କ’ଣ କୃଷ୍ଣ ମନ୍ଦିରର ଗୀତା ଉପଦେଶ ସ୍ଥାନରେ ଜବରଦସ୍ତି ମୁସଲିମ ମାନଙ୍କ ମଜାର ସ୍ଥାପନା କରା ଯାଇଛି? ଜାଣନ୍ତୁ ସତ୍ୟ। 

Communal False

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ଜଣେ ବ୍ୟକ୍ତିଙ୍କୁ କହୁଥିବା ଶୁଣିବାକୁ ପାଇବେ ଯେ ସେ କୁରୁକ୍ଷେତ୍ରର ଏକ ମନ୍ଦିରରେ ଅଛନ୍ତି ଯେଉଁଠାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ଭିଡିଓରେ ସେହି ବ୍ୟକ୍ତି ମନ୍ଦିରର ବିଭିନ୍ନ ସ୍ଥାନ ଦେଖାଇଛନ୍ତି ଏବଂ ସେଠାରେ ଥିବା ଏକ ମଜାର ପରି ଦେଖା ଯାଉଥିବା ଗଠନକୁ ମଧ୍ୟ ଦେଖାଇଛନ୍ତି। ଭିଡିଓ ମାଧ୍ୟମରେ ସେ ଦାବି କରିଛନ୍ତି ଯେ ମନ୍ଦିର ପରିସରରେ ଏକ ମଜାର ନିର୍ମାଣ କରା ଯାଇଛି। 

ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ମୁସଲିମ ମାନେ ମନ୍ଦିରରେ ଏକ ମଜାର ନିର୍ମାଣ କରିଛନ୍ତି।”

Facebook | Archive

ଏହି ଭିଡିଓ ଫେସବୁକ ଏବଂ ଟୁଇଟରରେ ମଧ୍ୟ ଭାଇରାଲ ହେଉଛି ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ହଜାର ସେୟାର ଏବଂ ୧୪ ହଜାର କମେଣ୍ଟ ମିଳି ସାରିଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ମନ୍ଦିର କୁରୁକ୍ଷେତ୍ରର କେଉଁ ମନ୍ଦିର ଅଟେ। ଏହା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ୧୦ ଡିସେମ୍ବର ୨୦୧୬ ରେ ଅମର ଉଜାଲା ପତ୍ରିକାର ଏକ ରିପୋର୍ଟ ରୁ ଆମେ ଜାଣିଲୁ ଯେ ଏହା କୁରୁକ୍ଷେତ୍ରର ଜ୍ୟୋତିସାଗର ମନ୍ଦିର ଅଟେ। 

ଏହା ପରେ ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ମନ୍ଦିର ବିଷୟରେ ସର୍ଚ୍ଚ କରିଲୁ। ଆମେ ଜାଣିଲୁ ଯେ ଗୁଗୁଲ ମ୍ୟାପରେ ପ୍ରକାଶିତ ହେଇଥିବା ମନ୍ଦିରର ଫୋଟୋ ଏବଂ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ସମାନ ଅଟେ। 

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରେ ମନ୍ଦିର ପରିସରରେ ମଜାର ଅଛି? ତଥ୍ୟ ଜାଣିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ କୁରୁକ୍ଷେତ୍ରର ଡେପୁଟି ଏସପି ସୁଭାଷ ସିଂଙ୍କ ସହିତ ଯୋଗାଯୋଗ କରିଲା। ସେ ସୂଚନା ଦେଇଛନ୍ତି ଯେ, “ଜ୍ୟୋତିସାଗର ମନ୍ଦିରର ପରିସରରେ ମଜାର ଥିବା ଦାବି ମିଥ୍ୟା ଅଟେ। ବାସ୍ତବରେ ମନ୍ଦିରର ବ୍ରାହ୍ମଣ ନିଜ ପୂର୍ବପୁରୁଷଙ୍କ ସ୍ମୃତିରେ ଏକ ସମାଧି ନିର୍ମାଣ କରିଥିଲେ। ଏହାକୁ ଭୋର୍ଖା କୁହା ଯାଏ। ଏହି ଭିଡିଓରେ ସମାଧି ଉପରେ ଯେଉଁ ଚାଦର ଦେଖା ଯାଉଛି ତାହା କିଛି ଦୁଷ୍କର୍ମକାରୀଙ୍କ ଦ୍ଵାରା ରଖାଯାଇଛି। ଏହି ଭୋର୍ଖା ୪୦ ରୁ ୫୦ ବର୍ଷ ପୁରୁଣା ଅଟେ। କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ବ୍ରାହ୍ମଣ ମାନେ ଏହାକୁ ହଟାଇ ନିଜ ଖେତରେ ସ୍ଥାପନା କରିଛନ୍ତି।”

ଜ୍ୟୋତିସାଗର ପୋଲିସ ଷ୍ଟେସନ ସବ୍-ଇନ୍ସପେକ୍ଟର ରାମ ସନେହୀ ଆମକୁ ସୂଚନା ଦେଇଛନ୍ତି ଯେ, “ଜ୍ୟୋତିସାଗର ମନ୍ଦିରର ବ୍ରାହ୍ମଣଙ୍କ ନାମ ହେଉଛି ସତପାଳ ଶର୍ମା। ସେ ତାଙ୍କ ପୂର୍ବପୁରୁଷଙ୍କ ଶାନ୍ତି ପାଇଁ ଏହି ମନ୍ଦିରରେ ଏକ ଭୋର୍ଖା ତିଆରି କରିଥିଲେ। କିନ୍ତୁ କିଛି ଦୁଷ୍କର୍ମକାରୀ ମାନେ ସେହି ଭୋର୍ଖା ଉପରେ ଏକ ଚାଦର ଚଢାଇ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଛନ୍ତି। ଏହା ପରେ ସତପାଳ ଶର୍ମା ପରିବାର ସଦସ୍ୟ ମାନେ ନିଜେ ଭୋର୍ଖାକୁ ବାହାର କରି ନିଜ ଚାଷ ଜମିରେ ସ୍ଥାପନ କରିଛନ୍ତି। ମନ୍ଦିର ପରିସର ଭିତରେ କୌଣସି ମଜାର ନାହିଁ।”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ମନ୍ଦିର ପରିସରରେ କୌଣସି ମଜାର ନାହିଁ। ମଜାର ପରି ପ୍ରତୀତ ହେଉଥିବା ଗଠନଟି ମନ୍ଦିରର ବ୍ରାହ୍ମଣଙ୍କ ପରିବାରର ପୂର୍ବପୁରୁଷଙ୍କ ସ୍ମୃତିରେ ତିଆରି ହୋଇଥିବା ସମାଧି ଅଟେ।

Avatar

Title:କ’ଣ କୃଷ୍ଣ ମନ୍ଦିରର ଗୀତା ଉପଦେଶ ସ୍ଥାନରେ ଜବରଦସ୍ତି ମୁସଲିମ ମାନଙ୍କ ମଜାର ସ୍ଥାପନା କରା ଯାଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *