ଷ୍ଟାଣ୍ଡଅଫ ସହ ଜଡ଼ିତ ଭିତ୍ତିହୀନ ଦାବି ଗୁଡ଼ିକ ରିପୋର୍ଟ କରିଛି।
ଭାରତ ସେନା ଏଡିଜି ପିଆଇ ମଧ୍ୟ ଟୁଇଟ କରି ପୋଷ୍ଟ କରା ଯାଇଥିବା ଦାବିକୁ ଖାନଧନ କରିଛନ୍ତି ଏବଂ ଏହାକୁ ମିଥ୍ୟା ବୋଲି ଘୋଷଣା କରିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲାଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ଭାରତ ସେନା ଏଡିଜି ପିଆଇଙ୍କ କହିବା ଅନୁଯାୟୀ ଲଦାଖରେ ଭାରତ ସେନା ଉପରେ ଚୀନ ଦ୍ଵାରା ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିବା କଥା ମିଥ୍ୟା ଅଟେ।

Title:କ’ନ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାକ କରି ଲଦାଖରେ ଭାରତ ସେନା ଉପରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False