
କୋଣାର୍କ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ନିର୍ମାଣ ୧୩ ସାଦିରେ ହେଇଥିଲା। ଏହା ପୁରୀ ଠାରୁ ୩୫ କି.ମି ଦୂରରେ ଅଛି। ଏହି ମନ୍ଦିର ୧୨୫୦ ମସିହାର ରାଜା ନରସିଂହ ଦେବ ୧ ଦ୍ଵାରା ନିର୍ମାଣ କରା ଯାଇଥିଲା। ଵହି ମନ୍ଦିରକୁ ସଂଗ୍ରହ କରିବା ପାଇଁ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏହାର ନିର୍ମାଣ କାର୍ଯ୍ୟ କରିଛି।
୧୦ ଫେବ୍ରୁଆରି ଦିନ ଅନୁଷ୍କା ନାମକ ଜଣେ ଟୁଇଟର ଯୁଜର ନିଜ ଟୁଇଟର ହେଣ୍ଡେଲରେ କୋଣାର୍କ ମନ୍ଦିରର ଦୁଇଟି ଫୋଟୋ ପୋଷ୍ଟ କରି ଏହା କହିଛନ୍ତି ଯେ କଳାପାହାଡ ଆତ୍ମାକୁ ଆଜି ଶାନ୍ତି ମିଳି ଥିବ। ଆମେ ତାହାର କୋଣାର୍କ ମନ୍ଦିର ଭାଙ୍ଗିବାର ସ୍ବପନ ପୁରା କରି ଦେଲୁ। ଏହି ପୋଷ୍ଟକୁ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ,ମନ୍ଦିର ନିର୍ମାଣ କରୁଥିଲା ବେଳେ ସେଠାରେ ଥିବା ମୂର୍ତି ଗୁଡିକ ବାହାର କରି ସାଧା ପଥର ଲଗାଇ ଦେଇଛି।
ଜାଣନ୍ତୁ କଳାପାହାଡ କିଏ:
କଳାପାହାଡ, ବେଙ୍ଗଲ ସୁଲତାନେଟର ମୁସଲମାନ ସେନାପତି ଥିଲା। ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ମସିହାରେ କଳାପାହାଡ ଓଡ଼ିଶା ଉପରେ ଆକ୍ରମଣ କରିଥିଲା। ସେ ଓଡ଼ିଶାର କୋଣାର୍କ ସହ ଅନ୍ୟ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଥିଲା। ଜଡିବ କୋଣାର୍କକୁ ଭାଙ୍ଗିବା ମୁସ୍କିଲ ଥିଲା, ସେ ମନ୍ଦିର ର ଦାଧିନଉତି ପଥର ବାହାର କରି ଦେଇଥିଲା ଓ କୋଣାର୍କ ମନ୍ଦିର ଚାରି ପଟେ ଥିବା ମନ୍ଦିରକୁ ଭାଙ୍ଗି ଦେଇଥିଲା। ଏହି ପଥରକୁ ମନ୍ଦିରରୁ ଅଲଗା କରିବା ଫଳେ ମନ୍ଦିର ଧୀରେ ଧୀରେ ନଷ୍ଟ ହେଇଥିଲା ଓ ମୁକଶାଳାର ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିଲୁ ଯେ:
୧୦ ଫେବ୍ରୁଆରି ରାତି ସମୟରେ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ନିଜ ଟୁଇଟର ହେଣ୍ଡେଲରେ ଏହା କହିଛନ୍ତି ଯେ ଟୁଇଟର ଓ ଅନ୍ୟ ସୋସିଆଲ ମିଡିଆ ରେ ଭାଅରାଳ ହେଉଥିବା ପୋଷ୍ଟ ଯେ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ମନ୍ଦିରର ମୂର୍ତି କାଢି ନେଇ ସାଧା ପଥର ଲଗାଇଛନ୍ତି, ଗୋଟିଏ ମିଥ୍ୟା କଥା। ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କହିବା ଅନୁଯାୟୀ ପୋଷ୍ଟରେ ଥିବା ଦୁଇଟି ଫୋଟୋ, ମନ୍ଦିରର ଅନ୍ୟ ଅନ୍ୟ ସ୍ଥାନର। ଯେଉଁ ଫୋଟୋରେ ମୂର୍ତି ଦେଖା ଯାଉଅଛି ସେଇଟା ନାଟ୍ଯ ମଣ୍ଡପର ଫୋଟୋ ଓ ଯେଉଁ ଫୋଟୋରେ ସାଧା ପଥର ଦେଖା ଯାଉଅଛି ସେଇଟା ମନ୍ଦିରର ଜଗମୋହନ କାନ୍ଥର ଫୋଟୋ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଟୁଇଟରରେ “କୋଣାର୍କ ଟେମ୍ପଲ ଦେସ୍ତ୍ରାଏଡ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଜଣେ ଟୁଇଟର ଯୁଜରର ହେଣ୍ଡେଲରେ ଏହି ପୋଷ୍ଟ ମିଳିଲା। ଡାଏନା ସାହୁ ନାମକ ଟୁଇଟର ଯୁଜର, ୧୯ ମର୍ର୍ଚ ୨୦୧୯ ମସିହାରେ ଏହି ଫୋଟୋ ପୋଷ୍ଟ କରି ଏହା ଦାବି କରିଥିଲେ ଯେ ମନ୍ଦିରର ଅନେକ ମୂର୍ତି ବାହାର କରି ସେହି ଜାଗାରେ ସାଧା ବାଲି ପଥର ଲଗା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ଵାରା କୋଣାର୍କ ମନ୍ଦିର କୁ ନଷ୍ଟ କରା ଯାଇଥିବା କଥା ମିଥ୍ୟା ଅଟେ। ବର୍ତମାନ ସମୟରେ ପୋଷ୍ଟ କରା ଯାଇଥିବା ଫୋଟୋ ପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଭାଇରାଲ କରା ଯାଇଥିଲା। ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପୋଷ୍ଟରେ କରା ଯାଇଥିବା ଦାବିର ଖଣ୍ଡନ କରି କହିଛନ୍ତି ଯେ ଏହି ଦୁଇଟି ଫୋଟୋ ମନ୍ଦିର ର ଅଲଗା ଅଲଗା ସ୍ଥାନର ଓ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କୌଣସି ମୂର୍ତି ବାହାର କରି ନାହିଁ ବ ନଷ୍ଟ କରି ନାହିଁ।

Title:କ’ଣ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କୋଣାର୍କ ମନ୍ଦିର ର ମୂର୍ତି ଭାଙ୍ଗି ବା କାଢି ଦେଇ ସାଧା ପଥର ଲଗାଇହାନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False