
ଆଜି ସଖାଲେ 20 ଜାନୁଆରୀ ରେ “ପକ୍କା ମୋଦି ଫେନ ମୁରାଳି” ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି। ଏହା ନେଇ ସେ କହିଛନ୍ତି ଯେ ସିଏଏ ଓ ଏନ.ଆର.ସି ଭାରତର ବ୍ୟକ୍ତିଗତ ଏବଂ ଆଭ୍ୟନ୍ତରଣ ମାମଲା ଅଟେ।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପ୍ରଥମେ ଆମେ ଗୁଗୁଲରେ ଯାଇ “ସେଇଖ ହସିନା ଅନ ସିଏଏ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ କିଛି ଅନ୍ଲାଇନ ନ୍ୟୁଜ ଚେନାଲରେ ଛପି ଥିବା ଅନୁଛେଦ ମିଳିଲା। ଏହି ଅନୁଛେଦକୁ ପଢିଲା ପରେ ଆମେ ସତ୍ୟ କଥାଟି ଜାଣିବା କୁ ପାଇଲୁ।
୨୦ ଜାନୁଆରୀରେ ଦି ହିନ୍ଦୁ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ ଭାରତର ନୂଆ ନାଗାରିକତା ସଂଶୋଧନ ଆଇନ ଯାହାର ଲକ୍ଷ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ପୀଡ଼ିତ ଅଳପଶାଙ୍ଖ୍ୟ ସମୁଦାୟ ଲୋକଙ୍କୁ ସ୍ସରଣ ଦେବା ଅଟେ, ଗୋଟିଏ ଅଦରକାରୀ ଆଇନ ବୋଲି ବାଂଲାଦେଶର ପ୍ରଧାନମନ୍ତ୍ରୀ ସେଇଖ ହସିନା କହିଛନ୍ତି। ଗୋଟିଏ ଖବର ପତ୍ରିକାରେ ଇଣ୍ଟରଭିୟୁ ଦେବା ସମୟରେ ସେଇଖ ହସିନା କହିଛନ୍ତି ଯେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ଵାସନ ଦେଇଛାଣ୍ଟି ଯେ ଏନ.ଆର.ସି ଭାରତର ଆଭ୍ୟନ୍ତରୀଣ ମାମଲା ଓ ଏହି ଆଇନ ଯୋଗୁ ବାଂଲାଦେଶ ଲୋକଙ୍କୁ କୌଣସି ପ୍ରଭାବ ପଡିବ ନାହିଁ। ସେଇଖ ହସିନା ଏହା ମଧ୍ୟ କହିଛନ୍ତି ଯେ ଏପରି କୌଣସି ଆଇନର ଦରକାର ନଥିଲା ଓ ଏହା ବୁଝା ପଡୁଣୀ କାହିଁକି ଭାତରତ ସରକାର ଏପରି ପଦକ୍ଷେପ ନେଲେ।

୧୯ ଜାନୁଆରୀ ୨୦୨୦ ରେ ରିପବ୍ଲିକ ୱାର୍ଲ୍ଡ ପତ୍ରିକାରେ ଛପି ଥିବା ଅନୁଛେଦ ଅନୁସାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ଏମିରାତି ଖବର କାଗଜର ଗୋଟିଏ ଇଣ୍ଟରଭିୟୁରେ ଏହା କହିଛନ୍ତି ଯେ ସିଏଏ ଏବଂ ଏନ.ଆର.ସି ଭାରତର ଆଭ୍ଯନ୍ତରୀଣ ମାମଲା, କିନ୍ତୁ ସେହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପରି ଆଇନ ଲାଗୁ କରିବା କିଛି ଦରକାର ନାହିଁ। ସେଇଖ ହସିନା ଏହା ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୨୦୧୯ରେ ଯେତେବେଳେ ସେ ଦିଲ୍ଲୀ ଆସିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହା ଆଶ୍ଵାସନ ଦେଇଥିଲେ ଯେ ଏହି ଆଇନ ଭାରତର ବ୍ୟକ୍ତିଗତ ଓ ଆଭ୍ଯନ୍ତରୀଣ ମାମଲା ଓ ଏହାର ପ୍ରଭାବ ବାଂଲାଦେଶ ଉପରେ ପଡିବ ନାହିଁ। ଏହା ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ନିଜ ଚିତ ଜଟାଇଛନ୍ତି ଯେ ଯେତେବେଳେ ଭାରତରେ ଅବୈଧ ରୂପେ ରହୁଥିବା ଲୋକେ ଧାରା ପଡିବେ ତ ସେତେବେଳେ ସେମାନଙ୍କ ବାଂଲାଦେଶକୁ ପସି ଆସିବାର ସମ୍ଭାବନା ଅଛି।

ଏହି ବିଷୟ ନେଇ ୟୁଟ୍ୟୁବରେ ଇକୋନୋମିକ ଟାଇମ୍ସ ନ୍ୟୁଜ ଛେନାଲ ମଧ୍ୟ ଏହି କଥା କହିଅଛି ଯେ ସେଇଖ ହସିନାଙ୍କ କାହିବା ମୁତାବକ ସିଏଏ ଓ ଏନ.ଆର.ସି ଆଇନ ଲାଗୁ କରିବାର କୌଣସି ଦରାକାର ନଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଦାବି କାରା ଯାଇଥିବା କଥା ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇବା କଥା ମିଥ୍ୟା ଅଟେ। ସେଇଖ ହସିନା ଏମିରାତି ଖବର କାଗଜ ଇଣ୍ଟରଭିୟୁ ରେ କହିଛନ୍ତି ଯେ ସିଏଏ ଓ ଏନ.ଆର.ସି ଭାରତର ବ୍ୟକ୍ତିଗତ ଓ ଆଭ୍ଯନ୍ତରୀଣ ମାମଲା ଏବଂ ଏହି ଆଇନ ଲାଗୁ କରିବା ଦରକାର ନଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ବୁଝି ପାରୁ ନାହାନ୍ତି ଯେ ଭାରତ ସରାକାର ଏପରି ଆଇନ କାହିଁକି ଲାଗୁ କରିଛି।

Title:କ’ଣ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଇଖ ହସିନା ସିଏଏ ଓ ଏନ.ଆର.ସି କୁ ନିଜ ସମର୍ଥନ ଜଣାଇଛନ୍ତି?
Fact Check By: Siddharth SahuResult: False