କ’ଣ ଏହି ଭିଡିଓରେ ମୁସଲମାନ ମାନେ କଲିକତାରେ କାଲୀ ମନ୍ଦିରରେ ପୂଜା ବନ୍ଦ କରିବା ପାଇଁ ଏକତ୍ର ହେଇଛନ୍ତି? ଜାଣନ୍ତୁ ସତ୍ୟ।

Communal False

ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦଙ୍ଗାର ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ଜନସମାଗମ ରାସ୍ତାରେ ଆଲ୍ଲାହ ହୁ ଅକବର ନାରା ଲଗାଉଛନ୍ତି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ଦୃଶ୍ୟ କଲିକତାର ଅଟେ ଏବଂ ଯେଉଁ ମନ୍ଦିରରେ କାଳୀପୂଜା ହେଇଆସୁଥିଲା ସେଠାରେ ଏବେ ପୂଜା ବନ୍ଦ କରିବା ପାଇଁ ମୁସଲିମ ମାନେ ଚିଲଉଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର? 

୧ ନଭେମ୍ବରରେ ପୂର୍ଣଚନ୍ଦ୍ର ମିଶ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ କଲିକତାର ଯେଉଁଠି ରାମକୃଷ୍ଣ ପରମହଂସ କାଳୀପୂଜା କରି ଆସୁଥିଲେ, ସେଠାରେ ଏବେ ପୂଜା ବନ୍ଦ କରିବା ପାଇଁ ହଜାର ହଜାର ମୁସଲିମ ଚିଲଉଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓରେ ଆମେ ଲୋକଙ୍କୁ ବାଂଲାଦେଶରେ କଥିତ ବଙ୍ଗଳା ଭାଷାରେ କଥାବାର୍ତ୍ତା କରୁଥିବା ଶୁଣିବା କୁ ପାଇଲୁ। ଏହା ଦ୍ଵାରା ଆମକୁ ସନ୍ଦେହ ହେଲା ଯେ ଏହି ଭିଡିଓ ଭାରତର ନୁହେଁ। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ଭାଇରାଲ ଭିଡିଓ ପରି ସମାନ ଭିଡିଓ ୧୬ ଅକ୍ଟୋବରରେ ବଙ୍ଗଳା ଟିଭି ନାମକ ଏକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇହିବା ମିଳିଲା। ଏହି ଭିଡିଓକୁ ରାତି ସମୟରେ ଶୁଟ୍ କରା ଯାଇଛି କିନ୍ତୁ ପୃଷ୍ଠଭୂମିରେ ଥିବା କାନ୍ଥ ଭାଇରାଲ ଭିଡିଓ ସହିତ ସମାନ ଥିବା ପାଇଲୁ। ଏହି ଭିଡିଓରେ ସୂଚନା ଦିଆ ଯାଇଛି ଯେ ଏହା ବାଂଲାଦେଶର ଫେନି ସହରର ଘଟନା ଅଟେ ଯେଉଁଥିରେ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ବିବାଦ ଚାଲିଛି।

ଏହା ପରେ ଆମକୁ ଯାଯାକଲ୍ଲାହ ମିଡିଆ ନାମକ ଏକ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଏହା ବାଂଲାଦେଶର ଫେନି ସହରରେ ନମାଜ ପରେ ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଜେଇଥିବା ସଂଘର୍ଷର ଭିଡିଓ ଅଟେ ଏବଂ ଏହି ସଂଘର୍ଷକୁ ରୋକିବା ପାଇଁ ପୋଲିସକୁ ବଳ ବ୍ୟବହାର କରିବାକୁ ପଡିଥିଲା। 

ଏହି ଭିଡିଓରେ ଆମେ ବଙ୍ଗଳାରେ ଜଣେ ବ୍ୟକ୍ତିଙ୍କୁ କହୁଥିବା ଶୁଣିବାକୁ ପାଇଲେ ଏକ ପାର୍ଶ୍ଵରେ ହିନ୍ଦୁ ସମ୍ପ୍ରଦାୟ ଲୋକ ଏବଂ ବିପରୀତ ପାର୍ଶ୍ଵରେ ମୁସଲମାନ ସମ୍ପ୍ରଦାୟ ଲୋକ ଅଛନ୍ତି। ଏହା ସହିତ ଆମେ ଭିଡିଓରେ ଅଲ୍ଲାହ ହୁ ଆକବରର ନାରା ମଧ୍ୟ ଶୁଣି ପାରିଲୁ।

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ଉପରୋକ୍ତ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

Copy of Horizontal Image Comparison.png

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ ଅରିଲା ପରେ ଆମକୁ ଏକ ୱେବସାଇଟରେ ଏହି ଘଟଣା ବିଷୟରେ ବିବରଣୀ ମିଳିଲା। ଏହି ୱେବସାଇଟ ଅନୁଯାୟୀ ଫେନି ବୋରୋ ଜାମ ମସଜିଦ ସାମନାରେ ଦୁଇ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ମାମଲା ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ୧୫୦ ରାଉଣ୍ଡ ଗୁଳି ଚାଳନା କରିବାକୁ ପଡିଥିଲା। ଏହି ସଂଘର୍ଷରେ ପୋଲିସ ସହିତ ଅନ୍ୟ ୨୦ ଲୋକଙ୍କ ଆଘାତ ହେବା ଖବର ସାମନାକୁ ଆସିଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକେ ନୋଆଖାଲି ଅଞ୍ଚଳରେ ରାସ୍ତା ଅବରୋଧ କରି ବିରୋଧ କରିଥିଲେ। ଦୂର୍ଗାପୂଜାର ତିନି ଦିନ ମଧ୍ୟରେ ୭୦ ପଣ୍ଡାଳ ଉପରେ ଆକ୍ରମଣ ହୋଇ ତାକୁ ନଷ୍ଟ କରା ଯାଇଥିଲା। ଏହି ସଂଘର୍ଷ ସମୟରେ ୩୦ ତୋ ଘର ଏବଂ ୫୦ ଟି ଦୋକାନ ଭଙ୍ଗାରୁଜା କରା ଯାଇଥିଲା। 

ଏହା ପରେ ଆମେ ଫେନି ବୋରୋ ଜାମା ମସଜିଦକୁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲୁ ଏବଂ ଜାଣିବାକୁ ପାଇଲୁ ଯେ ସମାନ ମସଜିଦ ବାଂଲାଦେଶରେ ଅଛି। 

map.jpg

Google Map

ଏହା ପରେ ଆମେ ଭିଡିଓକୁ ମଧ୍ୟ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଲୋକଙ୍କ ଏହି ସମାଗମକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୋଲିସ ମଧ୍ୟ ଉପଲବ୍ଧ ଥିଲେ। ଭିଡିଓରେ ଥିବା ପୋଲିସର ପୋଷାକ ନୀଳ ରଙ୍ଗର ଜଣା ପଡିଛି ଯାହା ବାଂଲାଦେଶ ପୋଲିସର ପୋଷାକ ଅଟେ। 

uniform.jpg

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମନାୟତ ହେଲା ଯେ ଭାଇରାଲ ଭିଡିଓର କଲିକତା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ବାଂଲାଦେଶର ଫେନି ସହରର କାଲୀ ମନ୍ଦିର ସାମନାରେ ହିନ୍ଦୁ – ମୁସଲିମ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଅଟେ।

Avatar

Title:କ’ଣ ଏହି ଭିଡିଓରେ ମୁସଲମାନ ମାନେ କଲିକତାରେ କାଲୀ ମନ୍ଦିରରେ ପୂଜା ବନ୍ଦ କରିବା ପାଇଁ ଏକତ୍ର ହେଇଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *