
କିଛି ସମୟ ପୂର୍ବରୁ “ଓଡ଼ିଶା ୟୁଥ କଂଗ୍ରେସ” ନାମ ଏକ ଫେସବୁକ ପେଜରେ ଭାଇରାଲ ହୋଇଥିବା| ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ ଏହା କହିଅଛନ୍ତି ଯେ ୧୮୫୭ ରେ ଭାରତର ସ୍ଵତନ୍ତ୍ରତା ପାଇଁ ଇଂରେଜ ସରକାର ବିରୁଦ୍ଧରେ ପ୍ରାରମ୍ଭ ହୋଇଥିବା ଐତିହାସିକ କ୍ରାନ୍ତି ବିନାୟକ ଦାମୋଦର ସାଭର୍କରଙ୍କ ବିନା ସମ୍ଭବ ନଥିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ସାଭର୍କରଙ୍କ ଜନ୍ମ ୧୮୮୩ ମସିହା ରେ ହୋଇଥିଲା ଏବଂ ଏହି ପୋଷ୍ଟରେ ଗୃହ ମନ୍ତ୍ରୀ ବା ମିଛୁଆ ମନ୍ତ୍ରୀ ବୋଲି ପ୍ରଶ୍ନ ମଧ୍ୟ କରାଯାଇଅଛି।
ପ୍ରଥମ ୨୩ ଘଣ୍ଟାରେ ଏହି ପୋଷ୍ଟଟି କୁ ୬୬ ଲାଇକ୍ସ ଏବଂ ୪୯ ଶେୟାର ମିଳିସାରିଛି।
ଆମ ଅନୁସନ୍ଧାନ:
ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଈଁ, ଆମେ ଗୁଗଲରେ ଯାଇ ବିଭିନ୍ନ ଖବର ପତ୍ରିକା ପଢିଲୁ। ଆମ ଅନୁସନ୍ଧାନ ଦ୍ଵାରା ଆମେ କେତୋଟି ସତ୍ୟ ସାମ୍ନାରେ ଆସିଲୁ।
୧୭ ଅକ୍ଟୋବର ୨୦୧୯ ରେ ଏନ.ଡି.ଟି.ଭି. ର ଯୁଟୁବ ଚ୍ୟାନେଲରେ ଏବଂ “ଡି ନିଉ ଇଣ୍ଡିଆନ ଏକ୍ସପ୍ରେସ” ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖାଯାଇ ଅଛି ଯେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହା କହିଅଛନ୍ତି ଯେ “ ଯଦି ବୀର ସାଭର୍କାର ନଥାନ୍ତେ , ତେବେ ଆମେ ୧୮୫୭ରେ ହୋଇଥିବା ସଂଗ୍ରାମକୁ ଗୋଟିଏ ବିପ୍ଲବ ବୋଲି ଜାଣିଥାନ୍ତେ । ସାଭର୍କାର ୧୮୫୭ ରେ ହୋଇଥିବା କ୍ରାନ୍ତି ର ନାମ ‘ଫାଷ୍ଟ ୱାର ଅଫ ଇନ୍ଡିପେନଡେନ୍ସ’ ଦେଇଥିଲେ । ”


ସାଭର୍କାରଙ୍କ ବିଷୟରେ ଅମିତ ଶାହଙ୍କ ଦ୍ଵାରା କୁହାଯାଇଥିବା ବକ୍ତବ୍ୟ ସତ୍ୟ ଓ ମିଥ୍ୟା ଜାଣିବା ପାଈଁ ଆମେ ୧୮୫୭ ମସିହାରେ ହୋଇଥିବା ଆନ୍ଦୋଳନ ବିଷୟରେ ୱିକିପିଡିୟା ରେ ଖୋଜିଲୁ।

ଆମକୁ ଟୁଇଟରରେ ମଧ୍ୟ ଏହି ବିଷୟ ରେ ପ୍ରମାଣ ମିଳିଅଛି। ଇଣ୍ଡିଆ ଟୁଡେର ଟୁଇଟର ହ୍ଯାନ୍ଡେଲରେ ମଧ୍ୟ ଏହି କଥାର ପ୍ରମାଣ ମିଳି ଅଛି ଯେ ଶ୍ରୀ ଅମିତ ଶାହ ଏହା କହିଛନ୍ତି ଯେ ସାଭର୍କାର ୧୮୫୭ ଆନ୍ଦୋଳନକୁ “ଫାର୍ଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ” ନାମ ଦେଇଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ପୋଷ୍ଟରେ କରା ଯାଇଥିବା ଦାବିର ସତ୍ୟ ସହିତ କୌଣସି ସମ୍ପର୍କ ନାହି। ଅମିତ ଶାହଙ୍କ ଭାଷଣର ଭୁଲ ବ୍ୟାଖ୍ୟା କରାଯାଇଛି ଓ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଅଛି।

Title:କ’ଣ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଜ ଭାଷଣରେ କହିଅଛନ୍ତି ଯେ ୧୮୫୭ ରେ ସ୍ଵାଧୀନତା ପାଇଁ ହୋଇଥିବା ମହାକ୍ରାନ୍ତି ସାଭର୍କରଙ୍କ ବିନା ସମ୍ଭବ ହୋଇନଥାନ୍ତା? କ’ଣ ସତ୍ୟ ଏହି ପୋଷ୍ଟର। ଜାଣନ୍ତୁ ଆମ ଅନୁସନ୍ଧାନରୁ।
Fact Check By: Siddharth SahuResult: False