
ଅର୍ଥମନ୍ତ୍ରୀ ନିରମାଳା ସିତାରମନ ୧ ଫେବ୍ରୁଆରି , ଶନିବାର ଦିନ ନିଜ ବଜେଟର ଭାଷଣ ଦେବା ସମୟରେ ଲାଇଫ ଇଂସୁରେନ୍ସ କମ୍ପାନୀ (LIC) ରେ ସରକାରଙ୍କର ଥିବା ଭାଗରୁ ଗୋଟିଏ ଭାଗ ଇନିସିଆଲ ପବ୍ଲିକ ଅଫରିଙ୍ଗ (IPO) ମାଧ୍ୟମରେ ବିକିବା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ସୋସିଆଲ ମିଡିଆରେ ଏହି ବିଷୟ ଜଡିତ ଗୋଟିଏ ପୋସ୍ତ ଭାଇରାଲ ହେଇଅଛି।
୪ ଫେବ୍ରୁଆରିରେ ଜେନା ଲାଲତ ବିହାରୀ ନାମକ ଜଣେ ଫେସବୁକ ୟୁଜର, Naveen ଓଡିଶା (ନବୀନ ଓଡ଼ିଶା) ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କର LIC ବିକ୍ରି କରିବାର ନିଷ୍ପତ୍ତିକୁ ବିରୋଦ୍ଧ କରି ଗୁଜରାଟର ସୁରାଟ ସହରରେ ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି।
ଏହି ବିଷୟରେ କେବଳ ପୋଷ୍ଟ ନୁହେଁ, ଭିଡିଓ ମଧ୍ୟ ଭାଇରାଲ ହେଉଛି। ୩ ଫେବ୍ରୁଆରି, ସୋମବାର ଦିନ ରଞ୍ଜିତ ବିଶ୍ଵାଳ ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଏହି ଭିଡିଓଟି କୁ ପୋଷ୍ଟ କରି କହିଛନ୍ତି ଯେ LIC ବିକ୍ରି ହେବା ନିର୍ଣୟ ଯୋଗୁ ଗୁଜରାଟର ସୁରାଟରେ ରହୁ ଥିବା ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଏହି ଭିଡିଓଟି କୁ ୬,୩୦୦ ଲୋକେ ଦେଖି ସାରିଛନ୍ତି ଓ ମାତ୍ର ୨ ଦିନରେ ଏହା କୁ ୩୬୨ ଥର ଶେୟାର କରା ଯାଇଅଛି।
ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି ଭିଡିଓଟି କୁ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲା ଯେ:
ଆନୁସନ୍ଧାନ ଆରମ୍ଭରେ ଆମେ ପୋଷ୍ଟରେ ଦିଆ ଯାଇଥିବା ଫୋଟୋକୁ ଗୁଗୁଲ ସହଜୟତାରେ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୮ ଜାନୁଆରୀରେ ଟାଇମସ ଅଫ ଇଣ୍ଡିଆ ପତ୍ରିକାରେ ଛପିଥିବା ଗୋଟିଏ ଅନୁଛେଦ ମିଳିଲା। ଖବର ଅନୁଯାୟୀ ଆତ୍ମହତ୍ୟା କରିଥିବା ଲୋକ ଜଣେ ସୈନିକ ଓ ତାଙ୍କରର ପୋଷ୍ଟିଙ୍ଗ ରାଜସ୍ଥାନରେ ଅଟେ। ସେ ମଦୁରାଇରେ କଲେକ୍ଟର ଅଫିସ ସାମନାରେ ଟ୍ରାନ୍ସଫର୍ମର ଛୁଇଁ ନିଜ ପ୍ରାଣ ନେବା ପାଇଁ ଚେଷ୍ଟା କରିଥିଲେ। ଟ୍ରାନ୍ସଫର୍ମର ଛୁଇଁଲା ପରେ ସେ ୧୦ ଫିଟ ତଳକୁ ପଡି ଯାଇଥିଲେ ଓ ଲୋକେ ତାଙ୍କୁ ରାଜାଜି ହସ୍ପିଟାଲ ନେଇ ଯାଇ ଥିଲେ। ପୋଲିସଙ୍କ କହିବା ଅନୁସାରେ ତାଙ୍କ ହାତ, ଛାତି ଓ ପେଟରେ ଜଳିବା ଚିହ୍ନ ଦେଖା ଯାଉଅଛି ଏବଂ ତାଙ୍କ ଆନ୍ତରିକ ଅଙ୍ଗକୁ ମଧ୍ୟ କ୍ଷ୍ୟେତି ପହଞ୍ଚିଛି। ଏହି ବ୍ୟକ୍ତିଙ୍କ ନାମ ପି. ମୁଥୁ ଓ ସେ ମଦୁରାଇର ମେଲାଉରାପାନୁର ଗାଁ ରେ ରୁହନ୍ତି। ମୁଥୁଙ୍କ ବିବାହ ୩ ମାସ ପୂର୍ବରୁ ଥେନିସା ସହିତ ହେଇ ଥିଲା। ଯାଉତୁକ ନେଇ ପରିବାରରେ ଗଣ୍ଡବଳ ସୃଷ୍ଟି ହେବା ଯୋଗୁ ଥେନିସା ବିଷ ଖାଇ ଆତ୍ମହତ୍ୟା କରିଥିଲେ।
୭ ଜାନୁଆରୀରେ ଦିନମାଳର ନାମକ ଗୋଟୁଏ ତାମିଲ ୟୁଟ୍ୟୁବ ଛେବନାଳରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ସେନା ଯବାନ ଦ୍ଵାରା କରା ଯାଇ ଥିବା ଆତ୍ମହତ୍ୟାର ଚେଷ୍ଟା।
ଏହି ବିଷୟରେ ଆହୁରି ପ୍ରମାଣ ଖୋଜିବା ପାଇଁ ଆମେ ଇଂଭିଦ ଗୁଗୁଲ କ୍ରୋମ ଏକ୍ସଟେନସନ ସାହାଜ୍ୟତାରେ ଏହି ଭିଡିଓ ଟି କୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଭିଡିଓ କୁ ବିଭାଜିତ କରିଲା ପରେ ଆମକୁ ଅନେକ ଫ୍ରେମ ମିଳିଲା। ଆମେ ଏହି ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟରେ ପୁରା ଭିଡିଓ ମିଳିଲା। ଭିଡିଓ ଦେଖିଲା ବେଳେ ଆମେ ଏହା ଜାଣିବାକୁ ପାଇଲୁ ଯେ ଆତ୍ମହତ୍ୟା ଚେଷ୍ଟା କରିଥିବା ବ୍ୟକ୍ତିଙ୍କୁ ଗୋଟିଏ ଅଟୋରେ ନେଇ ଯାଉଛନ୍ତି। ଭିଡିଓର ଗୋଟିଏ ସତାନରେ ସେହି ଅଟୋ ନମ୍ବର ମଧ୍ୟ ଆମେ ଦେଖିବା କୁ ପାଇଲୁ ଓ ଜାଣିଲୁ ଯେ ଏହି ନମ୍ବର ତାମିଲ ନାଡୁର। ସେଥିପାଇଁ ଘଟନା ଟି ଗୁଜରାଟର ସୁରାଟ ଆଞ୍ଚଲରେ ହୋଇଥିବା କଥା ମିଥ୍ୟା ଅଟେ।
ଶେଷକଥା:
ସବୁ ପ୍ରମାଣର ଭଲସେ ଅନୁସନ୍ଧାନ କରିଲା ପରେ ଆମେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ବୋଲି ଜାଣିଲୁ। ସେନାର ଏହି ଯବାନ, ଯିଏ ତାମିଲ ନାଡୁର ମଦୁରାଇ ଜିଲ୍ଲାରେ ଆତ୍ମହତ୍ୟା କରିବା ଚେଷ୍ଟା କରିଥିଲେ, ତାକୁ ଏହା ଦାବି କରି ସୋସିଆଲ ଇଡ୍ୟରେ ଭାଇରାଲ କରା ଜାଉଅଛି ଯେ ଏଲଆଇସି ବିକରି କଥା ନେଇ ଗୁଜରାଟର ସୁରାଟ ଆଞ୍ଚଲର ଜଣେ ଏଲଆଇସି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି।

Title:କ’ଣ ଏଲଆଇସି ବିକିବା ଖବର ନେଇ ସୁରାଟ ଆଞ୍ଚଳର ଜେନ ଏଲଆଇସି କର୍ମଚାରୀ ଆତ୍ମହତ୍ୟା କରିଲେ?
Fact Check By: Siddharth SahuResult: False