
୫ ଜାନୁଆରୀରେ କେ.ନ୍ୟୁଜ ରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କେନିଆର ଲାମୁରେ ଥିବା ଆମେରିକା ଦୂତାବାସ ଉପରେ ସକାଳ ସମୟରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଆମେରିକାର ମିଲିଟାରୀ ଏୟାରକୋଷ୍ଟ ଓ ଗାଡି ନଷ୍ଟ ହୋଇଛି। ଏହି ଘଟଣା ପାଇଁ ନିଜକୁ ଦାଇ କରିଛି ଅଳ-କାଇଦା ସମର୍ଥିତ ଅଳ-ଶବାବ।

ଏହି ପୋଷ୍ଟଟି କୁ ଫେସବୁକରେ ମାଢିଭାଇରାଲ କରା ଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପୋଷ୍ଟରେ ଛପି ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ଜଡିତ କିଛି ତଥ୍ୟ ମିଳିଲା।
୬ ଜାନୁଆରୀରେ ୱାଶିଂଟନ ପୋଷ୍ଟରେ ଛପି ଥିବା ଏକ ଅନୁଛେଦରେ ଏହି ଘଟଣା ବିଷୟରେ ବର୍ଣନା କରା ଯାଇଅଛି। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଅଳ-ଶବାବ ଆତଙ୍କବାଦୀ ସଂଗଠନ ରବିବାର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କେନିଆ ଓ ଆମେରିକା ସୈନ୍ୟ ଦ୍ଵାରା ବ୍ୟବହାର କରା ଯାଉଥିବା ଗୋଟିଏ ବିମାନସ୍ଥଳରେ ଆକ୍ରମଣ କରିଅଛି। ଏହି ବିମାନସ୍ତଳ ସୋମାଲିଆ ଦେଶର ସୀମା ରେଖା ପାଖରେ ଅଛି। ଏହି ଆକ୍ରମଣରେ ଆମେରିକାର ଗୋଟିଏ ଜବାନଙ୍କ ମୃତ୍ୟୁ ଓ ୨ ଟି କଣ୍ଟ୍ରାକ୍ଟରଙ୍କୁ ଘାଟ ପହଚିଛି। ଲାମୁ ସହରରେ ରହୁଥିବା ଲୋକେ ଓ ବୁଲି ଆସିଥିବା ପର୍ଯ୍ୟଟକ ମାନେ ଭୋର ୩.୩୦ ରେ ଗୁଳି ଚାଲଣା ଓ ଧୂଆଁ ଉଠୁଥିବା ଦେଖିଥିଲେ। ଏହି ଆକ୍ରମଣ କେଉଁ ପରି ହେଲା ଏବେ ପର୍ଯ୍ୟନ୍ତ ସ୍ପଷ୍ଠ ହେଇ ନାହିଁ। ଆକ୍ରମଣ ପରେ ଏହା ଜଣା ପଡିଲା ଯେ ଅଳ-ଶବାବ ସେହି ଜାଗାରେ ବୋମା ବିସ୍ପୋଠ କରିଛି ଯେଉଁଠି ଆମେରିକାର ହେଲିକପ୍ଟର ଓ ଅନ୍ୟ ଯାହାଗ ରଖିବାର ବ୍ୟବସ୍ତା ଥିଲା। କେନିଆର ଏଲଟି. କୋଳ. ପଲ ଜୁଗୁନା କହିଛନ୍ତି ଯେ ୫ ଟି ଆତଙ୍କବାଦୀ ମଧ୍ୟ ଏହି ଆକ୍ରମଣରେ ମରିଛନ୍ତି।
ଏହି ଘଟଣାକୁ ନେଇ ଅଳ-ଶବାବ କହିଛି ଯେ ସେ ଏହି ଆକ୍ରମଣରେ ଆମେରିକା ଓ କେନିଆର ବହୁତ ଯବାନଙ୍କୁ ମାରି ପକାଇ ଅଛି ଓ ଆମେରିକାର ଜାହାଜ ଓ ଅନ୍ୟ ବାହନକୁ ମଧ୍ୟ ନଷ୍ଟ କରିଛି।

ଏହି ଘଟଣା ବିଷୟରେ ଆମେ ଯୁଟ୍ୟୁବେରେ ମଧ୍ୟ ସର୍ଚ କରିଲୁ। କେନିଆର ଯୂଟ୍ୟୁବରେ ଏନ.ଟି.ଭି ନ୍ୟୁଜ ଚେନାଲରେ ଏହି ଆକ୍ରମଣ ବିଷୟରେ ମଧ୍ୟ କୁହା ଯାଇଅଛି। ଏହି ନ୍ୟୁଜରେ ଏହା କୁହା ଯାଇଅଛି ଯେ ଅଳ-ଶବାବ ଦ୍ଵାରା କରା ଯାଇଥିବା ଆକ୍ରମଣ ଲାମୁର ମିଲିଟାରୀ ବେସରେ ହେଇଛି। ଏହି ବେସ ଆମେରିକା ଓ କେନିଆର ସେନା ଦ୍ଵାରା ବ୍ୟବହାର କରା ହେଉଛି। କେନିଆ ମିଲିଟାରୀ କହିବା ଅନୁସାରେ ଏହି ଆକ୍ରମଣକୁ ଜବାବ ଦିଆ ଯାଇଅଛି ଓ ୪ ଟି ଆତଙ୍କବାଦୀ ମଧ୍ୟ ନିହତ ହେଇଛନ୍ତି। ସୋମାଲି ର ଆତଙ୍କବାଦୀ ସଂଗଠନ ଅଳ-ଶବାବ ଏହି ଆକ୍ରମଣର ଦାଇ ବୋଲି ଘୋଷଣା କରିଅଛି। କେନିଆ ମିଲିଟାରୀ କହିଛନ୍ତି ଯେ ଏହି ଆକ୍ରମଣରେ କେବଳ ତେଲ ଟାଙ୍କି ନଷ୍ଟ ହେଇଅଛି ଓ କାହାକୁ ମଧ୍ୟ ଆହତ ପହଞ୍ଚି ନାହିଁ।
୫ ଜାନୁଆରୀରେ ହିନ୍ଦୁସ୍ଥାନ ଟାଇମସ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ସୋମାଲି ଦେଶର ଆତଙ୍କବାଦୀ ସଂଗଠନ ଆଲ-ଶବାବ ରାବିବାର ଭୋର ସମୟରେ ଆମେରିକା ଓ କେନିଆର ସୈନ୍ୟ ଦ୍ଵାରା ବ୍ୟବହାର କରା ଯାଉଥିବା ମିଲିଟାରୀ ବେସରେ ଆକ୍ରମଣ କରିଅଛି। US Africa Command (AFRICOM) ଲାମୁରେ ଉପସ୍ଥିତ ମାଣ୍ଡା ବେ ବିମାନ ସ୍ଥଳ ଉପରେ ଅଳ-ଶବାବ ଦ୍ଵାରା କରା ଯାଇଥିବା ଆକ୍ରମଣର ପୁଷ୍ଠୀ କରିଅଛି। ଏହି ଆକ୍ରମଣରେ ୪ ଟି ଆତଙ୍କବାଦୀଙ୍କ ଢେର ହେବା କଥା ମଧ୍ୟ କହିଅଛି। କୋଳ. ପଲ ଜୁଗୁନା କହିଛନ୍ତି ଯେ ଏହି ଆକ୍ରମଣରେ କେବଳ ତେଲ ଟାଙ୍କି ନଷ୍ଟ ହେଇଛି।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଅଳ-ଶବାବ ଆତଙ୍କବାଦୀ ସଙ୍ଗାଠନ କେନିଆରେ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି ଗୋଟିଏ ମିଥ୍ୟା କଥା ଅଟେ। ଏହି ଆକ୍ରମଣ ଆମେରିକା ଦୂତାବାର ଉପରେ ହେଇ ନାହିଁ, ଏହା ଲାମୁରେ ସ୍ଥିତ ମିଲିଟାରୀ ବେସରେ ହେଇଅଛି ଯେଉଁଟା ଆମେରିକା ଓ କେନିଆର ସୈନ୍ୟ ଦ୍ଵାରା ବ୍ୟବହାର କରା ଯାଉଛି।

Title:କ’ଣ କେନିଆର ଲାମୁ ସହରର ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି ଅଳ-ଶବାବ? ଜାଣନ୍ତୁ ସତ।
Fact Check By: Siddharth SahuResult: False