କ’ଣ କିଛି ଦିନ ପୂର୍ବରୁ ଭାରତର ବି.ଏସ.ଏଫ୍ ଯବାନ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ଡ୍ରଗ୍ସ ଧରିଲେ? ଜାଣନ୍ତୁ ସତ।

False Social

ଦେଶ ସୀମା ରେ ସର୍ବଦା ଡ୍ରଗ୍ସ ର କଳା ବ୍ୟବସାୟ ଜୋର୍ସୋର ରେ ଚାଲିଥାଏ I ପଞ୍ଜାବ , ରାଜସ୍ତାନ , ଜାମୁ କାଶ୍ମୀର ଆଦି ଅଂଚଳ ରେ ବିଗତ ଦିନ ରେ ପୋଲିସ ଓ BSF ର ମିଳିତ ଉଦ୍ୟମ ରେ ପୁଣି ଥରେ ଏକ ନିଶା ଦ୍ରବ୍ୟ ବୋଝେଇ ଟ୍ରକ ଧରାପଡ଼ିଚି I ୨୬ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟର ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଏହି ଟ୍ରକ ରେ ପ୍ରାୟ 200 କୋଟି ଟଙ୍କା ର ହେରୋଇନ ଓ ବ୍ରାଉନ ସୁଗାର ଆସୁଥିଲା I ଟ୍ରକ ଡ୍ରାଇଭର ଙ୍କୁ ଗିରଫ କରାଯାଇଛି I ଏବଂ ଖବର ମୁତାବିକ ଏହି ବି.ଏସ.ଏଫ୍ ଯବାନଙ୍କୁ ସେ ୧ କୋଟି ଲାଞ୍ଚ ମଧ୍ୟ ଜଚିଥିଲେ କିନ୍ତୁ ସେ ଏହା ନ ନେଇ ଦେଶଦ୍ରୋହୀ କାର୍ଯ୍ୟ ନ କରି ଏହି ଟ୍ରକ କୁ ଧରିଥିଲେ I ବାରାମୂଳା ପୋଲିସ ଓ ସୁରକ୍ଷ୍ୟଙ୍କର ମିଳିତ ଉଦ୍ୟମ ରେ ପାକିସ୍ତାନ ରୁ ଭାରତ ଆସୁଥିବା ଏହି ଟ୍ରକ ରେ 25 କିଲୋ ନାର୍କୋଟିକ୍ସ ଡ୍ରଗ୍ସକୁ ଜବତ କରାଯାଇଛି I ଏହି ଟ୍ରକ ପାକିସ୍ତାନ ରୁ ଭାରତ କୁ ବିକ୍ରି ଉଦେଶ୍ୟ ରେ ପଠାଯାଉଥିଲା I ପୋଲିସ ଆରୋପି ଟ୍ରକ ଡ୍ରାଇଭର ଙ୍କୁ ଗିରଫ କରିଛି I ଏବଂ ପଞ୍ଜାବ ରେ ଏହା ବିକ୍ରି ଉଦେଶ୍ୟ ରେ ଆସିଥିଲା I 

source.png

Odia News24 | Archive

ଏହି ଖବରଟି ହରେ କ୍ରୀଷ୍ଣା ନାମକ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ପେଜରେ ଶେୟାର କରିଛନ୍ତି। 

fb.png

Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପୋଷ୍ଟରେ ଥିବା ଫୋଟୋ କୁ ଗୁଗୁଲ ସହଜୟତାରେ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ନେଇ କିଛି ଅନ୍ଲାଇନ ପତ୍ରିକାରେ ଛପି ଥିବା ଅନୁଛେଦ ମିଳିଲା।

22 ଜୁଲାଇ 2017 ମସିହାରେ ଦି ଟ୍ରାଇବ୍ୟୁନ ପତ୍ରିକାରେ ଚ୍ଚପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ୨୧ ଜୁଲାଇକୁ ଜମ୍ମୁ ଓ କାଶ୍ମୀର ପୋଲିସ ୬୬.୫ କେ.ଜି ଡ୍ରଗ୍ସ ଉତ୍ତର କାଶ୍ମୀର ରୁ ଜବତ କରିଛି। ଏହି ଡ୍ରଗ୍ସ ପାକିସ୍ତାନରୁ ଗୋଟିଏ ଟ୍ରକ ରେ ଆସିଥିଲା। ଶ୍ରୀନଗର ଠାରୁ ୧୦୦ କି.ମି. ଦୂରରେ ମୁଜାଫରାବାଦ-ଶ୍ରୀନଗର ଜାତୀୟ ପଥ ରେ ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ପୋଲିସ ଏହି ଟ୍ରକକୁ ଧରି ଥିଲା। ବାରାମୁଲ୍ଲା ଥାନା ଏସ.ଏସ.ପି. ଇମ୍ତିୟାଜ ହୁସଏନଙ୍କ କହିବା ଅନୁଯାୟୀ ପାକିସ୍ତାନରୁ ଭାରି ମାତ୍ରାରେ ଡ୍ରଗ୍ସ ନେଇ ଆସୁଥିବା ଟ୍ରକ ବିଷୟରେ ପୋଲିସ ପାଖରେ ସୂଚନା ଥିଲା। ପୋଲିସ ଏହି ଟ୍ରକ ଉପରେ ନଜର ରାଖୀ ଥିଲା ଓ ଟ୍ରକ ଧରିଲା ପରେ ସେଥିରୁ ୬୬.୫ କେ.ଜି. ଗ୍ରାଗ୍ସ ବରାମଦ କରିଲେ। ସେହି ଟ୍ରକରୁ ବହୁ ପରିମାଣରେ ହିରୋଇନ ମିଳିଲା। ସେ ଏହା ମଧ୍ୟ କହିଲେ ଯେ ଟ୍ରକର ରେଗିଷ୍ଟ୍ରେଶନ ନମ୍ବର XA-267 ଅଟେ। ଟ୍ରକ ଡ୍ରାଇଭର ନାମ ସୟଦ ୟୁସୁଫ ଅଟେ ଓ ସେ ପି.ଓ.କେ. ଆଞ୍ଚଲରେ ରୁହନ୍ତି। 

tribune.png

The Tribune | Archive

୨୧ ଜୁଲାଇ ୨୦୧୭ ରେ ଜନସତ୍ତା ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଶୁକ୍ରବାର ଦିନ ବାରାମୁଲ୍ଲା ପୋଲିସ ୨୫ କିଲୋ ଡ୍ରାଗ୍ସ ନେଇ ଆସୁଥିବା ଗୋଟିଏ ଟ୍ରକକୁ ଜବତ କରିଲା। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ଏହି ଡ୍ରଗ୍ସ ଭରା ଟ୍ରକ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଭାତରତକୁ ପଠା ଯାଇଥିଲା। ଏହି ପରି ସୀମା ପାରରୁ ଡ୍ରଗ୍ସ ଆସୁଥିବା ମାମଲା ପଞ୍ଜାବରେ ମାଢି ଦେଖିବା କୁ ମିଳିଛି। ଜଲନ୍ଧର ରେଜିମେଣ୍ଟ ଓ ସେଠିକାର କମିସନରେଟ ଯୋଗଦାନରୁ ଏହି ଦଡ୍ରଗ୍ସ ଧାରା ପଡିଥିଲା। 

jansatta.png

Jansata | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ଘଟଣା କିଛି ଦିନ ପୂର୍ବ କଥା, ମିଥ୍ୟା ଅଟେ। ଏହି ଘଟଣା ପ୍ରକୃତରରେ ୨୦୧୭ ମସିହାର ଅଟେ ଓ ବାରତାମାନ ସମୟ ସହିତ ଏହାର କୌଣସି ସମ୍ବନ୍ଧ ନାହିଁ।  

Avatar

Title:କ’ଣ କିଛି ଦିନ ପୂର୍ବରୁ ଭାରତର ବି.ଏସ.ଏଫ୍ ଯବାନ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ଡ୍ରଗ୍ସ ଧରିଲେ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *