
୨୭ ଜାନୁଆରୀରେ ପବ୍ଲିକ ଭଏସ ନାମ ସାଇଟରେ ଏହା ଦାବିକରା ଯାଇଅଛି ଯେ ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରାନ୍ତରେ ସୋମବାର ଏହି ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ୧.୩୦ ମିନିଟରେ ଆଫଗାନିସ୍ତାନର ଏରିଆନା ଆଫଗାନ ଏୟାରଲାଇନ୍ସ କ୍ରାସ କରିଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ସେଠାରେ ତାଲିବାନଙ୍କର ପ୍ରାର୍ଦୁଭାବ ଅଧିକ ରହିଛି । ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଏରିଆନା ଆଫଗାନ୍ ଏୟାରଲାଇନ୍ସ ହେରାତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୧୦ ଜଣ ଯାତ୍ରୀ ଆସୁଥିଲେ ବୋଲି ଜଣାପଡିଛି । ବିମାନଟିକୁ ରକେଟ ମାଡରେ ତାଲିବାନ ଆତଙ୍କବାଦୀ ଖସାଇ ଦେଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏପରିକି ଏଠାରେ ଶୀତ ଦିନରେ ଘନ କୁହୁଡି ଯୋଗୁଁ ପାଗ ଖରାପ ରହିଥାଏ ତେଣୁ ଏହା ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।
ଏହି ପୋଷ୍ଟକୁ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ “ଆରିଆନା ଆଫଗାନ ପ୍ଳେନ କ୍ରାସ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ନେଇ କିଛି ସତ୍ୟ ଜଣା ପଡିଲା।
୩୦ ଜାନୁଆରୀରେ ନ୍ୟୁ ଦିଲ୍ଲୀ ଟାଇମସ ପତ୍ରିକାରେ ଲେଖା ଯାଇଅଛି ଯେ Bombardier E-11 A ବିମାନ ସୋମବାର ଦିନ ଆଫଗାନିସ୍ତାନର ଘଜନି ଆଞ୍ଚଲରେ ଦୁର୍ଘଟଣାଗ୍ରସ୍ତ ହେଇଛି। ଏହି ଘଟଣାରେ ବିମାନର ପାଇଲଟ ଓ ତାଙ୍କ ଜଣେ ସହକର୍ମୀଙ୍କ ମୃତ୍ୟୁ ହୋଇଛି। ଆମେରିକା ରକ୍ଷା ମନ୍ତରାଳୟ ଆଶଙ୍କା କରୁଛନ୍ତି ଯେ mechanical failure କାରଣ ଯୋଗୁ ଏହି ବିମାନ ଦୁର୍ଘଟଣା ହେଇଅହି। ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଇଥିବା ଦୁଇ ଜଣ ପାଇଲଟକୁ ଚିହ୍ନି ଆମେରିକା ପେଣ୍ଟାଗନ କହିଛି ଯେ ଜଣେ ଏଲ.ଟି. କୋଳ. ପଲ ଭୋସ ଓ ଅନ୍ୟ ଜଣ କେପ. ରାଏନ ଫାନେଫ ଅଟନ୍ତି। ମଙ୍ଗଳବାର ଦିନ ଆମେରିକା ସେନା ଘଟଣା ସ୍ତଳ ପହଞ୍ଚି ଦୁଇ ଜଣ ପାଇଲଟଙ୍କ ସବ ବରାମଦ କରିଲେ। ଦୁର୍ଘଟଣା ହେଲା ପରେ ତାଲିବାନ ଫୋର୍ସ ସର୍ବପ୍ରଥମେ ଘଟଣା ସ୍ଥଳ ପହଞ୍ଚି ଏହାର ଭିଡିଓ ଅନ୍ଲାଇନ ପୋଷ୍ଟକରି ଥିଲେ। ତାଲିବାନ ଏହା ମଧ୍ୟ ଦାବି କରିଥିଲା ଯେ ଆମେରିକାର ଏହି ଯୁଧ୍ୟ ବିମାନକୁ ସେମାନେ ରକେଟ ମାରି ଖସାଇଛନ୍ତି। ଏହି କଥାକୁ ଖଣ୍ଡନ କରି ଆମେରିକା କହିଛି ଯେ ବିମାନ ଶତ୍ରୁ ମାଡ଼ରୁ ଖସି ଥିବାର କିଛି ପ୍ରମାଣ ମିଳି ନାହିଁ। ଏହି ଦୁର୍ଘଟଣାରେ ଆମେରିକାର ସି.ଆଇ.ଏ ଏଜେଣ୍ଟଙ୍କ ମୃତ୍ୟୁ ହେବା କଥା ମଧ୍ୟ ଖଣ୍ଡନ କରିଛି ଆମେରିକା।
28 ଜାନୁଆରୀରେ ର୍ୟୁଟର୍ଷ ପତ୍ରିକାରେ ଲେଖା ଯାଇଅଛି ଯେ ଆଫଗାନିସ୍ତାନରେ ଆମେରିକା ଯୁଧ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆମେରିକା ସୈନ୍ୟ ମଙ୍ଗଳବାର ଘଟଣାସ୍ତଳ ଯାଇ ମୃତ ହେଇଥିବା ଦୁଇଟି ପାଇଲଟଙ୍କ ସବ ବରାମଦ କରିଲେ। ସୋମବାର ଦିନ ୟୁ.ଏସ. ମିଲିଟାରୀ କହିଛି ଯେ ତାଙ୍କ ବିମାନ E-11 A ଆଫଗାନିସ୍ତାନର ଘଜନି ଆଞ୍ଚଲରେ କ୍ରାସ ହୋଇଛି ଓ ଏହି ଘଟଣା ରେ ଦୁଇ ପାଇଲଟଙ୍କ ମୃତ୍ୟୁ ହେଇଛି। ବିନମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଅଛି କିନ୍ତୁ ଏହି କଥା ସ୍ପଷ୍ଠ ଯେ ଏହି ଦୁର୍ଘଟଣା କୌଣସି ଶତ୍ରୁ ଆକ୍ରମଣ ଯୋଗୁ ହେଇ ନାହିଁ। ଆମେରିକା ଏହି କଥା ମଧ୍ୟ ସ୍ପଷ୍ଠ କରିଛି ଯେ ବିମାନରେ ଦୁଇଟି ପାଇଲତ ଛଡା ଆଉ କେହି ଲୋକେ ନଥିଲେ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଫେସବୁକରେ ଏରିଆନା ଆଫଗାନର ଅଫିସିଆଲ ଫେସବୁକ ଯାଇ ଏହି ଘଟଣା ବିଷୟରେ ଖୋଜିଲୁ। ୨୭ ଜାନୁଆରୀରେ ଏରିଆନା ଆଫଗାନ ଏୟାରଲାଇନ୍ସ ଏହା ପୋଷ୍ଟକରିଛନ୍ତି ଯେ ସବୁ ଆଫଗାନ ବିମାନ ଠିକ ଭାବେ ଚାଲିଛି ଓ ମିଡିଆରେ ଦେଖା ଯାଉଥିବା ଖବର ମିଥ୍ୟା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଆଫଗାନିସ୍ତାନର ଘଜନି ଅଞ୍ଚଲରେ ଏରିଆନ ଆଫଗାନ ବିମାନ ଦୁର୍ଘଟଣା ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଏରିଆନା ଆଫଗାନ ନୁହେଁ, ଏହି ଆମେରିକାର ଯୁଧ୍ୟ ବିମାନ E-11 ଏ ଅଟେ। ଏରିଆନା ଆଫଗାନ ଏୟାରଲାଇନ୍ସ ମଧ୍ୟ ନିଜ ଫେସବୁକ ପେଜରେ ଏହା କହିଅଛି ଯେ ତାଙ୍କର କୌଣସି ବିମାନ ଦୁର୍ଘଟଣା ହୋଇ ନାହିଁ।

Title:କ’ଣ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବିମାନ? କ’ଣ ଏହି ବିମାନ ଏରିଆନା ଆଫଗାନ ଏୟାରଲାଇନ୍ସ ର ବିମାନ ଥିଲା? ଜାଣନ୍ତୁ ସତ।
Fact Check By: Siddharth SahuResult: False