କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

Misleading Political

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ। 

ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି କରା ଯାଉଛି ଯେ ଦିଗବିଜୟ ସିଂ ଗଣମାଧ୍ୟମରେ ଗୋରୁ ବିଷୟରେ ଏପରି ମନ୍ତବ୍ୟ ଦେଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଦିଗବିଜୟ ସିଂ ନିଜ ମନ୍ତୟବ ଦେଉ ନାହାଁନ୍ତି। ସେ ସାଭର୍କରଙ୍କ ଦ୍ଵାରା କୁହା ଯାଇଥିବା କଥା କହୁଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଦିଗବିଜୟ ସିଂ ଗୋମାଂସ ଖାଇବା ସମର୍ଥନରେ ଭାଷଣ ଦେଇଛନ୍ତି। ଏହା ସହିତ ଜଣେ ଲେଖିଛନ୍ତି,”ଯେଉଁ ହିନ୍ଦୁ ଧର୍ମ ବିରୋଧୀ ଅଣ ହିନ୍ଦୁ ମାନେ ଖାଁଗ୍ରେସ ପ୍ରେମୀ ତୁମ ବୋପା କଥା ଟିକେ ଶୁଣ।”

Facebook | Archive 

ଆମ ଅନୁସନ୍ଧାନ: 

ଭାଇରାଲ ଦାବି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ୟୁଟ୍ୟୁବରେ ଯାଇ ଉପରୋକ୍ତ ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୬ ଡିସେମ୍ବରରେ ରିପବ୍ଲିକ୍ ଭାରତ ଚ୍ୟାନାଲରେ ଏହି ଭିଡିଓର ବିସ୍ତାରିତ ସଂସ୍କରଣ ଭିଡିଓ ମିଳିଲା। ୨୫ ଡିସେମ୍ବର ୨୦୨୧ ରେ ଭୋପାଳର ତୁଳସୀ ନଗର ନର୍ମଦା ମନ୍ଦିର ଭବନରେ କଂଗ୍ରେସ ଦ୍ଵାରା ଜନସଚେତନତା ଅଭିଯାନ ସଭା ଅନୁଷ୍ଠିତ କରା ଯାଇଥିଲା। ଦିଗବିଜୟ ସିଂହ ଏହି ସମାବେଶକୁ ସମ୍ବୋଧିତ କରିଥିଲେ। 

ବିସ୍ତାରିତ ଭିଡିଓରେ ଆପଣ ମାନେ ୧.୪୦ ମିନିଟରୁ ନେଇ ୨.୨୨ ମିଇଟ ମଧ୍ୟରେ ଦିଗବିଜୟ ସିଂହଙ୍କୁ କହିଥିବା ଶୁଣିବାକୁ ପାଇବେ ଯେ, “ବୀର ସାଭାରକର ନିଜ ପୁସ୍ତକରେ ଲେଖିଛନ୍ତି ଯେ ହିନ୍ଦୁ ଧର୍ମର ହିନ୍ଦୁତ୍ଵ ସହିତ କୌଣସି ସମ୍ବନ୍ଧ ନାହିଁ ଏବଂ ଏହା ମଧ୍ୟ ଲେଖିଛନ୍ତି ଯେ ଗାଈ ଏକ ଏପରି ପଶୁ ଅଟେ ଯିଏ ନିଜ ମଳରେ ସୋଇ ପଡେ, ସେ କେଉଁ ପ୍ରକାର ଆମ ମାତା ହେଇ ପାରିବ? ଗୋମାଂସ ଖାଇବା ମଧ୍ୟ କିଛି ଭୁଲ କଥା ନୁହେଁ। ଏହା ସାଭାରକର ନିଜେ କହିଛନ୍ତି।”

ଏହାର ଅର୍ଥ ହେଉଛି ଯେ ଦିଗବିଜୟ ସିଂହ ଭିଡିଓରେ ବୀର ସାଭାରକର, ଗାଈ ଏବଂ ଗୋମାଂସ ବିଷୟରେ ଯାହା କହିଥିଲେ ସେ ତାହା କହୁଛନ୍ତି। ଅସମ୍ପୂର୍ଣ୍ଣ ଭିଡିଓକୁ ଭାଇରାଲ କରି ବିଭ୍ରାନ୍ତ କରା ଯାଉଛି। ନିମ୍ନରେ ଥିବା ଲିଙ୍କ୍ ରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖି ପାରିବେ। 

୨୬ ଡିସେମ୍ବର ୨୦୨୧ ରେ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତା ଦିଗବିଜୟ ସିଂ ସାଭର୍କରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ସେ ଗାଈକୁ ମାତା ବୋଲି ସ୍ଵୀକାର କରୁନଥିଲେ ଏବଂ ଗୋମାଂସ ଖାଇବାରେ ମଧ୍ୟ ତାଙ୍କୁ କୌଣସି ଆପତ୍ତି ନଥିଲା। ସେ ଏହା ମଧ୍ୟ କହିଥିଲେ ଯେ ସାଭର୍କର ନିଜ ପୁସ୍ତକ ରେ ଲେଖିଛନ୍ତି ଯେ ହିନ୍ଦୁର ହିନ୍ଦୁତ୍ଵ ସହିତ କୌଣସି ସମ୍ବନ୍ଧ ନାହିଁ। 

ଦିଗବିଜୟ ସିଂଙ୍କର ଏହି ଭାଷଣ ପରେ ବିଜେପି ବିଧାୟକ ରାମେଶ୍ଵର ଶର୍ମା କହିଥିଲେ ଯେ ଦିଗବିଜୟ ସିଂ ଏକ ମହାନ ନେତା ଯିଏ ହିନ୍ଦୁଙ୍କୁ ଅପମାନିତ କରିବା ପାଇଁ ଦିନ ରାତି କାର୍ଯ୍ୟ କରନ୍ତି। ସେ ସାଭର୍କର ଏବଂ ଅନ୍ୟ ମହାନ ନେତାଙ୍କ ବିରୁଦ୍ଧରେ ମିଥ୍ୟା ବିବୃତ୍ତି ଦେଇଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ମୂଳ ଭିଡିଓରୁ ଜଣା ପଡିଛି ଯେ ଦିଗବିଜୟ ସିଂ କହିଥିଲେ ଯେ ସାଭର୍କର ନିଜ ପୁସ୍ତକରେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ ବୋଲି ଲେଖିଛନ୍ତି। ଦିଗବିଜୟ ସିଂ ଗୋମାଂସ, ହିନ୍ଦୁ ଧର୍ମ କିମ୍ବା ହିନ୍ଦୁତ୍ଵ ନେଇ ନିଜ ମନ୍ତବ୍ୟ ଦେଇ ନାହାଁନ୍ତି। 

Avatar

Title:କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *