ଜଜ୍ ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇ ନାହିଁ।

False Political

ନ୍ୟାୟଧୀଶ ଦଲବୀର ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇଥିବା ଦାବି ସମୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସୁଛି। ବର୍ତ୍ତମାନ ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଜଜ୍ ଦଲବୀର ଭଣ୍ଡାରିଙ୍କ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ଚୟନ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ବିଶ୍ଵ ନେତାଙ୍କ ସହ ଦୃଢ ସମ୍ପର୍କକୁ ପ୍ରଶଂସା କରୁଛନ୍ତି। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଏବଂ ପ୍ରକୃତ ତଥ୍ୟକୁ ଭୁଲ ଭାବରେ ଦର୍ଶାଉଛି। ନ୍ୟାୟଧୀଶ ଦଲବୀର ଭଣ୍ଡାରି ୨୦୧୨ ମସିହାରୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସରରେ ୧୫ ଜଣ ବିଚାରପଟିଙ୍କ ପ୍ୟାନେଲର ସଦସ୍ୟ ରହି ଆସିଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

୨୩ ଏପ୍ରିଲର ଏକ ପୋଷ୍ଟରେ କୁହା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାଣକ୍ୟ କୂଟନୀତି ଦ୍ଵାରା ବିଶ୍ଵ ପଟଳରେ ବ୍ରିଟେନର ହାରିବା ଏବଂ ଦଲବୀର ଭଣ୍ଡାରିଙ୍କ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ଚୟନ ହେବା ସମ୍ଭବ ହେଇଛି। ଭାରତ ର ନ୍ୟାୟମୂର୍ତ୍ତୀ ଦଲବୀର ସିଂହ ଙ୍କୁ 193 ମତ ରୁ 183 ମତ ମିଳିଲା (ପ୍ରତ୍ୟେକ ଦେଶରୁ ଜଣେ ପ୍ରତିନିଧିତ୍ଵ) ଏବଂ ସେ ବ୍ରିଟେନ୍ ର ନ୍ୟାୟମୂର୍ତ୍ତି କ୍ରୀଷ୍ଟୋଫର ଗ୍ରୀନବୁଡ ଙ୍କୁ ହରାଇଲେ । ସେ ଏହି ପଦରେ 71 ବର୍ଷ ର ପୁରୁଣା ବ୍ରିଟିଶ ଏକାଧିକାର କୁ ଭାଙ୍ଗିଦେଲେ।

Facebook | Archive

ଏହି ପୋଷ୍ଟ ସେତେବେଳେ ଭାଇରାଲ ହେବାରେ ଲାଗିଲା ଯେତେବେଳେ ବିଜେପି ନେତା ନରେନ୍ଦ୍ର ନାଥ ଏକ ଟୁଇଟ ମାଧ୍ୟମରେ କହିଥିଲେ ଯେ ଦଲବୀର ଭଣ୍ଡାରିଙ୍କ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ଚୟନ କରା ଯାଇଛି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ଵ ନେତାଙ୍କ ସହ ଦୃଢ ସମ୍ପର୍କ ଏବଂ ତାଙ୍କ ଚାଣକ୍ୟ କୂଟନୀତି ଦ୍ଵାରା ସମ୍ଭବ ହେଇଛି। 

ଆମ ଅନୁସନ୍ଧାନ: 

ପ୍ରଥମେ ଆମେ ବୈଦେଶିକ ବ୍ୟାପାର ମନ୍ତରାଳୟ ୱେବସାଇଟରେ ଯାଇ ନ୍ୟାୟଧୀଶ ଦଲବୀର ଭଣ୍ଡାରିଙ୍କ ବିବରଣୀ ସର୍ଚ୍ଚ କରିଲୁ। ୨୧ ନଭେମ୍ବର ୨୦୧୭ ରେ ଏକ ପ୍ରେସ୍ ବିଜ୍ଞପ୍ତିରେ ୨୦୧୮-୨୦୨୭ ମସିହାର କାର୍ଯ୍ୟକାଳ ପାଇଁ ଜାତିସଂଘର ସାଧାରଣ ସଭା ତଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ଵାରା ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସ (ICJ) ରେ ନ୍ୟାୟଧୀଶ ଦଲବୀର ଭଣ୍ଡାରିଙ୍କ ଚୟନ ହେବାକୁ ସ୍ଵାଗତ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଦଲବୀର ଭଣ୍ଡାରିଙ୍କୁ ୧୫ ଟି ଏବଂ ଜାତିସଂଘର ସାଧାରଣ ସଭାରେ ୧୯୩ ଭୋଟ୍ ମଧ୍ୟରୁ ୧୮୩ ଟି ଭୋଟ୍ ମିଳିଛି। 

ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସ ୱେବସାଇଟରେ ଆମେ ସମସ୍ତ ନ୍ୟାୟଧୀଶଙ୍କ ତାଲିକା ଏବଂ ତାଙ୍କ ପଦବୀ ବିଷୟରେ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସ (ICJ) ରେ ୧୫ ଜଣ ନ୍ୟାୟଧୀଶ ଅଛନ୍ତି କିନ୍ତୁ ମୁଖ୍ୟ ନ୍ୟାୟଧୀଶ ଭାବରେ କାହାକୁ ନିଯୁକ୍ତ କରା ଯାଇ ନାହିଁ। ଆମେ ଏହା ମଧ୍ୟ ଜାଣିଲୁ ଯେ ICJ ରେ ଜଣେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ କୋର୍ଟର ସଦସ୍ୟ ଅଛନ୍ତି। ଜଷ୍ଟିସ ଦଲବୀର ଭଣ୍ଡାରି ପ୍ରଥମ ଥର ପାଇଁ ୨୦୧୨ ରେ କୋର୍ଟର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ୨୦୧୮ ରେ ପୁନନିର୍ବାଚିତ ହୋଇଥିଲେ। ଏହା ପ୍ରମାଣ କରେ ଯେ ସେ କଂଗ୍ରେସ ସରକାର ସମୟରେ ICJ ସଦସ୍ୟ ଥିଲେ। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଆନ୍ତର୍ଜାତୀୟ ନ୍ୟାୟଳୟ ୧୫ ଜଣ ବିଚାରପତିକୁ ନେଇ ଗଠିତ, ଯେଉଁମାନଙ୍କୁ ମିଳିତ ଜାତିସଂଘର ସାଧାରଣ ସଭା ଏବଂସୁରକ୍ଷା ପରିଷଦ ଦ୍ଵାରା ୯ ବର୍ଷ କାର୍ଯ୍ୟକାଳ ପାଇଁ ମନୋନୀତ କରିଥାଏ। ବିଚାରପତି ଭାବରେ ନିର୍ବାଚିତ ହେବା ପାଇଁ ଜଣେ ପ୍ରାର୍ଥୀକୁ ନିଶ୍ଚିତ ଭାବରେ ଉଭୟ ସଂସ୍ଥାରେ ବହୁମତ ସାବ୍ୟସ୍ତ କରିବାକୁ ପଡେ। ଏହି ନିର୍ବାଚନ ନ୍ୟୁୟର୍କରେ ଅନୁଷ୍ଠିତ ହୁଏ। 

କ’ଣ ଏପରି ପ୍ରଥମ ଥର ହେଉଛି କି ଭାରତର ଜଣେ ବିଚାରପତି ICJ ରେ ନିର୍ବାଚିତ ହୋଇଛନ୍ତି?

ନା। ବିଚାରପତି ନରେନ୍ଦ୍ର ସିଂ୧୯୮୫ ରୁ ୧୯୮୮ କାର୍ଯ୍ୟକାଳ ମଧ୍ୟରେ ICJ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୭୬ ରୁ ୧୯୭୯ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ବେନେଗଲ ରାଉ ଏବଂ ରଘୁନନ୍ଦନ ସ୍ୱରୂପ ପାଠକ ଯଥାକ୍ରମ ୧୯୫୨ ରୁ ୧୯୫୩ ଏବଂ ୧୯୮୯ ରୁ ୧୯୯୧  ପର୍ଯ୍ୟନ୍ତ ବିଚାରପତି ଭାବରେ ନିର୍ବାଚିତ ହୋଇଥିଲେ। ଦଲବୀର ଭଣ୍ଡାରି ୨୦୧୨ ମସିହାରୁ ICJ ନ୍ୟାୟଧୀଶ ଭାବରେ କାର୍ଯ୍ୟ କରୁଛନ୍ତି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଦଲବୀର ଭଣ୍ଡାରି ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସ ରେ ୨୦୧୨ ମସିହାରୁ ଏକ ସଦସ୍ୟ ଭାବରେ ଅଛନ୍ତି। ତାଙ୍କୁ ମୁଖ୍ୟ ନ୍ୟାୟଧୀଶ ଭାବରେ ନିଯୁକ୍ତି କରା ଯାଇଥିବା ଦାବି ମିଥ୍ୟା ଅଟେ। ICJ ୱେବସାଇଟ ଅନୁଯାୟୀ ସେଠାରେ ମୁଖ୍ୟ ନ୍ୟାୟଧୀଶ ନାମର କୌଣସି ପଦବୀ ନାହିଁ। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ୨୦୧୪ ରେ ବିଜେପି ଶାସନକୁ ଆସିଥିବା ପୂର୍ବରୁ ମଧ୍ୟ ଦଲବୀର ଭଣ୍ଡାରି ICJ ର ସଦସ୍ୟ ଥିଲେ।

Avatar

Title:ଜଜ୍ ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇ ନାହିଁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *