
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପତକା ଉତ୍ତୋଳନ କରୁଛନ୍ତି। କିନ୍ତୁ ସେହି ପତକା ପୋଳରୁ କଷି ପଡୁଛି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ଜାତୀୟ ପତକା ଉତ୍ତୋଳନ କରିବା ସମୟରେ ତାହା ପୋଲରୁ ଖସି ପଡିଥିଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା ପଡିଲା ଯେ ସୋନିଆ ଗାନ୍ଧୀ ଭାରତର ଜାତୀୟ ପତକା ଉତ୍ତୋଳନ କରୁ ନଥିଲେ।
କ’ଣ ଦାବି ଏହି ପୋଷ୍ଟର?
ପୋଷ୍ଟରେ ସୋନିଆ ଗାନ୍ଧୀଙ୍କର ପତକା ଉତ୍ତୋଳନ ଭିଡିଓ ସହିତ କଂଗ୍ରେସ ଦଳର ଏକ ଟୁଇଟ ମଧ୍ୟ ଭାଇରାଲ ହେଇଛି ଯେଉଁଥିରେ ଲେଖା ଯାଇଛି ଯେ, “ଯିଏ ଦେହର ପତକା ସମ୍ଭାଳି ପାରୁ ନାହିଁ ସେ ଦେଶ କ’ଣ ସମ୍ଭାଳିବ? ପତକା ମଧ୍ୟ କହୁଛି ଯେ ତୁମେ ଦେଶ ସମ୍ଭାଳି ପାରିବ ନାହିଁ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୮ ଡିସେମ୍ବରରେ ଇଣ୍ଡିଆ ଟୁଡେ ପତ୍ରିକାର ୱେବସାଇଟରେ ଏହି ଘଟଣା ବିଷୟରେ ଏକ ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା। ଏହି ସମ୍ବାଦ ଅନୁଯାୟୀ କଂଗ୍ରେସର ୧୩୭ ତମ ସ୍ଥାପନା ଦିବସ ଅବସରରେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ପାର୍ଟି ପତକା ଉତ୍ତୋଚନ କରିବା ସମୟରେ ତାହା ପୋଲରୁ ଖସି ପଡିଥିଲା। ଏହି ସମସ୍ଯାର ସମାଧାନ ହେବା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ସହ ଦଳର କୋଷାଧ୍ୟକ୍ଷ ପବନ ବନସାଲ ଏବଂ ଏଆଇସିସି ସଚିବ କେ.ସି. ଭେଣୁଗୋପାଳ ପାର୍ଟି ପତକା ଧରି କିଛି ସମୟ ପାଇଁ ଛିଡା ହୋଇଥିଲେ। ସମସ୍ୟାର ସମାଧାନ ପାଇଁ ପ୍ରାୟ ୨୦ ମିନିଟ ସମୟ ଲାଗିଥିଲା।

ୟୁଟ୍ୟୁବରେ ଏହି ବ୍ୟୟରେ ସର୍ଚ୍ଚ କରିଲା ପରେ ଆମକୁ ୨୮ ଡିସେମ୍ବରରେ ୱାନ୍ ଇଣ୍ଡିଆ ପତ୍ରିକାର ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ବିଷୟରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଅନୁଯାୟୀ କଂଗ୍ରେସ ପାର୍ଟିର ୧୩୭ ତମ ସ୍ଥାପନା ଦିବସରେ ପାର୍ଟି ପତକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା। ଯେତେବେଳେ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପତକା ଉତ୍ତୋଳନ କରିବା ପାଇଁ ରସି ଟାଣି ଟିଏ ସେତେବେଳେ ପାର୍ଟି ପତକା ପୋଲରୁ ଖାଇ ପଡିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଉତ୍ତୋଳନ ସମୟରେ ଯେଉଁ ପତକା ପୋଲରୁ ଖସି ଥିଲା ତାହା କଂଗ୍ରେସ ପାର୍ଟି ପତକା ଥିଲା। ଏହାର ଭାରତ ଜାତୀୟ ପତକା ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଭିଡିଓରେ ସୋନିଆ ଗାନ୍ଧୀ ଭାରତ ଜାତୀୟ ପତକା ଉତ୍ତୋଳନ କରୁଥିବା ସମୟରେ ତାହା ପୋଲରୁ ଖସି ପଡିଥିଲା?
Fact Check By: Siddharth SahuResult: False
