
Photo Credit: Sambad English
୨୩ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ପ୍ରତାପ ସଡ଼ଙ୍ଗି ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଓଡ଼ିଶାର ବାଲେଶ୍ଵର ସହର ର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ନିଜ ଇସ୍ତଫା ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ବିଜେଡି ରବୀନ୍ଦ୍ର ଜେନାଙ୍କୁ କଣଠେସାକରି ରାଖୀ ଥିଲା। ବର୍ତମାନ କେବଳ ବିଜେପି ବା କଂଗ୍ରେସ ହି ରବୀନ୍ଦ୍ରଙ୍କର ସାହା ଅଟନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ସେପ୍ଟେମ୍ବର ରେ ପ୍ରମେୟ ସମ୍ବାଦ ଦ୍ଵାରା ୟୁଟ୍ୟୁବରେ ଗୋଟିଏ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ସାକ୍ଷାତରେ ରବୀନ୍ଦ୍ର ଜେନା କହିଛନ୍ତି କି ନିର୍ବାଚନ ସମୟରେ ଏପରି ଖବର ଶୁଣିବାକୁ ମିଳିଥାଏ। ଏଓରି ଖବର ଶୁଣି ଉତ୍ତେଜିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ରବୀନ୍ଦ୍ର ଜେନା କହିଛନ୍ତି। ରବୀନ୍ଦ୍ର ଜେନା ବର୍ତମାନ ମଧ୍ୟ ଜିଲ୍ଲା ସଭାପତି ଅଛନ୍ତି।
ଏହି ପ୍ରସଙ୍ଗରେ ପ୍ରତାପ ଜେନା କହିଛନ୍ତି ଯେ ଏହା ଗୋଟିଏ ମିଡିଆର ଚର୍ଚା ଏବଂ ଏହାର କୌଣସି ସତ୍ୟତା ନାହିଁ। ପ୍ରତାପ ଜେନା ଏହା ମଧ୍ୟ କହିଛନ୍ତି ଯେ ଏହି ବିଷୟ ନେଇ ଜିଲ୍ଲା ସଭାପତ୍ତି ରବୀନ୍ଦ୍ର ଜେନା ଗଣମାଧ୍ୟମରେ ସବୁ ସ୍ପଷ୍ଟ କରି ଏହାକୁ ମିଥ୍ୟା କହି ସାରିଛନ୍ତି। ବାଲେଶ୍ଵର ବିଜେଡିରେ ସମସ୍ତେ ଦଳର ସମ୍ମାନ ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଇକଙ୍କ ସମ୍ମାନ ପାଇଁ ଏକାଠି ହୋଇ କାର୍ଯ୍ୟ କରୁଛନ୍ତି।
୨୩ ସେପ୍ଟେମ୍ବରରେ ନ୍ୟୁଜ ୧୮ ଓଡ଼ିଶା ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛି ଯେ ବାଲେଶ୍ଵର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଗଣମାଧ୍ୟମରେ ପ୍ରସାରିତ ଖବରରେ ସତ୍ୟତା ନାହିଁ କହି ପ୍ରତିକ୍ରିୟା ଦେଇଛନ୍ତି। ରବୀନ୍ଦ୍ର ଜେନା ବାଲେଶ୍ଵର ଜିଲା ବିଜେଡି ସଭାପତି ଅଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ରବୀନ୍ଦ୍ର ଜେନାଙ୍କ ବିଜେଡି ଦଳ ଛାଡ଼ିବା କଥା ମିଥ୍ୟା ଅଟେ। ରବୀନ୍ଦ୍ର ଜେନା ଏବେ ମଧ୍ୟ ଜିଲା ସଭାପତି ଅଛନ୍ତି। ଗଣମାଧ୍ୟମରେ ସାକ୍ଷାତ କରି ସେ ନିଜେ ଏହି ଦାବିକୁ ଖଣ୍ଡନ କରିଛନ୍ତି।

Title:କ’ଣ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False