
ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲଇଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ସୈନିକ ଏବଂ ମହିଳାଙ୍କ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରତୀତ ହେଉଛି ଯେ ଯୁଧ୍ୟରେ ଯିବା ପୂର୍ବରୁ ସେ ସୈନ୍ୟ ଯବାନ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ୟୁକ୍ରେନ୍ ଦେଶର ବର୍ତ୍ତମାନର ପରିସ୍ଥିତିର ଅଟେ।
ଅନୁସନ୍ଧାନ ପରେ ଜଣା ପଡିଲା ଯେ ଏହି ଭିଡିଓ ୱାର ଅଫ୍ ଚିମେରା ସିନେମାର ଏକ କ୍ଲିପ୍ ଅଟେ ଏବଂ ଏହା ପ୍ରକୃତ ଘଟଣା ନୁହେଁ।
ଆମ ଅନୁସନ୍ଧାନ:
ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଏହାକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଟିଭି ଚ୍ୟାନାଲ ଡାଇରେକ୍ଟ ନାମକ ଏକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପଆମେ ସମାନ ଭିଡିଓ ପ୍ରସାରିତ ହେଇଥିବା ପାଇଲୁ। ୨୬ ଫେବୃଆରି ୨୦୧୮ ର ଏହି ଭିଡିଓରେ କ୍ୟାପସନ୍ ରେ କୁହା ଯାଇଛି ଯେ ଏହା ୟୁକ୍ରେନ୍ ର ଏକ ସିନେମା ‘ୱାର ଅଫ୍ ଚିମେରା’ ଯାହା ଯାହାର ପ୍ରସାରଣ ଆମେରିକାରେ ମଧ୍ୟ ହୋଇଛି।
ଉପରୋକ୍ତ ଭିଡିଓରେ ଆମକୁ ଅନାସ୍ତାସିୟା ନାମ ଶୁଣିବକୁ ମିଳିଲା। ଗୁଗୁଲରେ ଆନାସ୍ତାସିୟା ଏବଂ ୱାର ଅଫ୍ ଚିମେରା ଲେଖି ସର୍ଚ୍ଚ କରିଲା ପରେ ଆମକୁ ଏକ ୱେବସାଇଟ ମିଳିଲା ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ଏହା ଏକ ୨୯୧୭ ମସିହାର ୯୩ ମିନିଟର ସିନେମା ଅଟେ ଯାହାର ନିର୍ଦେଶକ ଆନାସ୍ତାସିୟା ଷ୍ଟାରୋଜିକାୟା ଏବଂ ମାରୀଆ ଷ୍ଟାରୋଜିକାୟା ଅଟନ୍ତି।

ଏହି ସିନେମା ବିଷୟରେ ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମକୁ ପୁରା ସିନେମା ୨୩ ଫେବୃଆରି ୨୦୨୨ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର ୨.୪୭ ମିନିଟରୁ ନେଇ ୩.୩୩ ମିନିଟ ପର୍ଯ୍ୟନ୍ତ ଆପଣ ଭାଇରାଲ କ୍ଲିପର ଦୃଶ୍ୟ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ୨୦୧୭ ମସିହାର ଏକ ସିନେମା କ୍ଲିପ୍ ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟ ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କର ଯାଉଛି।

Title:‘ୱାର ଅଫ୍ ଚିମେରା’ ସିନେମାର କ୍ଲିପ୍ କୁ ଯୁଧ୍ୟକୁ ଯିବା ପୂର୍ବରୁ ୟୁକ୍ରେନ୍ ସୈନିକ ମାନଙ୍କ ଦୃଶ୍ୟ ଭାବରେ ସେୟାର କରା ଯାଉଛି।
Fact Check By: Siddharth SahuResult: False
