
ଫେସ୍ବୁକର ଓଡ଼ିଆ ଅନାବନା ପେଜରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ୟା ରାଏ ସଲ୍ମାନ ଓ ନିଜ ସମ୍ବନ୍ଧ କୁ ନେଇ #ମୀ ଠୁ ରେ ସବୁ କିଛି କହିଅଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଐଶ୍ବର୍ୟା ରାଏ ନିଜ ଟୁଇଟର ରେ ଏହା ଟୁଇଟ କରିଅଛନ୍ତି ଯେ ତାଙ୍କୁ ଅପବ୍ୟବହାର, ମାରପିଟ ଏବଂ ଧମକ ଦେଉଥିଲେ ସଲ୍ମାନ। ସେ ସଲ୍ମାନଙ୍କ ନାମ ନ ନେଇ ଏହା କହିଅଛନ୍ତି ଯେ ବଲୀଉଡର ସବୁ ଠାରୁ ବଡ଼ ବଦାନ୍ୟ ବ୍ୟକ୍ତି ଯିଏ ନିଜକୁ ମଣିଷ ବୋଲି କହନ୍ତି ପ୍ରକୃତରେ ଜଣେ ମଣିଷ ନୁହନ୍ତି।

ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଅଛି ଯେ ଐଶ୍ବର୍ୟା ରାଏ ସହ ରାତିରେ ଜବରଦସ୍ତ କରା ଯାଇଅଛି। ଏହି ଅନୁଛେଦ ପଢ଼ିଲା ପରେ ଆମେ ଏପରି କିଛି ବର୍ଣ୍ଣନା ପାଇ ନାହୁଁ।
ଆମ ଅନୁସନ୍ଧାନ:
ଆମେ ଏହି ପୋଷ୍ଟରେ ଛପି ଥିବା ଅନୁଛେଦ ପଢ଼ିଲା ପରେ ଏହାର ସମ୍ବନ୍ଧରେ ଅନୁସନ୍ଧାନ କରିଲୁ। ଆମେ ଗୁଗଲରେ ଯାଇ ଏହି ଖବର ସମ୍ବନ୍ଧୀତ ବିଭିନ୍ନ ସମାଚାର ପତ୍ରିକା ରେ ପ୍ରମାଣ ଖୋଜିଲୁ। ଆମ ଅନୁସନ୍ଧାନ ସମୟରେ ଆମେ କିଛି ସତ୍ୟର ସାମ୍ନାରେ ଆସିଲୁ। ଏମ.ଏସ.ଏନ ର ବଲୀଉଡ ଖବର ପତ୍ରିକାରେ ଏହା ଛପି ଅଛିଯେ ଐଶ୍ବର୍ୟା ରାଏଙ୍କ ଟୁଇଟ ଏକ ମିଥ୍ୟା କଥା। ଦାବି କରା ଯାଇଥିବା ଐଶ୍ବର୍ୟାଙ୍କ ଟୁଇଟ ଟି ତାଙ୍କ ନିଜ ବ୍ୟକ୍ତିଗତ ଟୁଇଟର ଏକାଉଣ୍ଟ ନୁହଁ।

ଏହି ବିଷୟରେ ଆମେ ଆହୁରି ଅନୁସନ୍ଧାନ କରିଲା ମଧ୍ୟେ ଐଶ୍ବର୍ୟାଙ୍କ #ମୀ ଠୁ ରେ ସଲ୍ମାନ ବିରୂଧ କିଛି ମଧ୍ୟ କହିଥିବା ପାଇଲୁ ନାହିଁ। ନିୟୁଜ ୧୮ ରେ ଛପି ଥିବା ଅନୁଛେଦରେ ଏହା କୁହ ଯାଇଅଛି ଯେ ୨୦୦୨ ମସିହାରେ ଐଶ୍ବର୍ୟା ସଲ୍ମାନ ଉପରେ ଏହା ଦୋଷ ଲଗାଇ ଥିଲେ ଯେ ସଲ୍ମାନ ତାଙ୍କ ସହ ଦୁର୍ବ୍ୟବହାର କରନ୍ତି। କିନ୍ତୁ ଏହି ଖବର ର #ମୀ ଠୁ ପ୍ରଚାର ସହିତ କିଛି ସମ୍ବନ୍ଧ ନାହିଂ।
ଇଣ୍ଡିଆନ ଏକ୍ସପ୍ରେସର ପତ୍ରିକା ଅନୁସାରେ ଐଶ୍ବର୍ୟା ଏହା କହିଅଛନ୍ତି ଯେ କୌଣସି ବ୍ୟକ୍ତିଗତ କେସ୍ ରେ ମନ୍ତବ୍ୟ କରିବା ଉଚିତ ହେବ ନାହିଂ।
ହିନ୍ଦୁସ୍ତାନ ଟାଇମସ ରେ #ମୀ ଠୁ କୁ ନେଇ ଐଶ୍ବର୍ୟା ଏହା କହିଅଛନ୍ତି ଯେ ସେ ଆଗରୁ ମଧ୍ୟ କହିଥିଲେ ଓ ଏବେ ମଧ୍ୟ କହିବେ। ଏହା ଛଡ଼ା ସେ ସଲ୍ମାନ ବିଷୟରେ #ମୀ ଠୁ ରେ କିଛି କହି ନାହାନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ସତ୍ୟ ସାମ୍ନାରେ ଆସିଲୁ ଯେ ଅଭିନେତ୍ରୀ ଐଶ୍ବର୍ୟା ରାଏ #ମୀ ଠୁ କ୍ୟାମ୍ପେନରେ ସଲ୍ମାନଙ୍କ ବିଷୟରେ କିଛି କହି ନାହାନ୍ତି। ଏହି ପୋଷ୍ଟରେ ଛପି ଥିବା ଅନୁଛେଦରେ ସତ୍ୟକୁ ମିଥ୍ୟା ସହିତ ମିସାଇ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି। ଏହି ପୋଷ୍ଟର ସତ୍ୟ ସହିତ କିଛି ସମ୍ବନ୍ଧ ନାହିଂ।

Title:କ’ଣ କହିଛନ୍ତି ଐଶ୍ବର୍ୟା ରାଏ ସଲ୍ମାନ ଖାନ ବିଷୟରେ? କ’ଣ #ମୀ ଠୁ ପ୍ରଚାରରେ ଐଶ୍ବର୍ୟା ରାଏ କରିଛନ୍ତି ସଲ୍ମାନ ଏବଂ ତାଙ୍କ ସମ୍ବନ୍ଧ ବିଷୟରେ ଚର୍ଚ୍ଚା? କ’ଣ ଏହି କାହାଣୀର ସତ୍ୟତା? ଜାଣନ୍ତୁ।
Fact Check By: Siddharth SahuResult: False