
Photo Credit: Jansatta
୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଇଡେଓରେ ଜଣେ ବ୍ୟକ୍ତି ଆଉ ଜଣଙ୍କୁ ମାରୁଥିବା ଏବଂ ଗାଳି କରୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଫୋନରେ କଥା ଲାଗୁଥିବା ସମୟରେ ତାଙ୍କୁ ତାଙ୍କୁ ମାଡ଼ ମାରିବାକୁ ଆରମ୍ଭ କରି ଦେଲେ। ଏହା ପରେ ପରସ୍ପର ମଧ୍ୟରେ ଯୁକ୍ତି-ତର୍କ ହେଉଥିବା ମଧ୍ୟ ଦେଖିବା କୁ ମିଳିଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ବିଜେପି ଏମ.ଏଲ.ଏ ଜିଲ୍ଲା ମେଜିଷ୍ଟ୍ରେଟଙ୍କୁ ମାଡ଼ୁଛନ୍ତି। ଆସନ୍ତୁ ଜାଣିବା ସତ୍ୟ ଘଟନା କଣ।
ଆମ୍ ଆଦାମି ପାର୍ଟି ଏହି ଭିଡିଓ ଟୁଇଟର ରେ ପୋଟ କରି ଦାବି କରିଛି ଯେ ବିହାର ର ଜଣେ ନେତା ଜିଲ୍ଲା ମେଜିଷ୍ଟ୍ରେଟଙ୍କ ଯିଏ ଜଣେ IAS ଅଧିକାରୀ, ତାଙ୍କ ଉପରେ ଆକ୍ରମଣ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ଏହି ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ୧୭ ଜୁଲାଇ ୨୦୧୮ ମସିହାରେ ଆମର ଉଜାଲା ନିଜ ୟୁଟ୍ୟୁବ ଛେନାଲ ରେ ଏହି ଭିଡିଓ ପ୍ରସାରିତ କରି କହିଛି ଯେ ଝାରଖଣ୍ଡର ଲାତେହାର ଜିଲ୍ଲାରେ ଜଣେ ବିଜେପି ନେତା ଜିଲ୍ଲା ପରିବାହର ଅଧିକାରୀଙ୍କୁ ମାରୁଛନ୍ତି। ଜିଲ୍ଲା ପରିବହନ ଅଧିକାରୀ ରାଜଧାନୀ ୟାଦବ ନାମକ ନେତାଙ୍କ ଗାଡ଼ିରୁ ଅବୟଧ୍ୟ ରୂପରେ ଲାଗି ଥିବା ନେମ୍ ପ୍ଳେଟ ବାହାର କରୁଥିଲେ। କିନ୍ତୁ ନେମ୍ ପ୍ଲେଟ୍ ବାହାର କରିବା ପୂର୍ବରୁ ନେତାଙ୍କୁ ଏହି ବିଷୟସୂଚନା ମିଳିଲା ଓ ସେ ଆସି ଗାଳି ମାଡ଼ କରିବା ଆରମ୍ଭ କରି ଦେଲେ। ପୋଲିସ ରାଜଧାନୀ ୟାଦବଙ୍କୁ ଗିରଫ କରିଛି। ଏହି ଭିଡିଓ ମାଧ୍ୟମରୁ ଏହା ସ୍ପଷ୍ଟ ହେଲା ଯେ ରାଜଧାନୀ ୟାଦବ ବିଜେପି ପାର୍ଟିର ଜଣେ ନେତା ଅଟନ୍ତି, ସେ ଏମ।ଏଲ।ଏ ନୁହନ୍ତି।
ଏହା ପରେ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୭ ଜାନୁଆରୀ ୨୦୧୮ ମସିହାରେ ଏକୋନୋମିକ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରୁ ଏହି ଘଟଣା ବିଷୟରେ କିଛି ତଥ୍ୟ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଲାତେହାର ଜିଲ୍ଲା ରେ ଜଣେ ବିଜେପି ନେତାଙ୍କ ଗାଡ଼ିରେ ଲାଗି ଥିବା ତାଙ୍କ ନେମ୍ ପ୍ଲେଟ୍ ଏବଂ ସେଥିରେ ଲେଖା ଯାଇଥିବା ତାଙ୍କ ପଦବୀ କୁ ବାହାର କରୁଥିବା ଜିଲ୍ଲା ପରିବହନ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ବିଜେପି ନେତା ରାଜଧାନୀ ୟାଦବ ଜିଲା ପରିବହନ ଅଧିକାରୀ ଏଫ.ବାର୍ଲାଙ୍କ ଉପରେ ଆକ୍ରମଣ କରିଥିଲେ ଯେଉଥିରେ ଅଧିକାରୀଙ୍କୁ ଆହତ ପହଞ୍ଚି ଥିବାରୁ ତାଙ୍କୁ ନିକଟ ହସ୍ପିଟାଲରେ ଦାଖଲ କରା ଯାଇଥିଲା। ଏହି ଘଟଣା ନେଇ ପୋଲିସ ପାଖରେ ମାମଲା ରୁଜୁ କରା ଯାଇଅଛି। ଉପ ବିକାଶ କମିଶନରଙ୍କ କହିବା ଅନୁଯାୟୀ ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ଦାୟିତ୍ଵ କରିବାରେ ବାଧା ସୃଷ୍ଟି କରିଥିବା ଅଭିଯୋଗୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିୟା ଜୀବ। ଏହି ଅନୁଛେଦରୁ ସ୍ପଷ୍ଟ ହେଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ରାଜଧାନୀ ୟାଦବ ଆକ୍ରମଣ କରିଥିଳର ସେ ଜିଲ୍ଲା ମାଜିଷ୍ଟ୍ରେଟ ନୁହନ୍ତି, ସେ ଜଣେ ଜିଲ୍ଲା ପରିବାହନ ଅଧିକାରୀ ଅଟନ୍ତି।
ଏହା ପରେ ଆମକୁ ୧୭ ଜାନୁଆରୀ ୨୦୧୮ ମସିହାରେ ଟୁଇଟର ରେ ଏନି ନ୍ୟୁଜ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରିଥିବା ଏହି ଭିଡିଓ ମିଳିଲା। ଟୁଇଟ କରି ଏନି ନ୍ୟୁଜ କହିଛି ଯେ ଏହି ଘଟଣା ଟି ଝାଡ଼ଖଣ୍ଡର ଲାତେହାର ଜିଲାର ଅଟେ। ଏହା ଦ୍ଵାରା ଆମେ ଜାଣିବା କୁ ପାଇଲୁ ଯେ ଏହି ଘଟଣା ଟି ବିହାରରେ ଘଟି ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହେଇଥିଲା ସେ ଜଣେ ଜିଲ୍ଲା ପରିବାହନ ଅଧିକାରୀ, ଆକ୍ରମଣ କରିଥିବା ବ୍ୟକ୍ତି ବିଜେପି ନେତା ଅଟନ୍ତି ଏବଂ ଏହି ଘଟଣା ଝାରଖଣ୍ଡର ଲାତେହାର ଅଞ୍ଚଳରେ ଘଟିତ ଓ ଏହାର କୌଣସି ସମ୍ବନ୍ଧ ବିହାର ସହିତ ନାହିଁ। ପୋଷ୍ଟରେ ଦାବି କରା ଯାଇଥିବା ସମସ୍ତ କଥା ମିଥ୍ୟା ଅଟେ।

Title:କ’ଣ ବିଜେପି ଏମ.ଏଲ.ଏ ରାସ୍ତା ମଝିରେ ଜିଲ୍ଲା ମେଗିଷ୍ଟ୍ରେଟଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False