
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ବିଦେଶୀ ଲୋକ ଭାରତୀୟ ରାଷ୍ଟ୍ର ଗୀତ ଗାଉଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଭାରତ ଆମେରିକାକୁ ହାଇଡ୍ରୋକ୍ଳୋରୋକୁଇନ ଔଷଧ ଯୋଗାଣ କରିଲା ପରେ, ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ରାଷ୍ଟ୍ର ଗୀତ ଗାଁ କରୁଛନ୍ତି।
COVID 19 ସହ ଲଢିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ ଯୋଗାଣ କରିବାକୁ ଅନୁରୋଧ କରିଥିଲେ। ଭାରତରେ ଏହି ଔଷଧ ବହୁ ପରିମାଣରେ ଉତ୍ପାଦନ କରା ଯାଏ। ଭାରତ ଏହି ଔଷଧ ଆମେରିକା, ବ୍ରାଜିଲ ଏବଂ ଅନ୍ୟ ଅନ୍ୟ ଦେଶକୁ ଯୋଗାଣ କରୁଛି।
୧ ମେ ରେ ଜେନ ଫେସବୁକ ୟୁଜର ବିଜେପି ଓଡିଶା ନାମକ ଫେସବୁକ ପେଜରେ ଏହି ଭିଡିଓ ପୋଷ୍ଟ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ ରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଦ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରୃଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଜଣା ପଡ଼ିଲା ଯେ ୧୨ ଅଗଷ୍ଟ ୨୦୧୭ ମଶିଆରେ ଏହି ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରା ଯାଇଥିଲା। ଏହି ଭିଡିଓକୁ ଅଙ୍କିତା ଦିକ୍ଶିତ ନାମକ ଜେନ ୟୁଟ୍ୟୁବ ୟୁଜର ପୋଷ୍ଟ କରିଥିଲେ। ଏହି ଭିଡିଓର ଶୀର୍ଷକରେ “ଆମେରିକା ନାଗରିକ ମାନେ ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ର ଗୀତ ଗାଁ କରୁଛନ୍ତି” ବୋଲି ଲେଖା ଯାଇଅଛି। ଏହି ଭିଡିଓର ବର୍ଣନା କରି ଏହା ଲେଖା ଯାଇଅଛି ଯେ ଭାରତର ୭୧ ସ୍ଵାଧୀନତା ଦିବସରେ ଆମ ଦେଶର ବିବିଧତା କୁ ସମ୍ମାନ କରି ରାଷ୍ଟ୍ର ଗୀତ ଗାଁ କରିଥିଲେ।
ଶେଷକଥା:
ଏହି ଭିଡିଓ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଆମେରିକା ନାଗରିକ ମାନେ ଭାରତର ସ୍ଵତନ୍ତ୍ର ଦିବସର ସମ୍ମାନ ପାଇଁ ରାଷ୍ଟ୍ର ଗୀତ ଗାଈ ଥିଲ। ଏହି ଭିଡିଓର କୋରୋନା ଭାଇରସ ରୋକିବା ପାଇଁ ଭାରତ ଦ୍ଵାରା ଆମେରିକା କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ ଔଷଧ ଯୋଗାଣ କରିବା ବିଷୟ ସହିତ କୌଣସି ସମ୍ବନ୍ଧ ନାହିଁ। କୋରୋନା ଭାଇରସ ବ୍ୟାପୀବାର ୨ ବର୍ଷ ପୂର୍ବରୁ ଏହି ଭିଡିଓ ଇଣ୍ଟର୍ନେଟରେ ପୋଷ୍ଟ କରା ଯାଇଥିଲା।

Title:କ’ଣ ହାଇଡ୍ରୋକ୍ଳୋରୋକୁଇନ ପାଇଲା ପରେ ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ଜାତୀୟ ସଙ୍ଗୀତ ଗାଁ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False