କ’ଣ ସିରମ୍ ଇଂଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ କୋଟି-କୋଟି ଟଙ୍କାର କରୋନା ଟିକା ଜଳି ଯାଇଅଛି? ଜାଣନ୍ତୁ ସତ୍ୟ।

False Medical

Photo Credit: India TV News

କିଛି ଦିନ ପୂର୍ବରୁ ସିରମ୍ ଇନଷ୍ଟିଚ୍ୟୁଟରେ ବଡ଼ ଅଗ୍ନିକାଣ୍ଡ ହେଇଥିବା ବିଷୟରେ ଗୋଟିଏ ବ୍ରେକିଙ୍ଗ ନ୍ୟୁଜ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ କମ୍ପାନୀ ସିଇଓ ଆଦର ପୁନାୱାଲା ଗଣମାଧ୍ୟମକୁ କହିଥିଲେ ଯେ ଅଗ୍ନିକାଣ୍ଡରେ କମ୍ପାନୀକୁ ୧୦୦୦ କୋଟିରୁ ଅଧିକ କ୍ଷତି ହୋଇଛି। ଏହା ନେଇ ଭିନ୍ନ ସୋସିଆଲ ମିଡିଆ ସାଇଟ ଗୁଡ଼ିକରେ କରୋନା ଟିକାର କ୍ଷତି ହେଇଥିବା ଖବର ପ୍ରଚାର ହେଉଛି। ୨୧ ଜାନୁଆରୀରେ ଏପରି ଗୋଟିଏ ପୋଷ୍ଟରେ ଦାବି କରା ଯାଇଅଛି ଯେ ସେରମ୍ ଅଗ୍ନିକାଣ୍ଡ ଘଟଣାରେ କୋଟି-କୋଟି ଟଙ୍କାର କରୋନା ଟିକା କ୍ଷତିଗ୍ରସ୍ତ ହେଇଛି। 

ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। 

Archive

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲାଙ୍କ  ଟୁଇଟର ହେଣ୍ଡେଲରେ ତାଙ୍କ ଟୁଇଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୧ ଜାନୁଆରୀ ରେ ତାଙ୍କ ଦ୍ଵାରା କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା। ଟୁଇଟ କରି ସେ କହିଛନ୍ତି, “ମୁଁ ସମସ୍ତ ସରକାର ଏବଂ ଲୋକଙ୍କୁ ଆଶ୍ଵାସନା ଦେବାକୁ ଚାହୁଁଛି ଯେ ଏକାଧିକ ଉତ୍ପାଦନ କୋଠା ଯୋଗୁ କରୋନା ଟିକା ଉତ୍ପାଦନରେ କୌଣସି କ୍ଷତି ହେବ ନାହିଁ। ମୁଁ ଏପରି ସ୍ଥିତିର ମୁକାବିଲା ପାଇଁ ଟିକା ସଞ୍ଚୟ କରି ରଖୀ ଥିଲି।“

Archive

ଏହି ବିଷୟରେ ୟୁଟ୍ୟୁବର ସର୍ଚ କରିଲା ପରେ ଆମକୁ ୨୧ ଜାନୁଆରୀରେ ଏନ.ଡି.ଟି.ଭି ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ସିରମ୍ ଇନଷ୍ଟିଚ୍ୟୁଟର ଗୋଟିଏ ନିର୍ମାଣ ହେଉଥିବା ବିଲଡିଙ୍ଗରେ ନିୟା ଲାଗିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ୫ଟି ଲୋକଙ୍କ ମୃତ୍ୟୁ ହେଇଥିବା ସୂଚନା ମଧ୍ୟ ମିଳିଛି। ଏହି ବିଲଡିଙ୍ଗ କରୋନା ଟିକା ଉତ୍ପାଦନ ହେଉଥିବା ବିଲଡିଙ୍ଗ ଠାରୁ ୫ ମିନିଟ ଦୂରତାରେ ଅଛି। ଏହି ଅଗ୍ନିକାଣ୍ଡରେ ୫ ଲୋକଙ୍କ ମୃତ୍ୟୁ ନେଇ କମ୍ପାନୀ ମାଲିକ ଆଦର ପୁନାୱାଲା ନିଜ ଦୁଖ ପ୍ରକାଶ କରିଛନ୍ତି। ଏହି ଭିଡିଓରେ ଏହା ମଧ୍ୟ କୁହା ଯାଇଅଛି ଯେ ଏହି ଘଟଣା ଯୋଗୁ ଟିକା ଉତ୍ପାଦନରେ କୌଣସି ରୋକ ଆସି ନାହିଁ। 

୨୨ ଜାନୁଆରୀରେ ଟାଇମ୍ସ ଅଫ ଇଣ୍ଡିଆ ସମ୍ବାଦରେ ଏହି ବିଦାୟରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ସିରମ୍ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା କହିବା ଅନୁଯାୟୋ “ଭାରତରେ ବ୍ୟବହାର ହେଉଥିବା କରୋନା ଟିକା କୋଭିଶିଲ୍ଡକୁ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ପହଞ୍ଚି ନାହିଁ। ନିୟା ଲାଗିଥିବା ବିଲଡିଙ୍ଗରେ ଟିକା ଉତ୍ପାଦନ ହେଉନଥିଲା।“ ନିର୍ମାଣ ହେଉଥିବା ଏହି ନୂତନ ବିଲଡିଙ୍ଗରେ ରେ ହେଇଥିବା ଅଗ୍ନିକାଣ୍ଡରେ ୫ ଲୋକଙ୍କ ମୃତ୍ୟୁ ହେଇଛି। 

toi.jpg

Times Of India | Archive

ଶେଷକଥା

ଅଗ୍ନିକାଣ୍ଡ ହେଇଥିବା ବିଲଡିଙ୍ଗ ଟିକା ଉତ୍ପାଦନ ହେଉଥିବା ବିଲଡିଙ୍ଗ ଠାରୁ ୫ ମିନିଟ ଦୂରତାରେ ଥିଲା। ସିରମ୍ କମ୍ପାନୀ ମାଲିକ ଆଦର ପୁନାୱାଲା କହିବା ଅନୁଯାୟୀ ଅଗ୍ନିକାଣ୍ଡରେ କରୋନା ଟିକା କୋଭିଶିଲ୍ଡକୁ କୌଣସି କ୍ଷତି ହେଇ ନାହିଁ। ମିଥ୍ୟା ଖବର ବ୍ୟବହାର କରି ଗୁଜବ ସୃଷ୍ଟି କରା ଯାଉଅଛି।

Avatar

Title:କ’ଣ ସିରମ୍ ଇଂଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ କୋଟି-କୋଟି ଟଙ୍କାର କରୋନା ଟିକା ଜଳି ଯାଇଅଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *